ଜମି ହରାଇବା ଆଶଙ୍କାରେ ଚାଷୀ

କଳିଙ୍ଗନଗର,୫ା୨(ଡି.ଏନ.ଏ.): ଐତିହ୍ୟ ବ୍ୟାସସରୋବର ମନ୍ଦିର ସୌନ୍ଦର୍ଯ୍ୟକରଣ ନିମନ୍ତେ ପ୍ରକିୟା ଆରମ୍ଭ ହୋଇଛି। ଏଥିଲାଗି ୨୯୪ ଏକର ଜମିର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଜିଲା ଖଣିଜ ନ୍ୟାସ ପାଣ୍ଠିରୁ ୬୪ କୋଟି ଟଙ୍କା ମଞ୍ଜୁର ମଧ୍ୟ କରିଛନ୍ତି। ତେବେ ଏହାକୁ ନେଇ ବ୍ୟାସନଗର ପୌରାଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳ ଯଥା ମୁଣ୍ଡମାଳ, ଖଣ୍ଡାହତା, ବୀରମଣିପୁର, ରାଛିପୁର, ଯୋଡ଼ାବର ଓ ଝାଟିଆସାହି ଆଦି ଗ୍ରାମର ଚାଷୀଙ୍କ ଚିନ୍ତା ବଢ଼ିଛି। ପ୍ରକଳ୍ପ ଲାଗି ସେମାନଙ୍କ ଜମି ଯିବା ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ସେମାନେ ଶୁକ୍ରବାର କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି। ଉକ୍ତ ଦାବିପତ୍ରରେ ଦର୍ଶାଯାଇଛି ଯେ, ମନ୍ଦିର ପାଖାପାଖି ଅଞ୍ଚଳରେ ଥିବା ବିସ୍ତୃତ ଚାଷଜମିଗୁଡ଼ିକ ବ୍ୟକ୍ତିଗତ ମାଲିକାନାରେ ରହିଛି। ଉକ୍ତ ଜମିକୁ ୨୦୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ପିଢି ପରେ ପିଢି ବ୍ୟବହାର କରି ଆସୁଛନ୍ତି। ଏହି ଜମିରେ ଧାନ, ବିରି, କୋଳଥ, କଲରା, ପୋଟଳ ଏବଂ ଭେଣ୍ଡି ଫସଲ ଉପତ୍ାଦନ କରି ପରିବାର ପ୍ରତିପୋଷଣ କରୁଛନ୍ତି। ମାତ୍ର ବ୍ୟାସସରୋବର ଉନ୍ନତିକରଣ ନିମନ୍ତେ ସରକାର ଯେଉଁ ଚାଷ ଜମିଗୁଡିକ ହାତକୁ ନେଇଛନ୍ତି ଏଥିରେ ଆଇନସମ୍ମତ ଜମି ଅଧିଗ୍ରହଣ କରାଯାଇନାହିଁ।
ଚାଷୀମାନଙ୍କୁ ପୂର୍ବ ସୂଚନା ମଧ୍ୟ ଦିଆଯାଇନାହିଁ। କିନ୍ତୁ କାର୍ଯ୍ୟାଦେଶ ଦିଆଯାଇ କାର୍ଯ୍ୟ ଆରମ୍ଭ କରାଯାଉଛି। ଫଳରେ ଚାଷୀ ପରିବାର ପ୍ରତିପୋଷଣରେ ବାଧା ସୃଷ୍ଟି ହୋଇଛି। ଜମିଗୁଡିକର ପଟ୍ଟା ଚାଷୀମାନଙ୍କ ପାଖରେ ରହିଛି। କିଛି ଚାଷୀ ସବରେଜିଷ୍ଟ୍ରାର ଅଫିସରେ କିଣାବିକା ମଧ୍ୟ କରିଛନ୍ତି। ସରକାରଙ୍କୁ ଖଜଣା ଦେଇ ପାଉତି ବି କାଟୁଛନ୍ତି। ଅନ୍ୟ କେତେଜଣ ଚାଷୀ ରାଜାଙ୍କ ହାତପଟ୍ଟା ପାଇଛନ୍ତି। ଅନ୍ୟ କେତେଜଣଙ୍କ କାଗଜପତ୍ର ପ୍ରାକୃତିକ ବିପର୍ଯ୍ୟୟରେ ନଷ୍ଟ ହୋଇଥିବା ଜଣାପଡ଼ିଛି। ତେଣୁ ଏହାର ସୁଚିନ୍ତିତ ବିଚାର କରି ଚାଷୀଙ୍କୁ ନ୍ୟାୟ ଦେବାପାଇଁ ରମେଶ ଚନ୍ଦ୍ର ରାଉତ, ରବୀନ୍ଦ୍ର ରାଉତ, ମୁରଲୀଧର ପାତ୍ର, ସୁରେନ୍ଦ୍ର ନାୟକ, ଶ୍ରୀଧର ନାୟକ ପ୍ରମୁଖ ୫୦ରୁ ଊର୍ଦ୍ଧ୍ୱ ଚାଷୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri