ଭୋକ ବିକଳରେ କନ୍ୟାରତ୍ନ ବିକ୍ରି କରୁଛନ୍ତି ଆଫଗାନୀ, ଖାଦ୍ୟ ସଙ୍କଟ ଚେତାବନୀ ଦେଲା ଜାତିସଂଘ…

କାବୁଲ,୨୭।୧୦: ଆଫଗାନିସ୍ତାନ ଏବେ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଛି। ଲୋକେ ଖାଦ୍ୟ କିଣିବା ପାଇଁ ନିଜର ସମ୍ପତ୍ତି ଏବଂ ପଶୁ ବିକ୍ରୟ କରୁଥିଲେ। ମାତ୍ର ଏବେ ସେମାନଙ୍କୁ ଭୋକ ବିକଳରେ ପିଲାମାନଙ୍କୁ ବିକ୍ରୟ କରିବାକୁ ବାଧ୍ୟ ହେଉଛନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବହୁ ମାତାପିତା ନିଜ ନିଜର ସନ୍ତାନଙ୍କୁ ବିକ୍ରି କରୁଛନ୍ତି। ଇତିମଧ୍ୟରେ ଜାତିସଂଘ ପକ୍ଷରୁ ଆଫଗାନିସ୍ତାନରେ ଖାଦ୍ୟ ସଙ୍କଟ ଚେତବାଦୀ ଜାରି କରାଯାଇଛି।
ସମ୍ପ୍ରତି ଏଠାରେ ଲୋକେ କନ୍ୟାରତ୍ନ ବିକ୍ରି କରିବା ଆରମ୍ଭ କରିଥିବା ରିପୋର୍ଟ ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ପ୍ରକଟ କରାଯାଇଛି। ଦେଶର ପ୍ରାୟ ୨୫ ନିୟୁତ ଲୋକ ଆସନ୍ତା ନଭେମ୍ବରରୁ ଭୋକରେ ରହିବେ ବୋଲି ଜାତିସଂଘ କହିଛି।

ଭୋକରେ ପୀଡିତ ଲୋକମାନେ ବିବାହ ପାଇଁ ଆଠରୁ ଦଶ ବର୍ଷ ବୟସ୍କା କନ୍ୟାରତ୍ନଙ୍କୁ ବିକ୍ରି କରିବା ସାଧାରଣ ଘଟଣାରେ ପରିଣତ ହୋଇଛି। କନ୍ୟାରତ୍ନଙ୍କ ବିକ୍ରି ଯୋଗୂ ଦେଶରେ ଏବେ ବାଲ୍ୟ ବିବାହ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ଦେଶରେ ମରୁଡ଼ି ସମୟରେ ବାଲ୍ୟ ବିବାହ ସଂଖ୍ୟା ବଢ଼ିଥାଏ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କିନ୍ତୁ ଏବେ ଖାଦ୍ୟ ସଙ୍କଟ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଏଥିରେ ଦର୍ଶାଯାଇଛି।

ବଦଘିସ ପ୍ରଦେଶର ତାଲିବାନର ମଧ୍ୟବର୍ତ୍ତୀକାଳୀନ ରାଜ୍ୟପାଳ ମୌଲବି ଅବଦୁଲ ସତାର ଏକ ବିବୃତ୍ତିରେ କହିଛନ୍ତି ଯେ ଆର୍ଥିକ ସମସ୍ୟା ଯୋଗୁ ବାଲ୍ୟ ବିବାହ ଏବେ ବଢ଼ି ଚାଲିଛି। ଏଥି ସହିତ ମରୁଡ଼ି ପ୍ରଭାବିତ ଅଞ୍ଚଳରେ ବାଲ୍ୟ ବିବାହ ବୃଦ୍ଧି ହେବାର ଖବର ମିଳିଛି। ଦେଶର ତୃତୀୟ ବୃହତ୍ତମ ସହର ହେରାତ ଉପକଣ୍ଠ ଅଞ୍ଚଳରେ ମଧ୍ୟ ବାଲ୍ୟ ବିବାହ ବଢୁଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

ଗତ ୨୦ ବର୍ଷର ଗୃହଯୁଦ୍ଧରୁ ମୁକ୍ତି ପାଇବାକୁ ସଂଘର୍ଷ କରୁଥିବା ଲୋକଙ୍କ ପାଇଁ ମରୁଡ଼ି ଏବେ ନୂଆ ସଙ୍କଟ ସୃଷ୍ଟି କରିଛି।
ଚଳିତ ଶୀତରେ ଲକ୍ଷ ଲକ୍ଷ ଆଫଗାନୀ ଅନାହାର ଯୋଗୁ ଦେଶାନ୍ତର ହେବାକୁ ବାଧ୍ୟ ହେବେ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ୟେମେନ, ସିରିଆ ଏବଂ କଙ୍ଗୋର ଖାଦ୍ୟ ଅଭାବ ସ୍ଥିତିଠାରୁ ଆଫଗାନିସ୍ତାନର ସଙ୍କଟ ଅଧିକ ଗୁରୁତର ରହିଛି ବୋଲି ଜାତିସଂଘ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ/ଦୂର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri