ନିଶା ବେପାରୀଙ୍କ ଉପରେ ପୋଲିସର କଡା ଆଭିମୁଖ୍ୟ:  ଚାର୍ଜଶିଟ୍‌ରେ ଯୋଡ଼ା ହେବ ସମ୍ପତ୍ତି ତାଲିକା

କଟକ ଅଫିସ୍‌, ୧୦ା୭: ରାଜ୍ୟରେ ଦିନକୁଦିନ ବେଆଇନ ନିଶା କାରବାର ବୃଦ୍ଧି ପାଉଛି। ବିଶେଷ କରି ବେଆଇନ ଗଞ୍ଜେଇ, ବ୍ରାଉନସୁଗାର କାରବାର ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି। ପୋଲିସ ବିଭିନ୍ନ ସମୟରେ ଚଢାଉ କରି ବେଆଇନ ନିଶା କାରବାର କରୁଥିବା ବେପାରୀଙ୍କୁ ଗିରଫ କରୁଥିଲେ ମଧ୍ୟ ସେମାନଙ୍କ ଉପରେ କିଛି ପ୍ରଭାବ ପଡୁନାହିଁ। ସେମାନେ ଜାମିନରେ ଜେଲରୁ ଫେରି ପୂର୍ବଭଳି ପୁଣି କାରବାର ଚଳାଉଛନ୍ତି। ତେଣୁ ଏହି କାରବାରକୁ ବନ୍ଦ କରିବାକୁ ନିଶା ବେପାରୀଙ୍କ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ପୋଲିସ। ଏଣିକି ଏନ୍‌ଡିପିଏସ୍‌ ଆକ୍ଟରେ ଗିରଫ ହେଉଥିବା ଅଭିଯୁକ୍ତମାନଙ୍କର ସମ୍ପତ୍ତି ତାଲିକା ଚାର୍ଜସିଟ୍‌ରେ ଉଲ୍ଲେଖ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ମଙ୍ଗଳବାର କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ପୋଲିସ ଜିଲାର ଏସ୍‌ପି ଏବଂ କମିଶନରେଟ ପୋଲିସର ଡିସିପିଙ୍କୁ ନୋଟିସ୍‌ ଜାରି କରାଯାଇଛି ।
ପୂର୍ବରୁ ଏନ୍‌ଡିପିଏସ୍‌ ଆକ୍ଟରେ ଗିରଫ ହେଉଥିବା ଅଭିଯୁକ୍ତମାନଙ୍କ ବିରୋଧରେ ପୋଲିସ ସେମାନଙ୍କ ଅପରାଧିକ କାର୍ଯ୍ୟକଳାପ, ସେମାନଙ୍କ କାରବାର ଓ ସହଯୋଗୀମାନଙ୍କ ଉପରେ ତଦନ୍ତ କରୁଥିଲା। ପରେ ଏହା ଉପରେ ଚାର୍ଜସିଟ୍‌ ତିଆରି କରି କୋର୍ଟକୁ ପଠାଉଥିଲା ପୋଲିସ। ହେଲେ ଏବେ ଏନ୍‌ଡିପିଏସ୍‌ ଆକ୍ଟରେ ଗିରଫ ହେଉଥିବା ଅଭିଯୁକ୍ତମାନଙ୍କର ସମ୍ପତ୍ତି ତାଲିକା, ବ୍ୟାଙ୍କ ବାଲାନ୍ସ ଓ ଅନ୍ୟ ସମ୍ପତ୍ତି ଉପରେ ସୂଚନା ଦେବାକୁ ତଦନ୍ତକାରୀ ଅଫିସର(ଆଇଓ)ମାନଙ୍କୁ କୁହାଯାଇଛି। ବେଆଇନ ନିଶା କାରବାର କରି କମାଇଥିବା ସମ୍ପତ୍ତି ସମ୍ପର୍କରେ ଚାର୍ଜସିଟ୍‌ରେ ଉଲ୍ଲେଖ କରିବାକୁ କୁହାଯାଇଛି। ତେବେ ଏହି ମାମଲାଗୁଡିକର ତଦନ୍ତ କ୍ଷେତ୍ରରେ ସହାୟତା ପାଇଁ ଆବଶ୍ୟକ ପଡିଲେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଳ୍ୟୁ)ର ସହଯୋଗ ନେବାକୁ କୁହାଯାଇଛି। ଇଓଡବ୍ଲ୍ୟୁର ଅଭିଜ୍ଞ ଅଫିସରମାନଙ୍କୁ ଏ କ୍ଷେତ୍ରରେ ଆଇଓମାନଙ୍କୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଅଭିଯୁକ୍ତମାନଙ୍କ ସମ୍ପତ୍ତି ତାଲିକା ବିଷୟରେ ଜାଣିବା ପାଇଁ ଆଇଓମାନଙ୍କୁ ସେମାନଙ୍କ ପରିବାର ବର୍ଗ, ସମ୍ପକୀୟ, ତହସିଲ, ଆରଟିଓ, ମ୍ୟୁନିସିପାଲିଟି, ଷ୍ଟକ୍‌ ଏକ୍ସଚେଞ୍ଜ, ଇନ୍‌ସ୍ୟୁରାନ୍ସ କମ୍ପାନୀ ଆଦି କମ୍ପାନୀରେ ପଚରାଉଚରା କରିବାକୁ କୁହାଯାଇଛି।
କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ବେଆଇନ ନିଶା କାରବାର କରୁଥିବା ଅଭିଯୁକ୍ତମାନଙ୍କ ପାଖରେ ଟଙ୍କାର ଅଭାବ ରହୁନାହିଁ। ଜାମିନରେ ଆସିବା ପରେ ସେମାନେ ପୁଣି କାରବାର ଚଳାଉଛନ୍ତି। ଏବେ ଚାର୍ଜସିଟ୍‌ରେ ତାଙ୍କର ବେଆଇନ ସମ୍ପତ୍ତିର ତାଲିକା ଉଲ୍ଲେଖ ରହିବ। ପରେ କୋର୍ଟ ଏହି ମାମଲାର ବିଚାର କରି ଅଭିଯୁକ୍ତଙ୍କର ସମ୍ପତ୍ତି ବାଜ୍ୟାପ୍ତ କରିପାରିବେ। ଏହାଦ୍ୱାରା ସେମାନଙ୍କ ଅର୍ଥନୈତିକ ଅବସ୍ଥା ପ୍ରଭାବ ପଡିବ। ଫଳରେ ସେମାନେ ଆଉ ଏଭଳି କାରବାର କରିବାକୁ ମନ ବଳାଇବେ ନାହିଁ। ହେଲେ ଏହି କାରବାରରୁ ଯଦି ତାଙ୍କର କୌଣସି ପରିବାର ଲୋକ ଲାଭ ପାଉଛନ୍ତି, ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନାହିଁ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ୨୦୧୮ରେ ପୋଲିସ ୮୫୦ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଏବଂ ୧ କେଜିରୁ ଅଧିକ ବ୍ରାଉନସୁଗାର ଜବତ କରିଥିଲା। ସେହିପରି ଏନ୍‌ଡିପିଏସ୍‌ ଆକ୍ଟରେ ୧୨୦ ଜଣଙ୍କୁ ଗିରଫ କରିଥିଲା। ଏନ୍‌ଡିପିଏସ୍‌ ଆକ୍ଟରେ ଗିରଫ ହେଉଥିବା ଅଭିଯୁକ୍ତମାନଙ୍କର ୧୦ ବର୍ଷ ଜେଲ କାଟିବାର ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri