ଶିକ୍ଷା ବ୍ୟବସ୍ଥାର ଦୟନୀୟ ଚିତ୍ର

ଡ.ଚିତ୍ତରଂଜନ ମିଶ୍ର

ଭାରତୀୟ ଡେଭଲପମେଣ୍ଟ ଇକୋନୋମିଷ୍ଟ ବା ବିକାଶଧର୍ମୀ ଅର୍ଥନୀତିଜ୍ଞମାନଙ୍କ ମଧ୍ୟରେ ପ୍ରାୟତଃ ଦୁଇଟି ଚିନ୍ତାଧାରା କାର୍ଯ୍ୟ କରିଥାଏ। ଗୋଟିଏ ଚିନ୍ତାଧାରା ‘ଅଭିବୃଦ୍ଧି’ ପାଇଁ ଓ ଅନ୍ୟଟି ‘ପୁନର୍ବିତରଣ’ ପାଇଁ ଓକିଲାତି କରିଥାଏ। ଗୋଟିଏ କଥା ନିଶ୍ଚିତ ଯେ ‘ଅଭିବୃଦ୍ଧି’ ଓ ‘ପୁନର୍ବିତରଣ’ ପୃଥିବୀକୁ ଏକ ସର୍ବୋତ୍ତମ ସ୍ଥାନ ଭାବେ ଗଢ଼ିତୋଳିବା ପାଇଁ କେବଳ ଏକମାତ୍ର ମାଧ୍ୟମ ନୁହେଁ। ଟିକିଏ ବୁଝେଇ କହିଲେ କଥାଟି ସ୍ପଷ୍ଟ ଭାବେ ପ୍ରତୀୟମାନ ହୋଇପାରିବ। ଜୀବନର ଗୁଣବତ୍ତା ପାଇଁ ନାଗରିକ ସ୍ବତନ୍ତ୍ରତାର ଅବଦାନ ଅନନ୍ୟ, କିନ୍ତୁ ‘ଅଭିବୃଦ୍ଧି’ ଓ ‘ପୁନର୍ବିତରଣ’ କ୍ଷେତ୍ରରେ ତା’ର କାୈଣସି ଯୋଗଦାନ ନ ଥାଏ। ଅନ୍ୟ କଥାଟି ହେଲା ‘ଅଭିବୃଦ୍ଧି’ ଓ ‘ପୁନର୍ବିତରଣ’ ମଧ୍ୟରେ ଥିବା ତଥାକଥିତ ସଂଶୟାକୁଳ ପରିସ୍ଥିତି। କେତେକ ଅର୍ଥନୈତିକ ନୀତି ଉଭୟକୁ ପ୍ରୋତ୍ସାହିତ କରିଥାଏ ବୋଲି ସେଗୁଡ଼ିକର ବାସ୍ତବିକତାକୁ ଅଣଦେଖା କରିଥାଏ। ସାର୍ବଭାୈମିକ ପ୍ରାରମ୍ଭିକ ଶିକ୍ଷା ଏକ ପ୍ରମୁଖ ଉଦାହରଣ। ଏହା ଅର୍ଥନୈତିକ ପ୍ରଗତି ହାସଲ କରିବାରେ ସହାୟକ ହେବା ସଙ୍ଗେ ସଙ୍ଗେ ସାମାଜିକ ଅସମାନତା ହ୍ରାସ କରିଥାଏ। ଗୁଣାତ୍ମକ ଶିକ୍ଷା ମଧ୍ୟ ଅନ୍ୟ ଉପାୟରେ ମାନବ କଲ୍ୟାଣ କଳ୍ପେ ମହତ୍ତର ଅବଦାନ ରଖିଥାଏ। ଏହା ସ୍ବାସ୍ଥ୍ୟର ଯନତ୍ ନେବା ପାଇଁ ସାହାଯ୍ୟ କରିଥାଏ। ପ୍ରକୃତପକ୍ଷେ ଯେଉଁ ରାଷ୍ଟ୍ରଗୁଡ଼ିକ ବିକାଶର ପ୍ରାରମ୍ଭିକ ପର୍ଯ୍ୟାୟରେ ଗଣଶିକ୍ଷା ଉପରେ ସେମାନଙ୍କର ଦୃଷ୍ଟି ନିବଦ୍ଧ କରିଛନ୍ତି ସେମାନେ ଏଥିପାଇଁ ସମଗ୍ର ବିଶ୍ୱରେ ପର୍ଯ୍ୟାପ୍ତ ଲାଭ ପାଇଛନ୍ତି, ଯେପରିକି ଭାରତବର୍ଷରେ କେରଳ ହେଉଛି ତା’ର ଅଦ୍ୱିତୀୟ ଓ ଜ୍ୱଳନ୍ତ ଉଦାହରଣ।
ଆଜିର ଦିନରେ ଶିକ୍ଷାନୀତି ଅତ୍ୟନ୍ତ ସ୍ପଷ୍ଟ ଓ ପ୍ରତ୍ୟକ୍ଷ ରୂପରେ ପ୍ରତୀୟମାନ। ହେଲେ ଦେଶ ସ୍ବାଧୀନତା ଲାଭ କଲାବେଳେ ଏହା ବହୁ ଦୂରରେ ଥିଲା। ପ୍ରାରମ୍ଭିକ ଶିକ୍ଷା ପଞ୍ଚବାର୍ଷିକ ଯୋଜନାର ଆଦ୍ୟକାଳରେ ବିଶେଷରୂପେ ଲୋକପ୍ରିୟ ହୋଇପାରି ନଥିଲା। ପ୍ରଥମ ପଞ୍ଚବାର୍ଷିକ ଯୋଜନା କୁହେ, ଦେଶରେ ନୂତନ ଭାବେ ପ୍ରାଥମିକ ବିଦ୍ୟାଳୟ ଖୋଲିବାର ପ୍ରବଣତାକୁ ପ୍ରୋତ୍ସାହିତ କରାଯିବା ଉଚିତ ନୁହେଁ। କାରଣ ଏହା ସେତେବେଳେ ବାସ୍ତବିକ ରୂପରେ ବିଦ୍ୟମାନ ଥିବା ପ୍ରାଥମିକ ବିଦ୍ୟାଳୟଗୁଡିକର ମାୈଳିକ ଶିକ୍ଷା ଆଧାରରେ ପୁନର୍ବିନ୍ୟାସ କରାଯିବାକୁ ବିରୋଧ କରିଥାଏ। ମହାମତ୍ା ଗାନ୍ଧୀଙ୍କ ଶିକ୍ଷାଶାସ୍ତ୍ର ସମ୍ବନ୍ଧୀୟ ଚିନ୍ତାଧାରା ଆଧାରରେ ପ୍ରେରିତ ହୋଇଥିବା ‘ମୌଳିକ ଶିକ୍ଷା’ ପ୍ରକଳ୍ପ ସମ୍ପର୍କିତ ସନ୍ଦର୍ଭର ଅବତାରଣା ଏଠାରେ ପ୍ରଣିଧାନଯୋଗ୍ୟ। ଯେତେବେଳେ ମୁକ୍ତ ବଜାରର ଚାମ୍ପିୟନ ମିଲିୟନ ଫ୍ରିଡମ୍ୟାନ ୧୯୫୫ରେ ଭାରତ ପରିଭ୍ରମଣରେ ଆସିଥିଲେ ସେ ମାନବ ସମ୍ବଳ କ୍ଷେତ୍ରରେ ଭାରତ ସରକାରଙ୍କ ଅବହେଳାକୁ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ବିତ ହୋଇଯାଇଥିଲେ। ସମ୍ଭବତଃ ସେ ସମୟରେ ଶିକ୍ଷା ନୀତି ପରମ୍ପରାଗତ ଉଚ୍ଚଜାତିର ଚିିନ୍ତାଧାରା ଦ୍ୱାରା ବହୁଳ ଭାବେ ପ୍ରଭାବିତ ହୋଇଥିଲା । ଏପରିକି ନୀଚ ଜାତିଙ୍କ ପାଇଁ ଶିକ୍ଷା ଅନୁପଯୁକ୍ତ, ଅନୁଚିତ ଓ ଅପ୍ରୟୋଜନୀୟ ବୋଲି ମଧ୍ୟ ବିବେଚିତ ହେଉଥିଲା। ଆଜି ପର୍ଯ୍ୟନ୍ତ ମଧ୍ୟ ଉଚ୍ଚଜାତିର ଖ୍ୟାତିସମ୍ପନ୍ନ ବ୍ୟକ୍ତିବିଶେଷ ଏବଂ ଏପରିକି ଗ୍ରାମାଞ୍ଚଳର ଶିକ୍ଷକମାନଙ୍କଠାରୁ ଶୁଣିବାକୁ ମିଳିଥାଏ ଯେ ଶ୍ରମଜୀବୀ ବର୍ଗର ପିଲାମାନଙ୍କୁ ପାଠ ପଢ଼ାଇବା ଏକ ବ୍ୟର୍ଥ ପ୍ରୟାସ। ବେଳେବେଳେ ସେମାନେ କହିଥାନ୍ତି ଯେ ଯଦି ଗରିବ ପିଲାମାନେ ପାଠ ପଢି ମଣିଷ ହେବେ ତେବେ ଆମ ବିଲବାଡି ଓ ଘରେ କିଏ କାମ କରିବ?
ସ୍ବାଧୀନତା ପରେ ଦେଶରେ ଶିକ୍ଷାର ସ୍ତରରେ ଅଭିବୃଦ୍ଧି ଘଟିଛି। ଭାରତବର୍ଷରେ ମହିଳାମାନଙ୍କ ସାକ୍ଷରତା ହାର ୧୯୫୧ରେ ୯ପ୍ରତିଶତ ଥିଲାବେଳେ ୨୦୧୧ ବେଳକୁ ତାହା ୬୫ ପ୍ରତିଶତରେ ପହଞ୍ଚତ୍ଥିଲା। ତୁଳନାତ୍ମକ ଦୃଷ୍ଟିକୋଣରୁ ଦେଖିଲେ ଦକ୍ଷିଣ ଏସିଆର ଶିଷ୍ଟ ମାନଦଣ୍ଡ ପରିପ୍ରେକ୍ଷୀରେ ଏହି ଚିତ୍ର ବିଶେଷରୂପେ ଉତ୍ସାହଜନକ ନୁହେଁ। ସର୍ବଶେଷ ଜନସଂଖ୍ୟା ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସର୍ବେକ୍ଷଣ ଅନୁଯାୟୀ ୧୫ରୁ ୨୪ବର୍ଷ ବୟସ୍କ ମହିଳାଙ୍କ ସାକ୍ଷରତା ହାର ୨୦୧୬ରେ ଭାରତ, ବାଂଲାଦେଶ ଏବଂ ନେପାଳରେ ପ୍ରାୟ ସମାନ ଥିଲା ଏବଂ ପ୍ରତ୍ୟେକଙ୍କ କ୍ଷେତ୍ରରେ ଏହା ୮୫ ପ୍ରତିଶତ ଥିଲା। ଏ ଦୃଷ୍ଟିରେ ବାଂଲାଦେଶ ଏବଂ ନେପାଳ ଭାରତର ସାତ ପଛରେ ପଡ଼ିରହିଥିଲେ। ହେଲେ ଏହି ଦୁଇ ଦେଶ ଦିନ ପରେ ଦିନ ଆଗରୁ ଆଗକୁ ବଢ଼ି ଚାଲିଲେ।
ଏତଦ୍‌ବ୍ୟତୀତ ହାରାହାରିି ସାକ୍ଷରତା ହାର ଭାରତବର୍ଷର ଶିକ୍ଷା କ୍ଷେତ୍ରରେ ଥିବା ଅସମାନତାର ଅସାଧାରଣ ସମସ୍ୟାର ଠିକ୍‌ ପ୍ରତିଫଳନ କରିପାରିନଥାଏ। ବିଭିନ୍ନ ଗ୍ରୁପ ପାଇଁ ସ୍କୁଲ ପାଠପଢ଼ାର ସୁଯୋଗ ବିଶ୍ୱସ୍ତରୀୟଠୁଁ ଆରମ୍ଭ କରି ଅତି ନିକୃଷ୍ଟ ସ୍ତର ପର୍ଯ୍ୟନ୍ତ ମଧ୍ୟ ବ୍ୟାପ୍ତ । ଏପରିକି ଅପେକ୍ଷାକୃତ ଭାବେ ଛୋଟ ଏରିଆରେ ମଧ୍ୟ ବୈଷମ୍ୟ ବା ଅସମତା ଅତିଶୟ ଆଶ୍ଚର୍ଯ୍ୟଜନକ। ୩୦ ବର୍ଷ ପୂର୍ବେ ପଶ୍ଚିମ ଉତ୍ତର ପ୍ରଦେଶର ପାଲନପୁର ନାମକ ଏକ ଗାଁରେ ସାକ୍ଷରତା ହାର ଦଳିତ ଝିଅଙ୍କ କ୍ଷେତ୍ରରେ ଶୂନ ପ୍ରତିଶତ ଓ କାୟସ୍ତ ପୁଅ ପିଲାଙ୍କ କ୍ଷେତ୍ରରେ ଶତ ପ୍ରତିଶତ ଥିଲା। ଏବେ ମଧ୍ୟ ଦଳିତ ଝିଅମାନଙ୍କ ଶିକ୍ଷାରେ ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ। ଶ୍ରଣୀ କୋଠରିଗୁଡିକରେ ଶିକ୍ଷାଗ୍ରହଣ କରିବାର ସ୍ତର ଅତ୍ୟନ୍ତ ନିରାନନ୍ଦ, କ୍ଳେଶପୂର୍ଣ୍ଣ । କେତେକ ପିଲା ସ୍ପଷ୍ଟଭାବେ ପଢ଼ିପାରୁଥିଲା ବେଳେ ଆଉ କେତେକ ପିଲା ବର୍ଣ୍ଣମାଳା ଶିଖିବା ପାଇଁ ସଂଗ୍ରାମ କରିଚାଲିଛନ୍ତି। ଏଭଳି ଅସମାନତା ଦେଖି ଦେଖି ଆମେ ଏତେ ମାତ୍ରାରେ ଦେହସୁଆ ହୋଇଗଲୁଣି ଯେ ସେମାନଙ୍କ ସମସ୍ୟାର ଚେର ଖୋଜି ବାହାର କରିବା ପାଇଁ ଆମର କାୈଣସି ଆଗ୍ରହ ନାହିଁ ଅବା ଜାଣିଶୁଣି ଆମେ ଆଖି ବୁଜି ଦେଉଛୁ। ୟୁନେସ୍କୋ ଅନୁଯାୟୀ ୨୦୧୨ରେ ଭାରତ ବ୍ୟତିରେକେ ସମଗ୍ର ବିଶ୍ୱରେ ଘରୋଇ ସ୍କୁଲମାନଙ୍କରେ ପ୍ରାଥମିକ ସ୍ତରରେ ପଢୁଥିବା ଛାତ୍ରମାନଙ୍କ ଅନୁପାତ ମାତ୍ର ୧୨ ପ୍ରତିଶତ ଥିଲା ଏବଂ ଏପରିକି ବିକଶିତ ରାଷ୍ଟ୍ରମାନଙ୍କରେ ଏହି ଅନୁପାତ ୧୦ ପ୍ରତିଶତରୁ ବି କମ ଥିଲା। ଅପରପକ୍ଷରେ ଭାରତବର୍ଷରେ ତୁଳନାତ୍ମକ ଭାବେ ଦେଖିଲେ ଏହି ଅନୁପାତ ୪୦ ପ୍ରତିଶତ ଏବଂ ଦିନକୁ ଦିନ ଏହି ଅନୁପାତ ବଢି ବଢି ଚାଲିଛି। ପୁନଶ୍ଚ ଉଭୟ ଘରୋଇ ଓ ସରକାରୀ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଏକାଧିକ ସ୍ତର ମଧ୍ୟ କାର୍ଯ୍ୟ କରୁଛି। ଅନ୍ୟ ଶବ୍ଦରେ କହିବାକୁ ଗଲେ, ସମଗ୍ର ବିଶ୍ୱର ଢାଞ୍ଚା ହେଲା ଅଧିକାଂଶ ପିଲା ସହକାରିତା ଭିତ୍ତିକ ସ୍କୁଲ ଶିକ୍ଷା ପ୍ରଣାଳୀରେ ଅଧ୍ୟୟନ କରିଥାନ୍ତି। ଯେଉଁଠାରେ କି ଯଥାର୍ଥ ଭାବରେ ସମଗୁଣବତ୍ତା ଭିତ୍ତିକ ଶିକ୍ଷା ପ୍ରଦାନ କରାଯାଇଥାଏ। ଅପରପକ୍ଷରେ ଭାରତରେ ଗୁଣବତ୍ତାପୂର୍ଣ୍ଣ ସ୍କୁଲ ଶିକ୍ଷା ବ୍ୟବସ୍ଥା ଛାତ୍ରର ଶ୍ରେଣୀ, ଜାତି, ଲିଙ୍ଗ ଓ ସ୍କୁଲକୁ ଚାନ୍ଦା ପ୍ରଦାନ କରିବାର କ୍ଷମତା ଉପରେ ନିର୍ଭର କରିଥାଏ। ସାମାଜିକ ଅସମାନତାରେ ସାପେକ୍ଷିକ ସ୍ତର ଭାବେ ଏହା ସ୍କୁଲ ଶିକ୍ଷା ବ୍ୟବସ୍ଥାର ପରମ ଉଦ୍ଦେଶ୍ୟକୁ ପରାସ୍ତ କରିଦେଇଥାଏ ସମ୍ଭବତଃ ଯାହାର ଆବଶ୍ୟକତା ଅନ୍ୟ ଯେ କୌଣସି ରାଷ୍ଟ୍ର ଅପେକ୍ଷା ଭାରତ ପାଇଁ ଅଧିକ ପ୍ରୟୋଜନୀୟ ହୋଇଥାଏ।
ସ୍କୁଲ ପାଠ୍ୟପୁସ୍ତକଗୁଡ଼ିକ ଉପରେ ଏକ ଅନୌପଚାରିକ ଦୃଷ୍ଟି ନିକ୍ଷେପ କଲେ ଏହା ପ୍ରତୀୟମାନ ହୋଇଥାଏ ଯେ ଭାରତର ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ଏଭଳି ଭାବେ ଡିଜାଇନ କରାଯାଇଛି ଯେପରିକି ଏହା ଏକ ପ୍ରତିବନ୍ଧକପୂର୍ଣ୍ଣ ପାଠ୍ୟକ୍ରମ ହୋଇଯାଇଛି ଏବଂ ଏହା କେବଳ ମାତ୍ର ବିଶେଷ ସୁବିଧା ପ୍ରାପ୍ତ ଛାତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ । ଝାଡ଼ଖଣ୍ଡରେ ପଞ୍ଚମ ଶ୍ରେଣୀ ଛାତ୍ରୀଛାତ୍ରମାନଙ୍କ ପଢିବା ପାଇଁ ଏକ ମୋଟା ଇଂରାଜୀ ପାଠ୍ୟପୁସ୍ତକ ଉଦ୍ଦିଷ୍ଟ ହୋଇଅଛି ଏବଂ ସେଥିରେ ଥିବା ବାକ୍ୟଗୁଡ଼ିକ ଏତେ କଠିନ ଯେ ତାହା ଶିକ୍ଷକମାନଙ୍କ ପକ୍ଷେ ବୋଧଗମ୍ୟ ହେବା ଅତ୍ୟନ୍ତ କାଠିକରପାଠ। ଉଚ୍ଚସ୍ତରୀୟ ପାଠ୍ୟପୁସ୍ତକଗୁଡ଼ିକ ସେହି ଛାତ୍ରୀଛାତ୍ରମାନଙ୍କ ପାଇଁ ଉପଯୁକ୍ତ, ଯେଉଁମାନେ କି ନିଜ ଘରେ ଏକ ସୁସ୍ଥ ଶୈକ୍ଷିତ ବାତାବରଣ ଲାଭ କରିଥାନ୍ତି। ଅନ୍ୟ ପିଲାମାନଙ୍କ ପାଇଁ ତାହା କେବଳ ମାତ୍ର ଏକ ଦୁଃସ୍ବପ୍ନ।
ଭାରତର ସ୍କୁଲ ଶିକ୍ଷା ବ୍ୟବସ୍ଥାର ସ୍ଥିରୀକୃତ ଆକୃତି ଓ ପ୍ରକୃତି ଗତ କେତେମାସରେ ପରିଦୃଷ୍ଟ ହୋଇଥିଲା। କୋଭିଡ୍‌-୧୯ ସଙ୍କଟ ଆମକୁ ଆଘାତ ଦେଲା ମାତ୍ରେ ଆଖିରେ ପଲକ ନ ପକାଇ ସ୍କୁଲଗୁଡ଼ିକୁ ତତ୍‌କ୍ଷଣାତ୍‌ ବନ୍ଦ କରିଦିଆଗଲା ଏବଂ ଆଜି ପର୍ଯ୍ୟନ୍ତ ମଧ୍ୟ ଦେଶରେ ବହୁ ସ୍କୁଲ ବନ୍ଦ ହୋଇ ରହିଅଛି। ସ୍କୁଲ ପାଠପଢା ବ୍ୟବସ୍ଥା ବନ୍ଦ ହୋଇଯିବା କାରଣରୁ ବିଶେଷ ସୁବିଧା ସୁଯୋଗ ପ୍ରାପ୍ତ ପିଲାମାନେ ନିଜନିଜର ଆରାମଦାୟକ ଘରଗୁଡ଼ିକରେ ଅନ୍‌ଲାଇନରେ ପାଠ ପଢିଲେ। ଅନ୍‌-ଲାଇନ ଶିକ୍ଷା ବ୍ୟବସ୍ଥା ପୂରା ୧୬ମାସ ପାଇଁ ସ୍କୁଲ ବର୍ଜନ କରିଥିବା ପିଲାମାନଙ୍କୁ ମାସ୍କ ପିନ୍ଧାଇ ଘରେ ବସେଇ ଦେଲା। ଏହା ବିଶେଷ ସୁବିଧା ସୁଯୋଗ ପ୍ରାପ୍ତ ଶ୍ରେଣୀ ଦ୍ୱାରା ଗରିବ ଲୋକମାନଙ୍କର ଶୈକ୍ଷିକ ଆକାଂକ୍ଷା ପ୍ରତି ପ୍ରଚଣ୍ଡ ଉଦାସୀନତା, ଆଗ୍ରହଶୂନ୍ୟତା ଓ ବୀତସ୍ପୃହତାର ଏକ ନାଟକୀୟ ଅଭିବ୍ୟକ୍ତି କହିଲେ ଅତ୍ୟୁକ୍ତି ହେବନାହିଁ।
ପରିସ୍ଥିତିର ଗମ୍ଭୀରତା କାରଣରୁ ଅଗଷ୍ଟ ମାସ ପ୍ରାରମ୍ଭରେ ଝାଡ଼ଖଣ୍ଡର ଲାଟେହରରେ ଦଳିତ ଓ ଆଦିବାସୀ ପରିବାରରେ କରାଯାଇଥିବା ସର୍ଭେ ଆମକୁ ପ୍ରଚଣ୍ଡ ଆଘାତ ଦିଏ। ସେଠାରେ ଅନ୍‌ ଲାଇନ ଶିକ୍ଷାର କୌଣସି ବିନ୍ଦୁ ବିସର୍ଗ ଦୃଷ୍ଟି ଗୋଚର ହୋଇନଥିଲା। ଅଧିକାଂଶ ପିଲା କୌଣସି ବହିର କାୈଣସି ଗୋଟିଏ ହେଲେ ବି ଶବ୍ଦ ଠିକ୍‌ ଭାବେ ପଢ଼ିପାରି ନ ଥିଲେ। ପ୍ରତ୍ୟେକ ମାଆ ବାପା ସ୍କୁଲଗୁଡ଼ିକ ଶୀଘ୍ର ଖୋଲିଯାଉ ବୋଲି ଆକୁଳ ନିବେଦନ କରିଥିଲେ। ଏଭଳି ବ୍ୟବସ୍ଥା ଦୀର୍ଘ ୧୬ମାସ ଧରି ଦେଶରେ ପ୍ରଶ୍ନବାଚୀ ହୋଇ ରହିଛି । ଏହା ଭାରତରେ ବିରାଟ ଅଭିଯୋଗ ଫର୍ଦ୍ଦ ଉନ୍ମୋଚନ କରିଛି।
ସ୍ବାଧୀନତାର ୭୫ ବର୍ଷରେ ଆମେ ପାଦ ଥାପିଛେ। ଏହି ପୁଣ୍ୟ ଅବସରରେ ବିଗତ ଦିନର ଭୁଲ୍‌ଭଟକା ଉପରେ ପ୍ରତିଫଳନ କରି ତାକୁ ସୁଧାରିବାକୁ ଶତତ ଚେଷ୍ଟିତ ହେବା ଦରକାର। ଯଦି ଠିକ୍‌ ଭାବେ ସମ୍ପାଦିତ କରି ନ ପାରୁ ତେବେ ସ୍ବାଧୀନତାର ଶତବାର୍ଷିକୀ ପାଳନ ବେଳକୁ ପରିସ୍ଥିତି ଠିକ୍‌ ସେହିଭଳି ହିଁ ରହିଥିବ !
ଏ /୬୨/୧,ନୟାପଲ୍ଲୀ
ଭୁବନେଶ୍ୱର, ମୋ:୯୩୩୮୨୦୪୯୯୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶ୍ରମିକମାନଙ୍କୁ ହଳେ ସ୍ଲିପର ଓ ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲାଗି ଦିବ୍ୟାଂଶୁ ଉପାଧ୍ୟାୟ ଏକ ଅଭିନବ ଅଭିଯାନ ଚଳାଇଛନ୍ତି। ଦିବ୍ୟାଂଶୁ ରହୁଛନ୍ତି ଉତ୍ତରପ୍ରଦେଶ ବନାରସରେ। ସେ...

ବାଲୁଚିସ୍ତାନ ସହ ବିଶ୍ବାସଘାତକତା

ଲଳିତେନ୍ଦୁ ପଲାଉରୀ ପାକିସ୍ତାନର ପ୍ରମୁଖ ପ୍ରଦେଶ ବାଲୁଚିସ୍ତାନ ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି ଅଲଗା ରାଷ୍ଟ୍ର ଦାବି କରୁଥିବା ବେଳେ ଦିନକୁ ଦିନ...

ସମ୍ବିଧାନ ବଦଳାଇବାକୁ ନେଇ ଆଶଙ୍କା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚାଲିଥିବା ବେଳେ ସମ୍ବିଧାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ...

Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri