Posted inଫୁରସତ

ନିଖୋଜ ‘ମଜ୍‌ନୁ’ଙ୍କ ଲାଗି ଦିଆଗଲା ଏଭଳି ବିଜ୍ଞାପନ; ପଢ଼ିଲେ ମୁଣ୍ଡରେ ହାତ ଦେବେ…

ସୋସିଆଲ ମିଡିଆରେ ଏଭଳି କିଛି ଜିନିଷ ଦେଖିବାକୁ ମିଳେ, ଯାହାର ବାସ୍ତବତା ଚକିତ କରେ। କାରଣ ସେଗୁଡ଼ିକୁ ବିଶ୍ୱାସ କରିବା କଷ୍ଟକର। ଏବେ ସେଭଳି ଏକ ବିଜ୍ଞାପନ ବେଶ ଆଲୋଚନାର ବିଷୟ ପାଲଟିଛି। ଉକ୍ତ ବିଜ୍ଞାପନଟି କୋଲକାତାର ଶେରଓ୍ବାନି ବିକ୍ରେତାଙ୍କର।

ଭାଇରାଲ ହେଉଥିବା ବିଜ୍ଞାପନର ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଆକର୍ଷଣୀୟ। ପ୍ରଥମ ଦେଖାରେ ଏହା ଜଣେ ନିଖୋଜ ବ୍ୟକ୍ତିଙ୍କ ପାଇଁ ଲାଗିଥିବା ପୋଷ୍ଟର ଭଳି ଦେଖାଯାଉଛି। ହେଲେ ସେଥିରେ ଦିଆଯାଇଥିବା ତଥ୍ୟକୁ ସାବଧାନତାର ସହ ପଢ଼ିଲେ ତାହା ଏକ ବିଜ୍ଞାପନ ବୋଲି ସ୍ପଷ୍ଟ ହେଉଛି।

ଶେରଓ୍ବାନୀ ବ୍ରାଣ୍ଡ ‘ସୁଲତାନ୍‌’ର ବିଜ୍ଞାପନର ଉପରି ଭାଗରେ ଜଣେ ଯୁବକଙ୍କ ଫଟୋ ରହିଛି। ସେଥିରେ ସେ ଶେରଓ୍ବାନୀ ପିନ୍ଧିଛନ୍ତି। ସେଥିରେ ଲେଖାଯାଇଛି, ‘ଲମ୍ବା, ଗୋରା ଏବଂ ସୁନ୍ଦୀ, ପ୍ରାୟ ୨୪ ବର୍ଷର, ମୋ ପ୍ରିୟ ପୁତ୍ର ମଜନୁଙ୍କୁ ମନେ ପକାଯାଉଛି, ଦୟାକରି ଘରକୁ ଫେରି ଆସ। ସମସ୍ତେ ଚିନ୍ତାରେ ଅଛନ୍ତି। ଆମେ ତୋର ଦାବିକୁ ମାନି ନେଇଛୁ। ‘ଲୈଲା’ ହିଁ ତୋର ବଧୂ ହେବ। ଏହାଛଡ଼ା ତୋର ବିବାହର ଶେରଓ୍ବାନୀ ‘ସୁଲତାନ’-ଦ କିଙ୍ଗ ଅଫ୍‌ ଶେରଓ୍ବାନୀରୁ କିଣାଯିବ। କାର ପାର୍କିଂ ସୁବିଧା ଥିବାରୁ ଆମେ ତାର ନ୍ୟୁ ମାର୍କେଟ ବ୍ରାଞ୍ଚକୁ ଯିବା। ଏଥିସହ ତୋର ଭୋଜି ଲାଗି ସୁଲତାନ୍‌ରୁ ହିଁ ପୁରା ପରିବାର ଲାଗି କୁର୍ତ୍ତା କିଣାଯିବ ବୋଲି ଆମେ ନିଷ୍ପତ୍ତି ନେଇଛୁ।’

ଏହି ବାର୍ତ୍ତା ସହ ବିଜ୍ଞାପନରେ ଠିକଣା, ଫୋନ ନଂ ଏବଂ ଫେସବୁକ୍‌ ହ୍ୟାଣ୍ଡେଲ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଭାଇରାଲ ହେଉଛି। ଲୋକମାନେ ଏଥିରେ ଭଳିକି ଭଳି ପ୍ରତିକ୍ରିୟା ରଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri