ଅର୍ଥ ଖର୍ଚ୍ଚ କରିପାରୁ ନାହାନ୍ତି ବିଭାଗ

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଆସନ୍ତା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅର୍ଥ ବିଭାଗ ପକ୍ଷରୁ ବଜେଟ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହା ପୂର୍ବରୁ ସମସ୍ତ ବିଭାଗ ଚଳିତ ଆର୍ଥିକ ବର୍ଷର ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ନିଜର ବଜେଟ ଅର୍ଥ ଖର୍ଚ୍ଚ କରିବା ସହ ଅବ୍ୟବହୃତ ପାଣ୍ଠି ଫେରାଇବାକୁ ଅର୍ଥ ବିଭାଗ ପକ୍ଷରୁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ପାଣ୍ଠି ବିନିଯୋଗ ପାଇଁ ୨୦୨୨ ଜାନୁୟାରୀ ୧୫ ଧାର୍ଯ୍ୟ କରାଯାଇଥିବା ବେଳେ ବଳକା ପାଣ୍ଠି ଟ୍ରେଜେରିକୁ ଫେରାଇବା ପାଇଁ ଫେବୃୟାରୀ ୨୮ ଧାର୍ଯ୍ୟ କରାଯାଇଥିଲା। ଏ ନେଇ ବିଭାଗ ପକ୍ଷରୁ ସର୍କୁଲାର ଜାରି କରାଯାଇଥିଲା। ସେହିପରି ବଳକା ଅର୍ଥ ଫେରାଇବାକୁ ଜାନୁୟାରୀ ୩୧ ନିର୍ଘଣ୍ଟ କରାଯାଇଥିଲା। ତେବେ ଧାର୍ଯ୍ୟ ସମୟ ଶେଷ ହୋଇ ଆସୁଥିବାରୁ ବିଭାଗଗୁଡ଼ିକ ପାଣ୍ଠି ବିନିଯୋଗ ଏବଂ ଫେରସ୍ତ ନେଇ ସମସ୍ୟାରେ ପଡ଼ିଥିଲେ। ଏପରି କି ଚଳିତ ଆର୍ଥିକ ବର୍ଷର ଶେଷ ୩ ମାସରେ ସମସ୍ତ ବଜେଟ ଅର୍ଥ ଖର୍ଚ୍ଚ କରିବା ନେଇ ବିଭାଗଗୁଡ଼ିକ ସମସ୍ତ ବଳ ଖଟାଇଛନ୍ତି । ଏଥିଯୋଗୁ ଟ୍ରେଜେରିରେ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ଅର୍ଥ ବିଭାଗ ପାଣ୍ଠି ବିନିଯୋଗ ଓ ଫେରସ୍ତ ପାଇଁ ଏକ ସଂଶୋଧିତ ଗାଇଡ୍‌ଲାଇନ ଜାରି କରିଛି। ବିଭାଗଗୁଡ଼ିକ ଜାନୁୟାରୀ ୧୫ ପରିବର୍ତ୍ତେ ବିଭିନ୍ନ ଯୋଜନା ପାଇଁ ଫେବୃୟାରୀ ୨୮ ଯାଏ କାର୍ଯ୍ୟାଦେଶ ଦେଇପାରିବେ। ସେହିପରି ବଳକା ଅର୍ଥ ଫେରାଇବା ପାଇଁ ବିଭାଗଗୁଡିକୁ ଜାନୁୟାରୀ ୩୧ ପରିବର୍ତ୍ତେ ଫେବୃୟାରୀ ୧୮ ଯାଏ ସମୟ ଦିଆଯାଇଛି। ଏଥିସହିତ ବିଭିନ୍ନ ଜରୁରିକାଳୀନ ପାଣ୍ଠି, ଯନ୍ତ୍ରପାତି କ୍ରୟ, ସବ୍‌ସିଡି ଏବଂ ଋଣ ଆଦି ପାଇଁ ବିଲ୍‌ ଦାଖଲ ସମୟ ମାର୍ଚ୍ଚ ୯ ଯାଏ ଧାର୍ଯ୍ୟ କରାଯାଇଛି। ତେବେ ବଜେଟ ଅର୍ଥ କୌଣସି ପ୍ରକାର ସିଭିଲ ଡିପୋଜିଟ ପାଇଁ ଉପଯୋଗ କରାଯାଇ ପାରିବ ନାହିଁ ବୋଲି ଅର୍ଥ ବିଭାଗ ସ୍ପଷ୍ଟ କରିଛି। ଯଦି କୌଣସି ଡିଡିଓ କିମ୍ବା କଣ୍ଟ୍ରୋଲିଂ ଅଫିସର ବିନା ଅନୁମୋଦନରେ ବେଆଇନ ଭାବେ ଅର୍ଥ ପ୍ରଦାନ କରିବେ ସେଥିପାଇଁ ସେମାନେ ଉତ୍ତରଦାୟୀ ରହିବେ। ଏପରି କି ବେଆଇନ କାରବାର ପାଇଁ ଟ୍ରେଜେରି ଓ ସବ୍‌ଟ୍ରେଜେରି ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅର୍ଥ ବିଭାଗ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ମାର୍ଚ୍ଚ ୩୧ରେ ଇଣ୍ଟିଗ୍ରେଟେଡ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ୍‌(ଆଇଏଫ୍‌ଏମ୍‌ଏସ୍‌) ସ୍ବତଃସ୍ଫୂର୍ତ୍ତ ଭାବେ ବନ୍ଦ ହୋଇଯିବ। ତେବେ କେନ୍ଦ୍ର ପ୍ରବର୍ତ୍ତିତ କିମ୍ବା କେନ୍ଦ୍ରୀୟ ଯୋଜନାରେ ଯୋଗାଇ ଦିଆଯାଇଥିବା ଅର୍ଥ ନ ଫେରାଇବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯଦି କେନ୍ଦ୍ରୀୟ ଅନୁଦାନ ପାଇବାରେ ବିଳମ୍ବ ହେବ ତେବେ ସମ୍ପୃକ୍ତ ବିଭାଗ ଖର୍ଚ୍ଚ ପାଇଁ ତୁରନ୍ତ ଅର୍ଥ ବିଭାଗରୁ ଧାର୍ଯ୍ୟ ସମୟ ବୃଦ୍ଧି କରିବାକୁ କୁହାଯାଇଛି। ଯଦି ଯୋଜନା କାର୍ଯ୍ୟକାରୀ କରୁଥିବା ସଂସ୍ଥାକୁ ଅନୁଦାନ ପ୍ରଦାନ କରାଯାଇଛି ତେବେ ତାହା ନିର୍ଦ୍ଧାରିତ ବିଷୟ ପାଇଁ ବ୍ୟାଙ୍କ ଆକାଉଣ୍ଟରେ ଜମା ନ କରି ଖର୍ଚ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ସଂଶୋଧିତ ଗାଇଡ୍‌ଲାଇନକୁ କଡ଼ାକଡ଼ି ଅନୁସରଣ କରିବାକୁ ବିଭାଗଗୁଡ଼ିକୁ ପରାମର୍ଶ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri