Posted inଖେଳ

ଡିଫେଣ୍ଡିଂ ଚାମ୍ପିୟନର ବାଟ ବନ୍ଦ କରିଦେଲା କେକେଆର୍‌

ଶାରଜା, ୭।୧୦: ରାଜସ୍ଥାନ ରୟାଲ୍ସ ଦଳର ବୃହତ୍‌ ପରାଜୟ ସହ ବନ୍ଦ ହୋଇଯାଇଛି ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେ-ଅପ୍‌ରେ ପ୍ରବେଶ କରିବାର ବାଟ। କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ୮୬ ରନ୍‌ରେ ରାଜସ୍ଥାନକୁ ହରାଇ ଦେଇଛି। ଏହି ବିଜୟ ସହ ଚତୁର୍ଥ ଦଳ ଭାବେ ପ୍ଲେ-ଅପ୍‌ରେ ସ୍ଥାନ ପକ୍କା କରିଛି କେକେଆର୍‌।

କେବଳ ଟସ୍‌କୁ ଛାଡ଼ି ଦେଲେ ରାଜସ୍ଥାନ ଭାଗରେ କିଛି ପଡ଼ି ନ ଥିଲା। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା କେକେଆର୍‌କୁ ୭୯ ରନ୍‌ର ଆରମ୍ଭ ଦେଇଥିଲେ ଶୁବମାନ ଗିଲ (୫୬ ରନ୍‌, ୪ ଚୌକା ଓ ୨ ଛକା) ଓ ଭେଙ୍କଟେଶ ଆୟାର (୩୮ ରନ୍‌, ୩ ଚୌକା ଓ ୨ ଛକା)। ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଯୋଗଦାନ କାରଣରୁ କୋଲକାତା ୨୦ ଓଭରରେ ୪ ଉଇକେଟ ହରାଇ ୧୭୧ ରନ୍‌ କରିଥିଲା।

ଶାରଜାର ଗ୍ରାଉଣ୍ଡରେ ୧୭୨ ରନ୍‌ର ପିଛା କରିବାକୁ ଓହ୍ଲାଇଥିବା ରାଜସ୍ଥାନ କଦାପି ପ୍ରାରମ୍ଭିକ ବିପର୍ଯ୍ୟୟରୁ ଉଦ୍ଧାର ପାଇ ନ ଥିଲା। ଅଧିନାୟକ ସଞ୍ଜୁ ସମାସନ ୧ ରନ୍‌ କରି ଆଉଟ୍‌ ହୋଇଥିବାବେଳେ ଯଶସ୍ବୀ ଜୈସ୍ବାଲ ଖାତା ଖୋଲି ପାରି ନ ଥିଲେ। କେବଳ ଶିବମ ଦୁବେ (୧୮) ଓ ରାହୁଲ ଟଓ୍ବୋଟିଆ (୪୩)ଙ୍କୁ ଛାଡ଼ି ଦେଲେ କେହି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଫଳରେ ୮୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା ରାଜସ୍ଥାନ। କେକେଆର୍‌ ପାଇଁ ଶିବମ ମାଭି ୪ ଉଇକେଟ ନେଇଥିବା ବେଳେ ଲୋକି ଫର୍ଗୁସନ ୩ ଉଇକେଟ ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

୨୦୨୬ ଟି-୨୦ ବିଶ୍ୱକପ ଭାରତୀୟ ଦଳ: ଏହି ୫ ଖେଳାଳି ଦଳରୁ ପଡିପାରନ୍ତି ବାଦ୍‌, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧୯।୧୨: ୨୦୨୫ ବର୍ଷ ଶେଷ ହେବା ସହିତ, ୨୦୨୬ ଟି୨୦ ବିଶ୍ୱକପ ପାଇଁ ଅପେକ୍ଷା ମଧ୍ୟ କମ ହେବାରେ ଲାଗିଛି। ଆସନ୍ତା ବର୍ଷ ଟି୨୦ ବିଶ୍ୱକପ...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri