କ୍ଷମତା ଦଖଲ ଭୟ, ୨୦ ମାସ ହେଲା ଚାଇନା ବାହାରକୁ ଯାଇ ନାହାନ୍ତି ଜିନ୍‌ପିଙ୍ଗ୍‌…

ବେଜିଂ,୧।୧୧: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ ଏବେ କ୍ଷମତାରୁ ହଟିବା ଭୟ ଘାରିଛି। ତେଣୁ ସେ ବେଶ୍‌ ଚିନ୍ତିତ ରହୁଛନ୍ତି। ଜିନପିଙ୍ଗ ଗତ ୨୦ ମାସ ଧରି ଚାଇନା ବାହାରେ ପାଦ ଦେଇନାହାଁନ୍ତି। ସେ ବର୍ତ୍ତମାନ ସୁଦ୍ଧା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ମୁହାଁମୁହିଁ ସାକ୍ଷାତ କରିନାହାଁନ୍ତି। କରୋନା ମହାମାରୀ ଏହାର ମୁଖ୍ୟ କାରଣ ବୋଲି କିଛି ବିଶେଷଜ୍ଞ କହୁଛନ୍ତି। ତେବେ ଦେଶର କେତେକ ଗଣମାଧ୍ୟମ ଅନୁସାରେ ଜିନ୍‌ପିଙ୍ଗ୍‌ ତୃତୀୟ ଥର ୪ମତା ହାସଲ ଲାଗି ଚେଷ୍ଟା କରୁଛନ୍ତି। ଆସନ୍ତା ବର୍ଷ ଚାଇନା କମ୍ୟୁନିଷ୍ଟ ପାର୍ଟିର ୨୦ତମ ନ୍ୟାଶନାଲ ପାର୍ଟି କଂଗ୍ରେସ ଅନୁଷ୍ଠିତ ହେବ। ଏହି ସୟରେ ଜିନପିଙ୍ଗ ନିଜକୁ ପୁଣି ପାଞ୍ଚ ବର୍ଷ ପାଇଁ ଚାଇନାର ନେତା ଭାବରେ ବଜାୟ ରଖିବାକୁ ଉଦ୍ୟମ କରୁଛନ୍ତି ବୋଲି କୁହାଯାଉଛି।

ଏଥିପାଇଁ ସେ ବର୍ତ୍ତମାନଠାରୁ ଆଭ୍ୟନ୍ତରୀଣ ରାଜନୀତିକୁ ସୁଦୃଢ଼ କରୁଛନ୍ତି। ଚାଇନା ଅଧ୍ୟୟନ କରୁଥିବା ରୋଡିୟମ ଗୋଷ୍ଠୀର ନୋଆ ବର୍କିନ ଏହାକୁ ’ବଙ୍କର୍‌ ମାନସିକତା’ର ଏକ ଉଦାହରଣ ଭାବରେ ବର୍ଣ୍ଣନା କରିଛନ୍ତି। ଏଥିରେ, ନିଜକୁ ସୁରକ୍ଷା କରିବା ପାଇଁ, ବ୍ୟକ୍ତି ସର୍ବଦା ନିଜକୁ ଠିକ ବୋଲି କହି ନିଜର ସମାଲୋଚନାର ହେବାକୁ ଦେଇ ନ ଥାନ୍ତି। ଜିନପିଙ୍ଗଙ୍କ ଶେଷ ଥର ପାଇଁ ୨୦୨୦ ଜାନୁଆରୀରେ ବିଦେଶ ଗସ୍ତ କରି ମ୍ୟାନ୍‌ମାର ଯାଇଥିଲେ। ଏହା ପରେ ଉହାନରେ କରୋନା ମହାମାରୀ ଯୋଗୁ ଲକ୍‌ଡାଉନ୍‌ ହୋଇଥିଲା ଏବଂ ପରେ କରୋନା ପୃଥିବୀର ବିଭିନ୍ନ ଦେଶରେ ବ୍ୟାପିଥିଲା। ମାର୍ଚ୍ଚ ୨୦୨୦ରେ ପାକିସ୍ତାନୀ ରାଷ୍ଟ୍ରପତି ଆରିଫ ଅଲଭିଙ୍କ ପରେ ସେ ଚାଇନାରେ କୌଣସି ନେତାଙ୍କୁ ମୁହାଁମୁହିଁ ସାକ୍ଷାତ କରିନାହାଁନ୍ତି।

ପ୍ରତି ପାଞ୍ଚ ବର୍ଷରେ ଆୟୋଜିତ ନ୍ୟାଶନାଲ ପାର୍ଟି କଂଗ୍ରେସରେ କମ୍ୟୁନିଷ୍ଟ ଦଳର ପ୍ରମୁଖ ସଦସ୍ୟମାନେ ରୁଦ୍ଧଦ୍ୱାରରେ ନୀତିଗତ ନିଷ୍ପତ୍ତି ନିଅନ୍ତି। ବୈଠକରେ ଜିନପିଙ୍ଗ ନିଜକୁ ଦେଶର ନେତା ଭାବରେ ବଜାୟ ରଖିବାର ପ୍ରୟାସ କରୁଛନ୍ତି। ଯଦି ସେ ସଫଳ ହୁଅନ୍ତି, ତେବେ ତୃତୀୟ ଥର ପାଇଁ ପୁଣି ପାଞ୍ଚ ବର୍ଷର କାର୍ଯ୍ୟକାଳ କ୍ଷମତାରେ ରହିବେ। ନିକଟରେ କୌଣସି ଚାଇନା ନେତା ଏଭଳି କରିପାରି ନାହାଁନ୍ତି।

କିନ୍ତୁ ଏହାପୂର୍ବରୁ ଯଦି ଦଳରେ ତାଙ୍କ ବିରୋଧରେ ପରିସ୍ଥିତି ସୃଷ୍ଟି ହୁଏ, ତେବେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ ଏବଂ ଅକ୍ଟୋବର ସୁଦ୍ଧା ନେତୃତ୍ୱରେ ପରିବର୍ତ୍ତନ ଆସିବ। ଏହା ଜିନ୍‌ପିଙ୍ଗ୍‌ଙ୍କ ପାଇଁ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ।

ଗତ ଦୁଇ ବର୍ଷ ମଧ୍ୟରେ ଜିନପିଙ୍ଗଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ତାଙ୍କର ବିଶ୍ୱ ପରିଚୟକୁ ସୀମିତ କରିଦେଇଛି। ଅନ୍ତର୍ଜାତୀୟ ନିନ୍ଦା ମଧ୍ୟ ଜିନ୍‌ ପିଙ୍ଗ୍‌ ଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି। ନିକଟରେ ହଂକଂ ଏବଂ ଜିନଜିଆଙ୍ଗରେ ମାନବିକ ଅଧିକାରର ଉଲ୍ଲଂଘନ ପାଇଁ ଚାଇନା ସମାଲୋଚିତ ହୋଇଛି। ତିବ୍ଦତ ଏବଂ ତାଇୱାନ ଉପରେ ମାନବିକ ଅଧିକାର ଉଲ୍ଲଂଘନ ପ୍ରସଙ୍ଗରେ ଅନ୍ତର୍ଜାତୀୟ ଗୋଷ୍ଠୀ ଅସନ୍ତୁଷ୍ଟ ରହିଛନ୍ତି। ତାଇୱାନ ସହିତ ତିକ୍ତତା ବଢ଼ିବା ପରେ ଜିନପିଙ୍ଗଙ୍କ ବିଦେଶୀ ନେତାଙ୍କୁ ଭେଟିବାରେ ଅନୁପସ୍ଥିତି ନୂଆ ଅସୁବିଧାକୁ ସ୍ପଷ୍ଟ କରିଛି ।

ଜିନପିଙ୍ଗ ଏପର୍ଯ୍ୟନ୍ତ ଚାଇନାରେ ଅଟକି ରହିଛନ୍ତି ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଭିକ୍ଟର ଶି କହିଛନ୍ତି। ଯେ ଆନ୍ତର୍ଜାତୀୟ ସ୍ତରରେ ନିଜକୁ ଦକ୍ଷ ପ୍ରମାଣ କରିବାର ଆବଶ୍ୟକତାକୁ ଗୁରତ୍ୱ ମନେ କରୁ ନାହାନ୍ତି। ସେ ଘରୋଇସ୍ତରରେ ନିୟନ୍ତ୍ରଣ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri