Odisha Elections 2024

ସିଙ୍ଗାପୁର ମାଷ୍ଟର ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡରେ ଦୁର୍ଗା ଚରଣ ମିଶ୍ର ଜିତିଲେ ୨ ସ୍ବର୍ଣ୍ଣ

ଭବାନୀପାଟଣା,୧୧।୭(ଡି.ଏନ୍‌.ଏ.): ସିଙ୍ଗାପୁରରେ ଆରମ୍ଭ ହୋଇଥିବା ମାଷ୍ଟର ଟ୍ରାକ୍‌ ଆଣ୍ଡ ଫିଲ୍ଡ ପ୍ରତିଯୋଗିତାରେ କଳାହଣ୍ଡି ଜିଲା ଭବାନୀପାଟଣା ସହରର ଦୁର୍ଗା ଚରଣ ମିଶ୍ର ଡିସ୍‌କସ୍‌ ଥ୍ରୋ ଓ ଜାଭେଲିନ୍‌ ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଅବସରପ୍ରାପ୍ତ ଅତିରିକ୍ତ ଏସ୍‌ପି ଶ୍ରୀ ମିଶ୍ର ୭୦ ବର୍ଷରୁ ଊର୍ଦ୍ଧ୍ୱ ବର୍ଗରେ ଅନ୍ତର୍ଜାତୀୟ ସ୍ତରରେ ସିଙ୍ଗାପୁରରେ ଦୁଇଟି ସ୍ବର୍ଣ୍ଣ ପଦକ ଜିତି କଳାହାଣ୍ଡି ଜିଲା ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ।
ପ୍ରକାଶ ଯେ, ଶ୍ରୀ ମିଶ୍ର ୨୦୧୦ ମସିହାରେ ମାଲେସିଆରେ ଅନୁଷ୍ଠିତ ୧୬୩ତମ ଏସିଆନ୍‌ ମାଷ୍ଟର୍ସ ଚାମ୍ପିୟନଶିପ୍‌ ହାମର ଥ୍ରୋରେ ବ୍ରୋଞ୍ଜ ପଦକ ଓ ୨ ବର୍ଷ ତଳେ ସିଙ୍ଗାପୁରରେ ଅନୁଷ୍ଠିତ ୧୯ତମ ଏସିଆନ୍‌ ମାଷ୍ଟର୍ସ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ରେ ସଟ୍‌ପୁଟ୍‌ ଥ୍ରୋରେ ରୌପ୍ୟ ପଦକ ହାସଲ କରିଥିଲେ । ଶ୍ରୀ ମିଶ୍ର ଓଡ଼ିଶା ଫୁଟବଲ ଓ ଭଲିବଲ ଅଧିନାୟକ ଏବଂ ଓଡ଼ିଶା ରାଜ୍ୟ ଭଲିବଲ ଦଳର ଅଧିନାୟକ ଥିଲେ । ପୁଲିସ ବିିଭାଗରେ କାର୍ଯ୍ୟ କରି ସେ ୨୦୦୨ ମସିହାରେ ଅତିରିକ୍ତ ଏସ୍‌ପି ଭାବେ ଅବସର ନେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି, ଭାଜପାର ମିଥ୍ୟା ପ୍ରଲୋଭନରେ ଢଳି ନ ଯାଇ ନିଜ ଭବିଷ୍ୟତ ଦେଖନ୍ତୁ: ଅଜୟ କୁମାର

ଭୁବନେଶ୍ୱର, ୨୮।୫(ସୁନିତ୍‌ ମିଶ୍ର): ଆଉ ୨ ଦିନ ପରେ ଓଡ଼ିଶାରେ ୪ର୍ଥ ପର୍ଯ୍ୟାୟ ମତଦାନ ହେବ। ତେଣୁ ରାଜ୍ୟବାସୀ ବିଜେଡି ଓ ଭାଜପାର ମିଥ୍ୟା ପ୍ରଲୋଭନରେ...

ଓଡ଼ିଶାରେ ଭାଜପା ସରକାର ଗଠନ କରିପାରିବନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୫(ଅନିଲ ଦାସ)-ଓଡ଼ିଶାରେ ଭାଜପା ସରକାର ଗଠନ କରିପାରିବନି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତାରେ...

ବିଏଡ୍‌, ବିଏଚ୍‌ଏଡ୍‌, ଏମ୍‌ଏଡ୍‌ ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର, ୨୮।୫(ଅସମାପିକା ସାହୁ)- ୨୦୨୪-୨୫ ଶିକ୍ଷାବର୍ଷରେ ବିଏଡ୍‌, ବିଏଚ୍‌ଏଡ୍‌ ଏବଂ ଏମ୍‌ଏଡ୍‌ ନାମଲେଖା ପାଇଁ ବୁଧବାର ଠାରୁ ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ...

ବୁଲାଣି ରାସ୍ତାରେ ଓଲଟି ପଡିଲା ବସ୍‌: ୨ ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ

ଫୁଲବାଣୀ/ଫିରିଙ୍ଗିଆ,୨୮ା୫(ରାକେଶ କୁମାର ରାଉତ/ବିକ୍ରମ ଦିଗାଲ) -କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କାଳିଆ ସାହି ନିକଟ ବୁଲାଣି ରାସ୍ତାରେ ମଙ୍ଗଳବାର ସନ୍ଧ୍ୟାରେ ‘ସାଲୁଙ୍କି’ ନାମକ ଘରୋଇ...

କିଏ ଏହି IPS DS Kutey, ଯାହାଙ୍କୁ ନେଇ ରାଜ୍ୟରେ ଚହଳ

ଭୁବନେଶ୍ୱର,୨୮।୫: ନିଲମ୍ବିତ ହୋଇଛନ୍ତି IPS ଅଫିସର ଡିଏସ କୁଟ୍ଟେ। IPS କୁଟ୍ଟେଙ୍କୁ ସସପେଣ୍ଡ କରିଛନ୍ତି ଭାରତୀୟ ନିର୍ବାଚନ କମିଶନର (ECI)। CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ...

IPS ଅଫିସର ଆଶିଷ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ନିର୍ଦ୍ଦେଶ ଦେଲେ ଇସିଆଇ

ଭୁବନେଶ୍ୱର,୨୮।୫: ବରିଷ୍ଠ IPS ଅଫିସର ଆଶିଷ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନର। ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି...

IPS ଡିଏସ କୁଟ୍ଟେ ସସପେଣ୍ଡ

ଭୁବନେଶ୍ୱର,୨୮।୫: IPS ଅଫିସର ଡିଏସ କୁଟ୍ଟେ ସସପେଣ୍ଡ। IPS କୁଟ୍ଟେଙ୍କୁ ସସପେଣ୍ଡ କଲେ ଭାରତୀୟ ନିର୍ବାଚନ କମିଶନର (ECI)। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ...

ଇଭିଏମ ଭଙ୍ଗା ଘଟଣା: ଭାଇରାଲ ଭିଡିଓର ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଇଭିଏମ ଭଙ୍ଗା ଘଟଣା: ଭାଇରାଲ ଭିଡିଓର ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭୁବନେଶ୍ୱର,୨୮।୫: ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଭାଜପା ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri