ଜେଟ୍‌ ଏୟାରଓ୍ବେଜର ନିୟନ୍ତ୍ରଣ ନେବାକୁ ଅଣ୍ଟା ଭିଡ଼ିଲେ କର୍ମଚାରୀ

ନୂଆଦିଲ୍ଲୀ,୩୦-୪: ବୁଡ଼ି ଯାଇଥିବା ଏୟାରଲାଇନ କମ୍ପାନୀ ଜେଟ୍‌ ଏୟାରଓ୍ବେଜକୁ ପୁନର୍ବାର ଛିଡା କରିବା ଲାଗି ଏବେ କର୍ମଚାରୀମାନେ ଅଣ୍ଟା ଭିଡ଼ିଛନ୍ତି। ବାହାର ନିବେଶକଙ୍କଠାରୁ ୩ ହଜାର କୋଟି ଟଙ୍କା ଏବଂ କର୍ମଚାରୀ ଷ୍ଟକ୍‌ ଅପ୍‌ସନ ମାଧ୍ୟମରେ ୪ ହଜାର କୋଟି ଟଙ୍କା ଏଭଳି ମୋଟ ୭ ହଜାର କୋଟି ଟଙ୍କା ଯୋଗାଡ଼ କରାଯିବ ବୋଲି ସେମାନେ କହିଛନ୍ତି। ଏୟାରଲାଇନ କର୍ମଚାରୀ ଗୋଷ୍ଠୀ ପକ୍ଷରୁ ଏସ୍‌ବିଆଇ ଅଧ୍ୟକ୍ଷ ରଜନୀଶ କୁମାରଙ୍କୁ ଏ ସଂକ୍ରାନ୍ତରେ ଏକ ପତ୍ର ଲେଖାଯାଇ ବିଡ଼ ପ୍ରକ୍ରିୟାରେ ସାମିଲ ହେବାକୁ ଅନୁମତି ଲୋଡାଯାଇଛି।

ସୋସାଇଟି ଫର୍‌ ଓ୍ବେଲଫେୟାର ଅଫ୍‌ ଇଣ୍ଡିଆନ ପାଇଲଟ୍ସ(ସ୍ବିପ୍‌) ସାଧାରଣ ସମ୍ପାଦକ ଅଶ୍ୱିନୀ ତ୍ୟାଗୀ, ଜେଟ୍‌ ଏୟାରକ୍ରାଫ୍‌ଟ ମେଣ୍ଟେନାନ୍ସ ଇଞ୍ଜିନିୟର୍ସ ଓ୍ବେଲଫେୟାର ଆସୋସିଏଶନ (ଜେଏଏମ୍‌ଇଡବ୍ଲ୍ୟୁଏ) ସଭାପତି ଆଶିଷ କୁମାର ମହାନ୍ତି ଏବଂ ସିନିୟର ଭାଇସ ପ୍ରେସିଡେଣ୍ଟ(ଅପରେସନ୍ସ) ପି.ପି.ସିଂହଙ୍କ ପକ୍ଷରୁ ମିଳିତ ଭାବେ ଏହି ପ୍ରସ୍ତାବ ଦିଆଯାଇଛି। ବାହାର ନିବେଶକଙ୍କ ସହ ମିଶି ସେମାନେ ଜେଟ୍‌ ଏୟାରଓ୍ବେଜକୁ ପୁନରୁଜ୍ଜୀବିତ କରିବା ପାଇଁ କାମ କରିବେ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି। ବିଭିନ୍ନ କର୍ମଚାରୀ ଗ୍ରୁପ୍‌ ଏବଂ ଅତୀତରେ ମ୍ୟାନେଜମେଣ୍ଟ ସହ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ସହ ଆଲୋଚନା ପରେ ଜେଟ୍‌ ଏୟାରଓ୍ବେଜର ମ୍ୟାନେଜମେଣ୍ଟ ଦାୟିତ୍ୱ କର୍ମଚାରୀଙ୍କ ଏକ କନସୋର୍ଟିୟମ ହାତରେ ଦେବାକୁ ପତ୍ରରେ  ଅନୁରୋଧ କରାଯାଇଛି। ତେବେ ଏହି ଗ୍ରୁପ୍‌କୁ ବର୍ତ୍ତମାନର ମ୍ୟାନେଜମେଣ୍ଟର ସମର୍ଥନ ନ ଥିବା ଦର୍ଶାଯାଇଛି। କାରଣ ଏହି ମ୍ୟାନେଜମେଣ୍ଟ ଏବେ ସୁଦ୍ଧା ନରେଶ ଗୋୟଲଙ୍କ ପ୍ରତି ଅନୁରକ୍ତ ଅଛନ୍ତି ବୋଲି ସେମାନେ କହିଛନ୍ତି। କର୍ମଚାରୀଙ୍କ ଦ୍ୱାରା ୧୯୯୪ରେ ୟୁନାଇଟେଡ ଏୟାରଲାଇନ୍ସକୁ ପୁନରୁଜ୍ଜୀବିତ କରାଯାଇଥିଲା ବୋଲି ସେମାନେ ପତ୍ରରେ ଉଦାହରଣ ଦେଇଛନ୍ତି। ଏସ୍‌ବିଆଇ ଅଧ୍ୟକ୍ଷଙ୍କୁ ଲେଖାଯାଇଥିବା ମିିଳିତ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ପ୍ରାରମ୍ଭିକ ଅନୁମାନ ମୁତାବକ, ୫ ବର୍ଷୀୟ ଏମ୍ପ୍ଲୟି ଷ୍ଟକ୍‌ ଓନରସିପ୍‌ ପ୍ରୋଗ୍ରାମ(ଇସପ୍‌) ମାଧ୍ୟମରେ ପ୍ରାୟ ୪ ହଜାର କୋଟି ଟଙ୍କା ଯୋଗାଡ଼ ହୋଇଯିବ। ଏହାବ୍ୟତୀତ ବାହ୍ୟ ନିବେଶକଙ୍କ ଦ୍ୱାରା ପ୍ରାୟ ୩ହଜାର କୋଟି ଟଙ୍କା ଯୋଗାଡ ହୋଇଯିବ। ସୂଚନାଥାଉ କି, ଜେଟ୍‌ ଏୟାରଓ୍ବେଜର ଋଣପ୍ରଦାନକାରୀ ଏବେ ବକେୟା ଅସୁଲ ଲାଗି ବିଡ଼୍‌ ଆହ୍ବାନ କରିଛନ୍ତି। ଏଟିହାଦ ଏୟାରଲାଇନ୍ସ, ଟିପିଜି ଏବଂ ଏନ୍‌ଆଇଆଇଏଫ୍‌ ଏଥିପାଇଁ ଆଗ୍ରହ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri