Posted inରାଜ୍ୟ

ନୂଆ ପ୍ରଜାତିର ‘ବ୍ଲାଇଣ୍ଡ୍‌ ଇଲ୍‌’ ଆବିଷ୍କୃତ

ଭୁବନେଶ୍ୱର, ୩୦।୯(ବ୍ୟୁରୋ): ଆଶ୍ଚର୍ଯ୍ୟ ହେଲେ ବି ସତ। ଏକ ବ୍ଲାଇଣ୍ଡ୍‌ ସ୍କୁଲ ବା ଦୃଷ୍ଟିହୀନ ବିଦ୍ୟାଳୟ ପରିସର କୂଅ ଭିତରୁ ମିଳିଥିବା ବ୍ଲାଇଣ୍ଡ୍‌ ଇଲ୍‌ (ଯେଉଁ ଇଲ୍‌ର ଆଖି ନାହିଁ)କୁ ଏକ ନୂଆ ପ୍ରଜାତିର ମାଛ ଭାବେ ମାନ୍ୟତା ମିଳିଛି। ଏହା ଉପରେ ଭାରତର ୪ଜଣ ଗବେଷକ ୨୦୧୯ରୁ ଗବେଷଣା ଜାରି ରଖିଥିଲେ। ଏହି ଗବେଷଣା ନିବନ୍ଧଟି ମାଛଙ୍କ ଉପରେ ପ୍ରକାଶିତ ହେଉଥିବା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଜର୍ନାଲ ‘ଆକୁଆ: ଇଣ୍ଟରନ୍ୟାଶନାଲ ଜର୍ନାଲ ଅଫ୍‌ ଇକ୍‌ଥିଓଲୋଜି’ର ସଦ୍ୟତମ ସଂସ୍କରଣରେ ପ୍ରକାଶିତ ହୋଇଛି। ୪ଜଣ ଗବେଷକଙ୍କ ମଧ୍ୟରେ ଜଣେ ଓଡ଼ିଆ ମଧ୍ୟ ଅଛନ୍ତି। ସେ ହେଲେ ଗୋପାଳପୁରସ୍ଥିତ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ(ଜେଡ୍‌ଏସ୍‌ଆଇ)ର ସାଇଣ୍ଟିଷ୍ଟ ଇନ୍‌ଚାର୍ଜ ଡ. ଅନିଲ ମହାପାତ୍ର। ଅନ୍ୟ ୩ଜଣ ହେଲେ ଜୟାସିମ୍‌ହାନ୍‌ ପ୍ରବୀନରାଜ, ତେଜସ୍‌ ଠାକରେ ଓ ଆନମ୍‌ ପଓ୍ବନ କୁମାର। ସେହି ନୂଆ ପ୍ରଜାତି ବ୍ଲାଇଣ୍ଡ୍‌ ଇଲ୍‌ର ବୈଜ୍ଞାନିକ ନାମ ରଖାଯାଇଛି ରକ୍‌ଥାମିକ୍‌ଥିସ୍‌ ମୁମ୍ବା(Rakthamichthys Mumba)। ଏହାର ସାଧାରଣ ନାମ ‘ମୁମ୍ବାଇ ବ୍ଲାଇଣ୍ଡ୍‌ ଇଲ୍‌’ ଦିଆଯାଇଛି।
୨୦୧୯ରେ ମହାରାଷ୍ଟ୍ରର ମୁମ୍ବାଇର ଯୋଗେଶ୍ୱରୀ ୱେଷ୍ଟରେ ଥିବା ଏକ ବ୍ଲାଇଣ୍ଡ୍‌ ସ୍କୁଲ ପରିସର କୂଅରେ ଏଭଳି ବିରଳ ମାଛ ଦେଖିବାକୁ ମିଳିଥିଲା। ପମ୍ପ ଦ୍ୱାରା ପାଣି ଶୁଖାଇ ୫ଟି ବ୍ଲାଇଣ୍ଡ୍‌ ଇଲ୍‌ ଧରାଯାଇ ଗବେଷଣା କରାଯାଇଥିଲା। ଏହି ଗବେଷଣାରୁ ୫ଟି ଯାକ ସ୍ପେସିମେନ୍‌କୁ ପରୀକ୍ଷା ନିରୀକ୍ଷା କରିବାରୁ ଏହା ସାରା ବିଶ୍ୱରେ ମିଳୁଥିବା ଅନ୍ୟସବୁ ବ୍ଲାଇଣ୍ଡ୍‌ ଇଲ୍‌ ପ୍ରଜାତିଠାରୁ ଭିନ୍ନ ଥିବା ଜଣାପଡ଼ିଥିଲା। ଏହାର ଡିଏନ୍‌ଏ ଆନାଲିସିସ ଗୋପାଳପୁର ଜେଡ୍‌ଏସ୍‌ଆଇ ଡିଏନ୍‌ଏ ଲାବରେଟୋରିରେ ହୋଇଥିବାବେଳେ ଡ. ଅନିଲ ମହାପାତ୍ର ଦାୟିତ୍ୱରେ ଥିଲେ। ଡିଏନ୍‌ଏ ଆନାଲିସିସରେ ଏହି ନୂଆ ବ୍ଲାଇଣ୍ଡ୍‌ ଇଲ୍‌ଟି ନିଜର ନିକଟ ସମ୍ପର୍କୀୟଙ୍କଠାରୁ ପ୍ରାୟ ୨୩ % ଅଲଗା ଥିଲା। ଏହା ଦେଖିବାକୁ ପତଳା, ୨୬୫ ମିଲିମିଟର ପର୍ଯ୍ୟନ୍ତ ବଢ଼ିଥାନ୍ତି ଏବଂ ଦେହର ରଙ୍ଗ ଗୋଲାପୀ-ନାଲି ରଙ୍ଗର ହୋଇଥାଏ। ଏହି ଇଲ୍‌ରେ ଆଖି, ଫିନ୍‌ ଓ କାତି ନ ଥାଏ। ଅଦ୍ୟାବଧି ଏହି ମୁମ୍ବାଇ ବ୍ଲାଇଣ୍ଡ୍‌ ଇଲ୍‌ କେବଳ ସେହି ଦୃଷ୍ଟିହୀନ ସ୍କୁଲ କୂଅରୁ ହିଁ ଦେଖିବାକୁ ମିଳିଛି। ଏହା ଏକ ମଧୁର ଜଳ ଇଲ୍‌। ଓଡ଼ିଶାରେ ଯଦି କାହା ବାଡ଼ିରେ ଥିବା କୂଅ ଭିତରୁ କେବେ ଏହି ପରି କିଛି ଇଲ୍‌ ବା ଅନ୍ୟ କିଛି ଚିହ୍ନି ନ ପାରୁ ଥିବା ମାଛ ବା ଅନ୍ୟ କିଛି ଜୀବ ମିଳନ୍ତି, ତେବେ ତାହାକୁ ମାରି ବା ଫୋପାଡ଼ି ନ ଦେଇ ଜେଡ୍‌ଏସ୍‌ଆଇ ଗୋପାଳପୁର କାର୍ଯ୍ୟାଳୟକୁ ଜଣାଇବାକୁ ଡ. ମହାପାତ୍ର ନିବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ନୂଆ ପ୍ରଜାତି ଇଲ୍‌ର ଫୋଟୋକୁ ଆକୁଆ ଜର୍ନାଲ ତା’ର କଭର ପୃଷ୍ଠାରେ ସ୍ଥାନ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri