ଦୁର୍ନୀତିଖୋର ଅଧିକାରୀଙ୍କୁ ସୁରକ୍ଷା: ୧୫ ସୁଦ୍ଧା ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଯାଜପୁର ଅଫିସ,୪ା୧୦: ଯାଜପୁର ଜିଲା ଯୋଗାଣ ବିଭାଗ କର୍ତ୍ତୃପକ୍ଷ ଅଡିଟ୍‌ ରିପୋର୍ଟର ଅନୁପାଳନ କରିବାରେ କୁନ୍ଥକୁନ୍ଥ ହେଉଛନ୍ତି। ବିପୁଳ ପରିମାଣର ସରକାରୀ ଅର୍ଥ ହରିଲୁଟ କରିଥିବା ମିଲର୍ସଙ୍କ ବିରୋଧରେ ସାର୍ଟିଫିକେଟ କେସ୍‌ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ନାମରେ ବିଭାଗୀୟ କାର୍ଯ୍ୟବିଧି ଗ୍ରହଣ କରାଯାଉ ନାହିଁ। ଏପରିକି ଏ ସଂକ୍ରାନ୍ତରେ ରାଜ୍ୟ ଯୋଗାଣ ନିଗମର ଆର୍ଥିକ ପରାମର୍ଶଦାତା ତଥା ଚିଫ୍‌ ଆକାଉଣ୍ଟ ଅଫିସର ଏହା ପୂର୍ବରୁ ୫ ଥର ତଥ୍ୟ ମାଗିଥିଲେ ହେଁ ଯାଜପୁର ଜିଲା ଯୋଗାଣ ଅଧିକାରୀ(ସିଏସ୍‌ଓ) ନୀରବ ରହିଛନ୍ତି। ତେଣୁ ଚିଫ୍‌ ଆକାଉଣ୍ଟ ଅଫିସର ଉଦ୍‌ବେଗ ପ୍ରକାଶ କରିବା ସହ ଆସନ୍ତା ୧୫ ତାରିଖ ସୁଦ୍ଧା ସବିଶେଷ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ନ କଲେ ଏଥିପାଇଁ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ସିଏସ୍‌ଓଙ୍କୁ ଚେତାବନୀ ଦେଇଛନ୍ତି।
୨୦୧୫-୧୬ ଆର୍ଥିକ ବର୍ଷରେ ବଡ଼ଚଣା ବ୍ଲକ ଓଲରାସ୍ଥିତ ମେସର୍ସ ସାବିତ୍ରୀ ଇଣ୍ଡଷ୍ଟ୍ରିଜ ରାଇସ୍‌ ମିଲ୍‌ରେ ୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା ଅଡିଟ ରିପୋର୍ଟରେ ଧରାପଡ଼ିଥିଲା। ଏହାସହ ୦୩/୨୦୨୦ ନମ୍ବର ଇଣ୍ଟରନାଲ ଅଡିଟ ରିପୋର୍ଟରେ କଷ୍ଟମ ମିଲର୍ସମାନଙ୍କଠାରୁ ୬ କୋଟି ୫୨ ଲକ୍ଷ ୧୫ ହଜାର ୨୫୭ ଟଙ୍କା ଅସୁଲିଯୋଗ୍ୟ ବୋଲି ଦର୍ଶାଯାଇଥିଲା। ସେହିପରି ୨ କୋଟି ୪୫ ଲକ୍ଷ ୮୧ ହଜାର ୭୬୦ ଟଙ୍କାର କାରବାର ସମ୍ପର୍କରେ ରିପୋର୍ଟରେ ପ୍ରଶ୍ନ ଉଠାଯାଇଥିଲା। କିନ୍ତୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏପରିକି ଦାୟୀ ଅଧିକାରୀ କିମ୍ବା କର୍ମଚାରୀଙ୍କ ନାମ ମଧ୍ୟ ବିଭାଗକୁ ସୂଚନା ଦିଆ ନ ଯାଇ ସେମାନଙ୍କୁ ଘଣ୍ଟଘୋଡାଇବାକୁ ଉଦ୍ୟମ କରାଯାଉଛି। ଅନୁମୋଦିତ ଅଡିଟ୍‌ ରିପୋର୍ଟକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଅନୁପାଳନ ଜରୁରୀ। ଅଡିଟ୍‌ ରିପୋର୍ଟରେ ଦର୍ଶାଯାଇଥିବା ଅନିୟମିତତା କିମ୍ବା ହଡ଼ପ ଅର୍ଥ ଅସୁଲି ହୋଇ ନ ପାରିଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଓସିଏସ୍‌(ସିସିଏ) ରୁଲ୍ସ ୧୯୬୨/ଓସିଏସ୍‌ (ପେନସନ) ରୁଲ୍ସ ୧୯୯୨ ଅନୁଯାୟୀ ଡିପାର୍ଟମେଣ୍ଟାଲ ପ୍ରୋସିଡିଂ ଗ୍ରହଣ କରାଯିବ। ଅବସର ଗ୍ରହଣ କରିଥିବା ସମ୍ପୃକ୍ତ ଅଧିକାରୀ ପେନସନ ସୁବିଧା ପାଇବାରେ ସମସ୍ୟାର ସମ୍ମୁଖୀନ ହେବେ। ଏହି ମର୍ମରେ ୨୦୧୯ ଅକ୍ଟୋବରରେ ରାଜ୍ୟ ଯୋଗାଣ ନିଗମର ଚିଫ୍‌ ଆକାଉଣ୍ଟ ଅଫିସର ସମସ୍ତ ଯୋଗାଣ ଅଧିକାରୀଙ୍କୁ ଚେତାବନୀ ଦେଇଥିଲେ। ହେଲେ ଏହିସବୁ ଚେତାବନୀ ଫସରଫାଟିଛି।
ସୂଚନାଯୋଗ୍ୟ ଯେ, ସାବିତ୍ରୀ ଇଣ୍ଡଷ୍ଟ୍ରିଜ୍‌ ରାଇସ୍‌ ମିଲକୁ ୬୨୨୩.୯୫୦ ମେଟ୍ରିକ ଟନ ଧାନ ଚାଉଳ କରିବାକୁ ଦିଆଯାଇଥିଲା। ଜିଲାର ପିଡିଏସ୍‌ ହିତାଧିକାରୀଙ୍କୁ ବଣ୍ଟନ କରିବାକୁ ନିର୍ଦ୍ଧାରିତ ସମୟରେ ୪୨୩୨.୨୮୬ ମେଟ୍ରିକ ଟନ୍‌ ଚାଉଳ ଦାଖଲ କରିବା କଥା। କିନ୍ତୁ ସାବିତ୍ରୀ ଇଣ୍ଡଷ୍ଟ୍ରିଜ ରାଇସ୍‌ ମିଲ୍‌ ୨୩୬୦.୪୭୦ ମେଟ୍ରିକ ଟନ୍‌ ଚାଉଳ ଦାଖଲ କରି ୧୮୭୧.୮୧୬ ମେଟ୍ରିକ ଟନ୍‌ ବାକି ରଖିଥିଲା, ଯାହାର ସରକାରୀ ମୂଲ୍ୟ ୪ କୋଟି ୨୬ ଲକ୍ଷ ୪୨ ହଜାର ୧୭୭ ଟଙ୍କା ହେବ। ଏହାବାଦ ବିଭିନ୍ନ ବ୍ୟାଙ୍କରେ ପ୍ରାୟ ୭୫ କୋଟି ଟଙ୍କା ଋଣ ବାକି ରହିଥିଲା। ତେଣୁ ବ୍ୟାଙ୍କ ଏହି ରାଇସ୍‌ ମିଲ ଓ ମାଲିକଙ୍କ ସ୍ଥାବର/ଅସ୍ଥାବର ସମ୍ପତ୍ତି ଦଖଲ କରି ନେଇଥିଲା। ଜିଲା ଯୋଗାଣ ବିଭାଗ ପକ୍ଷରୁ ମିଲ୍‌ ମାଲିକଙ୍କ ନାମରେ ଏକ ସାର୍ଟିଫିକେଟ ମାମଲା ରୁଜୁ ହୋଇଥିଲା। ସାବିତ୍ରୀ ଇଣ୍ଡଷ୍ଟ୍ରିଜ୍‌ ରାଇସ ମିଲ ମାଲିକ ବାକି ଥିବା ନିଗମ ଅର୍ଥ ମଧ୍ୟରୁ ଅର୍ଦ୍ଧାଧିକ ଟଙ୍କା ଦାଖଲ କରିଥିବା ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ଏହି କାରବାରରେ ସେତେବେଳେ ସମ୍ପୃକ୍ତି ଥିବା ସରକାରୀ ଅଧିକାରୀଙ୍କୁ କ୍ଷମା କରି ଦିଆଯାଇଛି। ତେଣୁ ଯେତେଥର ବିଭାଗୀୟ ପତ୍ରରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତା’ର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହେଉଥିଲେ ହେଁ ତାହା ସମ୍ଭବ ହେଉନାହିଁ। ଏ ସଂକ୍ରାନ୍ତରେ ଯାଜପୁର ସିଏସ୍‌ଓ ସଲାଉଦ୍ଦିନ ଖାନଙ୍କୁ ପଚାରିବା ପାଇଁ ତାଙ୍କ ମୋବାଇଲ ଫୋନକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri