ପୋଲିସ ଟାର୍ଗେଟରେ ଫେରାର ୨୨

ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜଧାନୀରେ ନୂଆ ଅପରାଧ ସାମ୍ରାଜ୍ୟ ଗଢ଼ିଥିବା କେବିଏନ୍‌ ଗ୍ୟାଙ୍ଗ୍‌ ଏବେ କମିଶନରେଟ ପୋଲିସର ନିଦ ହଜାଇଛି। ବନ୍ଧୁକ, ଖଣ୍ଡା, ଭୁଜାଲି ବୁଲାଇ ଭୟ ଓ ଆତଙ୍କ ଖେଳାଉଛି। ଗୋଟିକ ପରେ ଗୋଟିଏ ଭିଡିଓ ଭାଇରାଲ କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରୁଛି। ଏହି ଗ୍ୟାଙ୍ଗ୍‌କୁ ଧୂଳିସାତ୍‌ କରିବା ପାଇଁ ପୋଲିସ ପୂରା ଦମ୍‌ ଲଗାଇ ଦେଇଥିବାବେଳେ ଆଉ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସ୍ଥାନୀୟ ଥାନା ପାଇକନଗରର ସାହିଲ ସାଗର ଷଡ଼ଙ୍ଗୀ(୧୯) ଓ ଡେଲ୍‌ଟା ଛକର କାହ୍ନୁ କୁମାର ସାହୁ(୨୩)। ନୟାପଲ୍ଲୀ ଥାନା ପୋଲିସ ସୋମବାର ଏମାନଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି। ତେବେ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ଦେବୀପ୍ରସାଦ ଓରଫ ବୁବୁ ଜେନାଙ୍କ ସହ ୨୨ ଜଣ ଫେରାର ଅଛନ୍ତି। ନୟାପଲ୍ଲୀ ଥାନା ପୋଲିସ ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କ ନାମରେ ଏକ ମାମଲା (ନଂ.୪୯୪/୨୧) ରୁଜୁ କରି ସେମାନଙ୍କୁ ଧରିବାକୁ ଜାଲ ବିଛାଇଛି। ଡିସିପି ଉମାଶଙ୍କର ଦାଶ ଗଣମାଧ୍ୟମକୁ କହିଛନ୍ତି, ଗ୍ୟାଙ୍ଗର ଭିଡିଓ ଭାଇରାଲ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯାଇଛି। ଭିଡିଓରେ ଥିବା ସମସ୍ତ ଅପରାଧୀଙ୍କୁ ଚିହ୍ନଟ କରାଯାଇଛି। ବିଭିନ୍ନ ଆପରାଧିକ ମାମଲାରେ ସେମାନଙ୍କ ମଧ୍ୟରୁ ପୂର୍ବରୁ ୫ଜଣ ଗିରଫ ହୋଇ ଜେଲରେ ଥିବାବେଳେ ଏବେ ଆଉ ୨ଜଣଙ୍କୁ ଜେଲ ପଠାଯାଇଛି। ଯଦି କେହି ଏହି ଗ୍ୟାଙ୍ଗ୍‌ ଦ୍ୱାରା ଆକ୍ରମଣର ଶିକାର ହୋଇଥିବେ, ତେବେ ସେମାନେ କମିଶନରେଟ ପୋଲିସରେ ଅଭିଯୋଗ କରନ୍ତୁ। ଅଭିଯୋଗକାରୀଙ୍କ ନାମ ଗୋପନ ରଖି ଗ୍ୟାଙ୍ଗ୍‌ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦାଶ କହିଛନ୍ତି।
ତଳେ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ବୁଲେଟରେ ୨ଜଣ ଯୁବକ ବନ୍ଧୁକ ଧରି ଭୟଭୀତ କରାଉଥିବାର ଦୃଶ୍ୟ ଉକ୍ତ ଭିଡିଓରେ ଦେଖିବାକୁ ମିଳିଥିଲା। ସେହିଭଳି ବିଳମ୍ବିତ ରାତିରେ ଚଳନ୍ତା କାର୍‌ରେ ବିଭିନ୍ନ ମାରଣାସ୍ତ୍ର ଧରି ଗ୍ୟାଙ୍ଗ୍‌ର ସଦସ୍ୟମାନେ ବୁଲୁଥିଲେ। ୟୁନିଟ-୮, ଡେଲ୍‌ଟା ଛକ, ସିଆର୍‌ପି ଛକ, ନୟାପଲ୍ଲୀ, ବରମୁଣ୍ଡା, ପୁରୁଣା ଭୁବନେଶ୍ୱର ଆଦି ଅଞ୍ଚଳରେ ବୁଲାବୁଲି କରି ଆତଙ୍କ ରଚୁଥିଲେ। ପ୍ରାୟ ସାବେଳେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକାଠି ବସୁଥିଲେ। ଗତ ୨୧ ତାରିଖରେ ସିଆର୍‌ପି ଛକ ପ୍ରିୟଦର୍ଶନୀ ମାର୍କେଟ ଆକ୍ରମଣ ଘଟଣାରେ ପୋଲିସ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଥିଲା। ଏଥିସହ ଖଣ୍ଡଗିରି ଥାନା ଅଞ୍ଚଳରୁ ଚୋରି ଲାଇସେନ୍ସ ବନ୍ଧୁକରେ ଫାଙ୍କା ଗୁଳିଚାଳନା ଘଟଣାରେ ଉକ୍ତ ଗ୍ୟାଙ୍ଗର ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା। ୨ଦିନ ତଳେ ଉକ୍ତ ଗ୍ୟାଙ୍ଗ୍‌ର ଆଉ ଏକ ଭିଡିଓ ଭାଇରାଲ ହେବା ପରେ ଏହି ଗ୍ୟାଙ୍ଗକୁ ନେଇ ପୁଣି ଚର୍ଚ୍ଚା ଜୋର୍‌ ଧରିଥିଲା। ଜଣେ ଯୁବକ ଏକ ବନ୍ଧୁକ ଧରି ଫାଙ୍କା ଗୁଳି ଚାଳନା କରୁଥିବା ଉକ୍ତ ଭିଡିଓରେ ଦେଖାଯାଇଥିଲା। ସେହି ଭିଡିଓ କେବେକାର ତାହା ଜଣାପଡୁ ନ ଥିବାବେଳେ ଏହାକୁ ନେଇ ରାଜଧାନୀବାସୀ ଆତଙ୍କିତ ହୋଇପଡିବା ସହ କମିଶନରେଟ ପୋଲିସର ଦକ୍ଷତାକୁ ନେଇ ପ୍ରଶ୍ନ କରିଥିଲେ। ଏହାପରେ ଉକ୍ତ ଗ୍ୟାଙ୍ଗର ସଦସ୍ୟଙ୍କୁ ଧରିବାକୁ ଡିସିପି ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri