ପ୍ରଦୂଷିତ ହୋଇପଡୁଛି ଉଦୟପୁର ବେଳାଭୂମି

ଭୋଗରାଇ, ୧୫।୭(ଡି.ଏନ.ଏ.)-ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ପ୍ରାକୃତିକ ଶୋଭା ଉଦୟପୁର ବେଳାଭୂମି ଦିନକୁ ଦିନ ପ୍ରଦୂଷିତ ହୋଇପଡୁଛି। ଏଠିକାର ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି କଡାକଡି ନିୟମ ନ ଥିବାରୁ ପର୍ଯ୍ୟଟକମାନେ ନିଜ ସାଙ୍ଗରେ ଆଣୁଥିବା ଖାଦ୍ୟ ସାମଗ୍ରୀ, ପଲିଥିନ ଆଦି ମନଇଚ୍ଛା ଫିଙ୍ଗୁଛନ୍ତି। ଏହାଛଡା କେତେକ ଯୁବକ ମଧ୍ୟ ମଦ୍ୟପାନ କରି ବୋତଲ ସେହିଠାରେ ହିଁ ପକାଉ ଦେଉଛନ୍ତି। ଉଦୟପୁରଠାରୁ ତାଳସାରୀ ପର୍ଯ୍ୟନ୍ତ ୩କି.ମି. ନାଲିକଙ୍କଡ଼ା ପାଇଁ ବନବିଭାଗ ସାଇଲେଣ୍ଟ ଜୋନ୍‌ ଘୋଷଣା କରିଥିଲେ ମଧ୍ୟ ସ୍ଥାନୀୟ ଯୁବକ ଏହି ନିୟମକୁ ବେଖାତିର୍‌ କରି ପର୍ଯ୍ୟଟକମାନଙ୍କୁ ବାଇକ୍‌ରେ ବୁଲାଉଛନ୍ତି। ଫଳରେ ବିରଳ ନାଲି କଙ୍କଡ଼ା ଆଉ ଦେଖିବାକୁ ମିଳୁନାହଁି।
ପଶ୍ଚିମବଙ୍ଗ ସରକାର ଦୀଘା ବେଳାଭୂମିକୁ ସ୍ବଚ୍ଛ ଓ ସତେଜ ରଖିବା ପାଇଁ ନିୟମ କଡ଼ାକଡ଼ି କରିଥିବା ବେଳେ ସେଠିକାର ଚୋରା ମଦ ବେପାରୀମାନେ ଏବେ ଉଦୟପୁର ବେଳାଭୂମିକୁ ଆଡ୍ଡାସ୍ଥଳୀ କରିଛନ୍ତି। ଫଳରେ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏଠାରେ ସୁରକ୍ଷିତ ମଣୁନାହାନ୍ତି। ସେମାନେ ପ୍ରଶାସନକୁ ଦାୟୀ କରିଛନ୍ତି। ଅବକାରୀ ବିଭାଗ, ସ୍ଥାନୀୟ ପୋଲିସ ଜାଣି ମଧ୍ୟ ଅଜଣା ସାଜିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଓଡ଼ିଶାର ଉଦୟପୁର ବେଳାଭୂମି ନିଜ ସ୍ବତନ୍ତ୍ରତା ହରାଉଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ସାମାଜିକ କର୍ମୀ ଭଗବାନ ବେହେରା ଅଭିଯୋଗ କରିଛନ୍ତି। ବେଳାଭୂମିର ପରିବେଶ ପ୍ରତି ଧ୍ୟାନ ଦିଆଯାଉ ନ ଥିବାରୁ ପର୍ଯ୍ୟଟକମାନେ ଏଠାକୁ ଆସିବାକୁ ଅମଙ୍ଗ ହେଉଛନ୍ତି ବୋଲି ଶିକ୍ଷକନେତା ସୁଶାନ୍ତ କୁମାର ବେହେରା ଅଭିଯୋଗ କରିଛନ୍ତି। ମେରାଇନ୍‌ ଥାନା ଅଧିକାରୀ ତୁଶାଲ ମାଝି କହିଛନ୍ତି ଯେ, ଉଦୟପୁର ବେଳାଭୂମିରେ ଚୋରା ମଦ କାରବାର ଚାଲିଥିବା ଅଭିଯୋଗ ଆସିଛି। ଏଥିପାଇଁ ଏକ ସ୍ବତନ୍ତ୍ର ସ୍କ୍ବାଡ଼୍‌ ଗଠନ କରିବାକୁ ଅବକାରୀ ବିଭାଗକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri