ହଜିବାକୁ ବସିଲାଣି ଭାଗବତ ଟୁଙ୍ଗି

ବେଗୁନିଆ,୨୦।୯(ଡି.ଏନ୍‌.ଏ.): ଭାଦ୍ରବ ମାସ ଶୁକ୍ଳ ପକ୍ଷ ଇନ୍ଦ୍ରୋତ୍ସବ ପୂର୍ଣ୍ଣିମାରେ ଶ୍ରୀମଦ୍‌ ଭାଗବତ ଦେବଙ୍କ ଜନ୍ମ। ହିନ୍ଦୁ ଧର୍ମର ଅଷ୍ଟାଦଶ ପୁରାଣ ମଧ୍ୟରେ ଶ୍ରେଷ୍ଠ ଗ୍ରନ୍ଥ ହେଉଛି ଶ୍ରୀମଦ୍‌ ଭାଗବତ। ତାଳପତ୍ର ପୋଥିରେ ବର୍ଣ୍ଣିତ ହୋଇଥିବା ଗ୍ରନ୍ଥାବଳୀକୁ ପୂଜାର୍ଚ୍ଚନା ଓ ପାଠ କରାଯାଉଥିଲା। ସଞ୍ଜ ନଇଁଲେ ଗାଁ ଗହଳିରେ ରହିଥିବା ଭାଗବତ ଟୁଙ୍ଗିରେ ଭାଗବତର ପ୍ରଥମ ଛନ୍ଦ ‘ନମଇଁ ନୃସିଂହ ଚରଣ, ଅନାଦି ପରମ କାରଣ’ ପଦ ଗୁଞ୍ଜରିତ ହେଉଥିଲା। ଶ୍ରଦ୍ଧାଳୁମାନେ ଏକାଠି ହେବା ସହ ଗ୍ରାମୀଣ ସଂସ୍କୃତି, ପରମ୍ପରା ଓ ଭାଇଚାରାକୁ ବାନ୍ଧି ରଖୁଥିଲେ। ଏଥିସହ ଭାଗବତ ପଦ ଶୁଣି ଶ୍ରଦ୍ଧାଳୁମାନେ କ୍ଳାନ୍ତ ଦୂର କରୁଥିଲେ। ରକ୍ଷଣାବେକ୍ଷଣ ଅଭାବରୁ ଗାଁ  ଗହଳିରେ ରହିଥିବା ଏହି ଭାଗବତ ଟୁଙ୍ଗି ହଜିବାକୁ ବସିଲାଣି। ଅନ୍ୟପଟେ ସରକାରଙ୍କ ପୁନରୁଦ୍ଧାର ଯୋଜନା ବାଟବଣା ଯୋଗୁ ଏହି ଟୁଙ୍ଗି ସତ୍ତା ହରାଇବାକୁ ବସିଛି।
ପ୍ରକାଶ ଯେ, ୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଭାଗବତ ଟୁଙ୍ଗିର ପୁନରୁଦ୍ଧାର ଯୋଜନା ଆରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୨୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା। ପ୍ରତି ଭାଗବତ ଟୁଙ୍ଗିକୁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ପ୍ରକାଶିତ ଓଡ଼ିଆ ଭାଗବତ ବହି ଯୋଗାଇ ଦିଆଯିବ। ଅନ୍ୟାନ୍ୟ ଆନଷଙ୍ଗିକ ସହ ମାଇକ୍‌ ସେଟ୍‌ କିଣାଯିବ। ଏଥିସହ ନିର୍ଦ୍ଦେଶାବଳୀ ଲାଗୁ କରାଯାଇଥିଲା। ଏହାର ଦାୟିତ୍ୱ ଜିଲା ସଂସ୍କତି ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ବେଗୁନିଆ ବ୍ଲକ ଅଞ୍ଚଳରେ ଥିବା ୧୬୨ଟି ଟୁଙ୍ଗି ମଧ୍ୟରୁ ୧୧୪ଟି ଟୁଙ୍ଗିର ପୁନରୁଦ୍ଧାର ପାଇଁ ଶ୍ରଦ୍ଧାଳୁମାନେ ଆବେଦନ କରିଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ଅନୁଧ୍ୟାନ ପରେ ୬ଟି ଟୁଙ୍ଗି ଚୟନ କରାଯାଇଥିଲା। ଟୁଙ୍ଗିର ସଭାପତି, ସମ୍ପାଦକ ଚୟନ କରାଯାଇ ବିଡିଓଙ୍କ ସହିତ ମିଳିତ ବ୍ୟାଙ୍କ ପାସ୍‌ବୁକ ଖୋଲିବାରେ ବହୁ ବିଳମ୍ବ ହୋଇଥିଲା। ପରେ ବ୍ଲକ ପ୍ରଶାସନ ପକ୍ଷରୁ ୨୦୧୬ରେ ୬ଟି, ୨୦୧୭ରେ ୭ଟି ଏବଂ ୨୦୧୮ରେ ୧୦ଟି ଟୁଙ୍ଗିକୁ ସହାୟତା ଦାନ କରାଯାଇଥିଲା। ଏହା ପରେ ସରକାରଙ୍କ ଏହି ଯୋଜନା ଫାଇଲରେ ଡୋରି ବନ୍ଧା ହୋଇଛି। ଜିଲା ସଂସ୍କୃତି ବିଭାଗ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ରହିଥିଲେ ମଧ୍ୟ ଏହି ଯୋଜନା ବାଟବଣା ହୋଇପଡ଼ିିଛି। ସରକାରଙ୍କ ଏହି ମହତ ଆଭିମୁଖ୍ୟକୁ ଅଣଦେଖା କରାଯାଉଛି ବୋଲି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ପଣ୍ଡିତ ଅଖିଳେଶ ପ୍ରସାଦ ପଣ୍ଡା କହିଛନ୍ତି, ହିନ୍ଦୁ ଧର୍ମରେ ଭାଗବତ ପାଠର ଗୁରୁତ୍ୱ ରହିଛି। ଗାଁ ଗହଳିରେ ଭାଗବତ ଟୁଙ୍ଗି ସତ୍ତା ହରାଇ ବସିଛି। ଏହାର ପନରୁଦ୍ଧାର ଯୋଜନା ସ୍ବାଗତ ଯୋଗ୍ୟ। ଉଚିତ୍‌ ମାର୍ଗରେ କାର୍ଯ୍ୟକାରୀ କରାଯାଉ। ଅନ୍ୟପକ୍ଷେ ଏନେଇ ବିଡିଓ ରଶ୍ମିରେଖା ଦାସ କହିଛନ୍ତି, କରୋନା ପାଇଁ ଏହି ଯୋଜନା କାର୍ଯ୍ୟ ବନ୍ଦ ରହିଥିଲା। ଆବେଦନ କରିଥିବା ଟୁଙ୍ଗିର ସ୍ଥିତି ଅନୁଧ୍ୟାନ କରାଯାଇ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସିବେ CJI: ପ୍ରଥମ ଥର ପାଇଁ…

ଭୁବନେଶ୍ୱର,୧୨।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଆସନ୍ତା ରବିବାର ଓଡ଼ିଶା ଆସିବେ । CJI ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର...

ଗଞ୍ଜାମର ୪୧ ଡିଗ୍ରୀ କଲେଜକୁ ଅର୍ଥ ଅନୁମୋଦନ

ଭଞ୍ଜନଗର,୧୨ା୧୨(ବାବୁଲା ପ୍ରଧାନ): କଲେଜ ପଢୁଆ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ବଢ଼ିବା ଲକ୍ଷ୍ୟ ନେଇ ସରକାର ସେମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରୁଛନ୍ତି। ଏହିଭଳି...

ସମ୍ପୂର୍ଣ୍ଣ ଟିମ୍‌ ଉପରେ ଭାରି ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ

ଆବୁଧାବି,୧୨।୧୨: ଭାରତୀୟ କିଶୋର ତାରକା ବୈଭବ ସୂର୍ଯ୍ୟବଂଶୀ U19 ଏସିଆ କପରେ UAE ବିପକ୍ଷରେ ୧୭୧ ରନ୍‌ କରି ୨୦୨୫ରେ ତାଙ୍କର ଚମତ୍କାର ଫର୍ମ ଜାରି...

ଦାୟିତ୍ୱ ନେଲେ ନବନିର୍ବାଚିତ ଅଧ୍ୟକ୍ଷା, ନୂଆ ରୂପରେଖ ନେଇ କହିଲେ…

କୁନ୍ଦୁରା,୧୨ା୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନରେ ସ୍ବାଧୀନ ଭାବେ ବିଜୟୀ ହୋଇ ଦାୟିତ୍ୱ ନେଲେ ବନିତା କାନ୍ଦଲିଆ। ବହୁ ବାଦବିବାଦ...

ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ମାଲକାନଗିରି ରିପୋର୍ଟ

ଭୁବନେଶ୍ୱର,୧୨ା୧୨: ମାଲକାନଗିରି ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦିଆଯାଇଛି ରିପୋର୍ଟ। ମୁଖ୍ୟମନ୍ତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏହି ରିପୋର୍ଟ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କେଭି...

ଆହୁରି ୨ଦିନ ପ୍ରବଳ ଶୀତ: ଆଜି ୯ ଜିଲାକୁ ଓ୍ୱାର୍ନିଂ

ଭୁବନେଶ୍ୱର,୧୨।୧୨: ଆହୁରି ୨ ଦିନ ଯାଏ ଶୀତ ଲହରି ଜାରି ରହିବ। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି...

ଭିନେଶ ଫୋଗଟଙ୍କ ବଡ଼ ଘୋଷଣା, ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଲେ….

ନୂଆଦିଲ୍ଲୀ,୧୨।୧୨: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଅବସର ଘୋଷଣା କରିଥିବା ବେଳେ ବର୍ତ୍ତମାନ ୟୁ-ଟର୍ଣ୍ଣ କରିଛନ୍ତି...

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ହେବ ଶ୍ମଶାନ ଘାଟ

ପୁରୁଷୋତ୍ତମପୁର,୧୨ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମୃତଦେହ ଦାହ କରିବା ଓ କ୍ରିୟାକର୍ମ କରିବା ସହ ମୃତବ୍ୟକ୍ତିଙ୍କ ଅସ୍ଥି ରଖିବା ଲୋକଙ୍କ ଲାଗି ସମସ୍ୟା ପାଲଟିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri