ଦାନରେ କେବେ ହେଲେ ଦିଅନ୍ତୁ ନାହିଁ ଏହି ୫ ଜିନିଷ; ହୋଇଯିବେ କାଙ୍ଗାଳ

ଦାନଠାରୁ ବଳି ପୂଣ୍ୟ ନାହିଁ। ଦରିଦ୍ର ବ୍ୟକ୍ତିଙ୍କ ସହାୟତା କରିବା ମନୁଷ୍ୟର ପ୍ରଥମ କର୍ତ୍ତବ୍ୟ ବୋଲି କୁହାଯାଏ। ଦାନ ଦ୍ୱାରା ମାନସିକ ଶାନ୍ତି ମିଳେ। ଏହାଦ୍ୱାରା ଧନ ବଢ଼େ ବୋଲି ମାନ୍ୟତା ରହିଛି। ହେଲେ କିଛି ଜିନିଷ ଏପରି ଅଛି ଯାହାକୁ ଦାନ କରିବା ଅଶୁଭ। ଏପରି କଲେ ଦରିଦ୍ରତା ଆସିଥାଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ:

ଝାଡ଼ୁ: ହିନ୍ଦୁ ଧର୍ମ ଅନୁସାରେ ଝାଡ଼ୁ ଘରର ଦରିଦ୍ରତା ଦୂର କରିଥାଏ। ଏଥିଯୋଗୁ ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ। ହେଲେ ଝାଡ଼ୁକୁ ଦାନ କରିବା ଅଶୁଭ। ଏହି କାରଣରୁ ଧନତେରସରେ ଅନ୍ୟ ବସ୍ତୁ ସହ ଲୋକ ଝାଡ଼ୁ କିଣିଥାନ୍ତି। ଏହାଦ୍ୱାରା ଘରେ ଧନସମ୍ପଦ ବୃଦ୍ଧି ପାଏ ବୋଲି ମାନ୍ୟତା ରହିଛି। ଝାଡ଼ୁ ଦାନ କଲେ ଘରୁ ଲକ୍ଷ୍ମୀ ଚାଲିଯାଇଥାନ୍ତି।

ପ୍ଲାଷ୍ଟିକ ବସ୍ତୁର କରନ୍ତୁ ନାହିଁ ଦାନ: ଆଜିକାଲି ସମସ୍ତଙ୍କ ଘରେ ପ୍ଲାଷ୍ଟିକର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ହେଲେ ଏହାକୁ କେବେହେଲେ ଦାନରେ ଦିଅନ୍ତୁ ନାହିଁ। ଏପରି କଲେ ଘରର ଶାନ୍ତି ଚାଲି ଯାଇଥାଏ। ଧନହାନୀ ମଧ୍ୟ ହୋଇଥାଏ।

ବାସୀ ଜିନିଷ କାହାକୁ ଦାନରେ ଦିଅନ୍ତୁ ନାହିଁ: ଅନେକ ଥର ଲୋକ ଦାନରେ ବାସୀ ଭୋଜନ ଦେଇଥାନ୍ତି। ଏହା କରିବା ଅଶୁଭ। ଏହାଦ୍ୱାରା ଲକ୍ଷ୍ମୀ ଏବଂ ଦେବୀ ଅନ୍ନପୂର୍ଣ୍ଣା ରାଗି ଯାଇଥାନ୍ତି।

ଷ୍ଟିଲ ବାସନ ଦାନ କରନ୍ତୁ ନାହିଁ: ଦାନରେ ଘରେ ରଖାଯାଇଥିବା ଷ୍ଟିଲ ବାସନ ଦିଅନ୍ତୁ ନାହିଁ। ଏପରି କଲେ ଧନ ହାନି ହୋଇଥାଏ। ଷ୍ଟିଲ ବାସନ ଦାନ କଲେ ଘରେ ଶାନ୍ତି କ୍ଷୂର୍ଣ୍ଣ ହୁଏ ବୋଲି ମାନ୍ୟତା ରହିଛି।

ଲକ୍ଷ୍ମୀ ଫଟୋ କେବେହେଲେ ଦାନ କରନ୍ତୁ ନାହିଁ: ବହୁତ ଲୋକ ଲକ୍ଷ୍ମୀ ପ୍ରତିମା ଅଙ୍କିତ ଥିବା ରୂପା ମୁଦ୍ରା ଦାନରେ ଦେଇଥାନ୍ତି। ଏପରି କଲେ ଘରେ ଦରିଦ୍ରତା ଆସିଥାଏ। ଏହାଛଡ଼ା ଫଟୋ ଏବଂ ଲକ୍ଷ୍ମୀ ଥିବା ଅନ୍ୟ ସାମଗ୍ରୀ ମଧ୍ୟ ଦାନ କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପରୁ ଦୀପ କାହିଁକି ଲଗାଯାଏ ନାହିଁ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଖରାଦିନେ ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା କରିବ ଗ୍ଲୋ, ଜାଣନ୍ତୁ ସେ ସମ୍ପର୍କରେ…

ଦିନଯାକର ପରିଶ୍ରମ ପରେ ଥକ୍କାପଣ ଯୋଗୁ ଅନେକେ ରାତିରେ ତ୍ୱଚାର ଠିକ୍‌ରେ ଯତ୍ନ ନ ନେଇ ସେମିତି ଶୋଇପଡ଼ନ୍ତି; ଯଦ୍ଦ୍ବାରା ତ୍ୱଚାର ଚମକ ଧୀରେ ଧୀରେ...

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri