Posted inଖେଳ

ଟଙ୍କା ମୋ ପାଇଁ ସବୁକିଛି, କାହିଁକି ଏମିତି କହିଲେ ପାଣ୍ଡ୍ୟା

ଦୁବାଇ,୧୮।୧୦: ଭାରତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ରିକେଟ୍‌ କ୍ୟାରିୟର୍‌ ବେଶ୍‌ ରୋଚକ। ବରୋଦାରେ ଏକ ଛୋଟ ଆକାରର ଆପାର୍ଟମେଣ୍ଟ ରହିବା ଠାରୁ ମୁମ୍ବାଇରେ ବିଳାସପୂର୍ଣ୍ଣ ସମ୍ପତ୍ତି ପାଇବା ପର୍ଯ୍ୟନ୍ତ ତାଙ୍କ କାହାଣୀ ଏକ ଅସାଧାରଣ କାହାଣୀ ପରି ମନେ ହୁଏ। ନିଜର ଦକ୍ଷତା ଏବଂ ପ୍ରତିଭା ସହିତ ସେ କେବଳ ଭାରତ ପାଇଁ ନୁହେଁ, ବରଂ ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମଧ୍ୟ ଏକ ନାମ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ବର୍ଷ ବର୍ଷ ଧରି ଭାରତ ପାଇଁ ଜଣେ ଅଲରାଉଣ୍ଡର ଭାବେ ନଜର ଆସିଛନ୍ତି। କିନ୍ତୁ ଏବେ ସେ ବୋଲିଂ କରୁନାହାଁନ୍ତି, ଯାହା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ସମସ୍ତେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି -୨୦ ବିଶ୍ୱକପରେ ବୋଲିଂ କରୁଥିବା ଦେଖିବାକୁ ଚାହାଁନ୍ତି, କାରଣ ଟିମ ଇଣ୍ଡିଆର ଏହି ମେଗା ଇଭେଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଆଇପିଏଲ ନିଲାମରେ ମିଳିଥିବା ବିପୁଳ ପରିମାଣ ଏବଂ ଏହା ଖେଳାଳିଙ୍କ ଜୀବନ ଉପରେ କିପରି ପ୍ରଭାବ ପକାଇଥାଏ ଏବଂ ଆଇପିଏଲରେ ଚୁକ୍ତି ପାଇବା ପରେ କ’ଣ ପରିବର୍ତ୍ତନ ହୁଏ ସେ ବିଷୟରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ମନ କଥା ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ହାର୍ଦ୍ଦିକ କହିଛନ୍ତି, କ’ଣ ଘଟୁଛି ବୁଝିବା ପାଇଁ ତୁମର ଏକ ଦୃଢ ମନ ଦରକାର। ମୁଁ ଏବଂ କ୍ରୁନାଲ(ଭାଇ କ୍ରୁନାଳ ପାଣ୍ଡ୍ୟା) ଏଥିରେ ବହୁତ ଶକ୍ତିଶାଳୀ। ଆଇପିଏଲ୍‌ରେ ପ୍ରବଳ ଟଙ୍କା ମିଳେ ଏଥିରେ ସନ୍ଦେହ ନାହିଁ, ତଥାପି ଆମ ପାଦ ସର୍ବଦା ତଳେ ଥାଏ। ଟଙ୍କା ସବୁକିଛି ବଦଳାଇ ଦିଏ। ଟଙ୍କା ଯୋଗୁ ମୁଁ ଆଜି ଏତେ ବାଟରେ ପହଞ୍ଚିଛି। ଅନ୍ୟଥା ମୁଁ ପେଟ୍ରୋଲ ପମ୍ପରେ କାମ କରିଥା’ନ୍ତି।
କ୍ରିକେଟରେ ଭଲ ପ୍ରଦର୍ଶନ କରିବାକୁ ଜଣେ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଟଙ୍କା କିପରି ଗୁରୁତ୍ୱପୂର୍ଣ୍ଣ ତାହା ପାଣ୍ଡ୍ୟା ମଧ୍ୟ ପ୍ରକାଶ କରିଛନ୍ତି। ଖେଳାଳିମାନେ ରାଶି ସେମାନଙ୍କ ପରିବାରର ଜୀବନ ପରିବର୍ତ୍ତନ କରୁଥିବାରୁ ପ୍ରଦର୍ଶନ କରିବାକୁ ଭାବପ୍ରବଣ ହୁଅନ୍ତି । ଯଦି ଏତେ ଟଙ୍କା ନ ମିଳନ୍ତା ତେବେ ଅନେକ ଲୋକ କ୍ରିକେଟ ଖେଳିବେ ନାହିଁ। ଗୋଟିଏ ଗାଁ କିମ୍ବା ଛୋଟ ସହରର ପୁଅ କ୍ରିକେଟ୍‌ ଖେଳି ଟଙ୍କା ରୋଜଗାର କରିବା କମ ବଡ଼ କଥା ନୁହେଁ ବୋଲି ପାଣ୍ଡ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri