Posted inଫୁରସତ

କୁକୁର ଛୁଆକୁ ଟେକି ନେଇ ଗଛ ଉପରକୁ ଚଢ଼ିଗଲା ମାଙ୍କଡ଼, ୩ ଦିନ ପାଖରେ ରଖିବା ପରେ…

ମାଙ୍କଡ଼ ଏମିତି ଏକ ପ୍ରାଣୀ ଯିଏ କି ବହୁତ ଦୁଷ୍ଟ। ଏହାର ଚତୁରତା ଦେଖି ଲୋକେ ବି ବେଳେବେଳେ ଆନନ୍ଦିତ ହୁଅନ୍ତି। ସୋସିଆଲ ମିଡିଆରେ ଅନେକ ସମୟରେ ମାଙ୍କଡ଼ମାନେ ହଟହଟା କରୁଥିବାର ଭିଡିଓ ଭାଇରାଲ ହୋଇଥାଏ। ଏମାନେ ବେଳେବେଳେ ମଣିଷ ଏବଂ ପଶୁପକ୍ଷୀଙ୍କୁ ଅସୁବିଧାରେ ପକାନ୍ତି। ସେମିତି ଏକ ଭିଡିଓ ଏବେ ଭାଇରାଲ ହେଉଛି। ଯେଉଁଥିରେ ଏକ ମାଙ୍କଡ଼ କୁକୁର ଛୁଆକୁ ଟେକି ନେଇ ଗଛ ଉପରକୁ ଚାଲିଯାଉଛି। ତିନି ଦିନ ଧରି କୁକୁର ଛୁଆକୁ ନିଜ ପାଖରେ ରଖିବା ପରେ ବନଅଧିକାରୀଙ୍କ ସହଯୋଗରେ ପୁଣି ଛାଡୁଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଭିଡିଓରେ ମାଙ୍କଡ଼ଟି କୁକୁରକୁ ଖୁବ୍‌ ଜୋର୍‌ରେ ଜାବୁଡ଼ି ଧରିଛି। ଗଛ ତଳେ ଅନେକ ଲୋକ ଠିଆ ହୋଇ ମାଙ୍କଡ଼ଠାରୁ କୁକୁର ଛୁଆକୁ ଅଲଗା କରିବାକୁ ଚାହୁଁଛନ୍ତି ମାତ୍ର ପାରୁନାହାନ୍ତି। ଜଣେ ମହିଳା ଏଥିପାଇଁ ମାଙ୍କଡ଼କୁ କଦଳୀ ବି ଦେଖାଇଛନ୍ତି। ମାତ୍ର ମାଙ୍କଡ଼ କୁକୁର ଛୁଆକୁ ଛାଡ଼ିବାକୁ ନାରାଜ। ମାଙ୍କଡ଼ଟି କୁକୁର ଛୁଆକୁ ଧରି ଅନ୍ୟ ଗଛକୁ କୁଦା ମାରୁଛି। ଏପରି ସ୍ଥିତିରେ ଲୋକେ ଥକି ଯାଇ ବିରକ୍ତି ପ୍ରକାଶ କରିଛନ୍ତି।

ଏହି ଘଟଣା ମାଲେସିଆର। ମାଙ୍କଡ଼ଟି ସାରୁ ନାମକ ଏହି କୁକୁରଛୁଆକୁ ତା ମା’ଠାରୁ ଛଡ଼ାଇ ନେଇଛି। ମାଙ୍କଡ଼ ଚାହୁଁଛି କୁକୁରକୁ ତା’ ପାଖରେ ରଖିବ। ଏହା ଦେଖି ଲୋକେ ଜମା ହୋଇ ଛଡ଼ାଇବାକୁ ଚେଷ୍ଟା କରି ଶେଷରେ ନିରାଶ ହୋଇଛନ୍ତି। ମାଙ୍କଡ଼ଟି କୁକୁରକୁ ଟେକି ନେଇ ଗୋଟିଏ ଗଛରୁ ଆଉ ଗୋଟିଏ ଗଛକୁ ଡେଇଁ ପଳାଉଛି। ୩ ଦିନ କୁକୁର ଛୁଆକୁ ନିଜ ଛାତିରେ ଜାବୁଡ଼ି ଧରିଛି। ଏ ସମ୍ପର୍କରେ ବନବିଭାଗ ଅଧିକାରୀଙ୍କୁ ଖବର ଦିଆଯିବା ପରେ ସେମାନେ ପହଞ୍ଚି ମାଙ୍କଡ଼ଠାରୁ କୁକୁର ଛୁଆକୁ ଉଦ୍ଧାର କରିଛନ୍ତି। କିନ୍ତୁ ମାଙ୍କଡ଼ଟି କୁକୁର ଛୁଆର କୌଣସି କ୍ଷତି କରିନାହିଁ।

ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଜଣେ ୟୁଜର କହିଛନ୍ତି, ମୁଁ ମାଙ୍କଡ଼ର ଏମିତି ଉତ୍ପାତ କେବେ ଦେଖିନାହିଁ। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ପପିକୁ ହପହରଣ କଲା କପି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

ୟୁନୁସ ଭାରତ ବିରୋଧରେ…ବାଂଲାଦେଶ ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଶେଖ ହାସିନା

ଢାକା,୨୨।୧୨: ବାଂଲାଦେଶର ରାଜଧାନୀ ଢାକାର ପରିସ୍ଥିତି ସାମ୍ପ୍ରତିକ ହିଂସା ଏବଂ ପ୍ରତିବାଦ ପରେ ଶାନ୍ତ ହେଉଥିବା ପରି ମନେ ହେଉଛି। ତଥାପି ରାଜନୈତିକ ମହଲରେ ଉତ୍ତେଜନା...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାଁରେ ଭୁବନେଶ୍ୱରରେ ଯୁବକ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି, ଧରାଛୁଆଁ ନ ଦେବାରୁ…

ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।...

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ରୁଷିଆ ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାରତୀୟ ଯୁବକ: ମୋଦିଙ୍କୁ କଲେ ଏମିତି ନିବେଦନ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ଏବଂ ୟୁକ୍ରେନ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା ପାଇଁ ପ୍ରୟାସ ଜାରି ରହିଛି।...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି…

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri