ଡେଲିଭରି ବୟଙ୍କୁ ଅପହରଣ

ଭୁବନେଶ୍ୱର,୧୩ା୯(ବ୍ୟୁରୋ):ଅସୁରକ୍ଷିତ ହୋଇପଡୁଛି ରାଜଧାନୀର ରାତି। ରାସ୍ତାରେ ଚାଲିଛି ମଦୁଆ, ଲୁଟେରା, ଅସାମାଜିକଙ୍କ ରାଜ୍‌। କମିଶନରେଟ୍‌ ପୋଲିସ ଶୋଇଯାଉଥିବାରୁ ଅପରାଧୀମାନେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି। ଶନିବାର ରାତିରେ ସୁନ୍ଦରପଦାରୁ ଖାଦ୍ୟ ଅର୍ଡର ଦେଇ ବାଇକ୍‌ରେ ଫେରୁଥିବା ଜଣେ ଡେଲିଭରି ବୟଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିନେଇଥିବା ଧଉଳି ଥାନାରେ ଅଭିଯୋଗ ହୋଇଛି। ସେ ହେଲେ ସ୍ଥାନୀୟ ନୂଆଗାଁରେ ରହୁଥିବା ପତିତପାବନ ପୃଷ୍ଟି। ଲିଙ୍ଗିପୁର ନଦୀବନ୍ଧରୁ ତାଙ୍କ ଚପଲ, ଖାଦ୍ୟ ଯୋଗାଣକାରୀ ସଂସ୍ଥାର ବ୍ୟାଗ୍‌, ଟି-ଶାର୍ଟ, ଖାଲି ପର୍ସ ଓ ନିକଟରେ ପୋତାଯାଇଥିବା ଏକ ଛୁରି ମିଳିଛି। ଦୁର୍ବୃତ୍ତମାନେ ପତିତପାବନଙ୍କୁ ଛୁରିରେ ଭୁସିବା ସହ ବହୁ ନିର୍ଯାତନା ଦେଇ ତାଙ୍କଠାରୁ ଟଙ୍କା, ବାଇକ୍‌ ଓ ମୋବାଇଲ ଫୋନ୍‌ ଲୁଟ୍‌ କରିଥିବା ଜଣାପଡିଛି। ତାଙ୍କ ଜୀବନ ପ୍ରତି ବିପଦ ଥିବା ପରିବାର ଲୋକେ କହିବା ସହ ଅପହରଣବେଳେ ପତିତପାବନ ତାଙ୍କ ସ୍ତ୍ରୀଙ୍କ ପାଖକୁ କରିଥିବା ଫୋନ୍‌ ଓ ପଠାଇଥିବା ଭଏସ୍‌ ମେସେଜକୁ ପୋଲିସକୁ ଦେଇଛନ୍ତି। ତେବେ ଅପହରଣକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପତିତପାବନଙ୍କ ସନ୍ଧାନ ମିଳିପାରି ନାହିଁ। ଧଉଳି ଥାନା ଅଧିକାରୀ ଦୟାନିଧି ନାୟକ କହିଛନ୍ତି, ଆଇପିସି ଦଫା ୩୬୪ରେ ଏକ ମାମଲା (ନଂ.୧୩୮/୨୧) ରୁଜୁ ହୋଇଛି। ପତିତପାବନଙ୍କୁ ଖୋଜାଖୋଜି କରିବା ପାଇଁ ୩ଟି ଟିମ୍‌ ଗଠନ କରାଯାଇଛି। ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଚଢ଼ାଉ ଚାଲିଛି। ଖୁବ୍‌ଶୀଘ୍ର ତାଙ୍କ ସନ୍ଧାନ ମିଳିଯିବ ବୋଲି ସେ କହିଛନ୍ତି।
ପତିତପାବନଙ୍କ ଘର ପୁରୀ ଜିଲା ବଳଙ୍ଗା ଥାନା ମଉଜବେଗ୍‌ ଗ୍ରାମରେ। ସେ ତାଙ୍କ ସ୍ତ୍ରୀ ଓ ବଡ଼ ଭାଇଙ୍କ ସହ ନୂଆଗାଁରେ ଘରଭଡା ନେଇ ରହୁଥିଲେ। ତାଙ୍କର ଏକ ଗ୍ୟାରେଜ ରହିଛି। ବ୍ୟବସାୟ ଭଲ ନ ହେବାରୁ ସେ କିଛିଦିନ ହେବ ଏକ ଖାଦ୍ୟ ଡେଲିଭରି ସଂସ୍ଥାରେ କାମ କରୁଥିଲେ। ଶନିବାର ସା ପ୍ରାୟ ୬ଟାରେ ଖାଦ୍ୟ ଅର୍ଡର ପାଇଁ ଯିବା ସହ ଗ୍ୟାରେଜ ପାଇଁ କିଛି ଉପକରଣ କିଣିବାକୁ କହି ସାଙ୍ଗରେ ୩୦ ହଜାର ଟଙ୍କା ନେଇ ଘରୁ ବାହାରିଥିଲେ। ତେବେ ରାତି ପ୍ରାୟ ୯ଟା ୪୫ରେ ସେ ତାଙ୍କ ସ୍ତ୍ରୀ ଅହଲ୍ୟାଙ୍କୁ ଫୋନ୍‌ କରି କହିଥିଲେ, ସୁନ୍ଦରପଦା ଓ ସାମନ୍ତରାପୁର ମଝି କପିଳେଶ୍ୱର କେନାଲ ବନ୍ଧରେ ତାଙ୍କ ଗାଡ଼ି ଖରାପ ହୋଇଯାଇଥିବାରୁ ମୁଁ ଯାଇପାରୁନି। ପଛପଟେ ମଦୁଆ ୪ରୁ ୫ଜଣ ଅଛନ୍ତି। ପାଖରେ ଟଙ୍କା ଥିବାରୁ ଭୟ ଲାଗୁଥିବା କହିଥିଲେ। ଏହା ଶୁଣି ଅହଲ୍ୟା ତାଙ୍କୁ ସେଠାରେ ବାଇକ୍‌ ଥୋଇ ଅନ୍ୟ କୌଣସି ଗାଡିରେ ଆସିବା ପାଇଁ କହିଥିଲେ। ଏହି ସମୟରେ ହଠାତ୍‌ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଯିବାରୁ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିଲା। ଏହାପରେ ବଡଭାଇ ପୁରୁଷୋତ୍ତମ ପୃଷ୍ଟି, ସ୍ତ୍ରୀ ଓ ଘର ମାଲିକଙ୍କ ସମେତ କେତେଜଣ ସମ୍ପର୍କୀୟ ପତିତପାବନଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ହେଲେ ତାଙ୍କୁ ନ ପାଇବାରୁ ଶେଷରେ ରାତି ପ୍ରାୟ ୨ଟାରେ ସେମାନେ ଧଉଳି ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଫୋନ୍‌ କରିଥିବା ସ୍ଥାନ ଅଲଗା ହୋଇଥିବାରୁ ପୋଲିସ ସକାଳୁ ପତିତପାବନଙ୍କ ପରିବାର ଲୋକଙ୍କୁ ଲିଙ୍ଗରାଜ ଥାନାରେ ଅଭିଯୋଗ କରିବାକୁ କହିଥିଲା। ଲିଙ୍ଗରାଜ ପୋଲିସ ସେମାନଙ୍କୁ ପୁଣି ଧଉଳି ଥାନାକୁ ପଠାଇଦେଇଥିଲା। ପରେ ଧଉଳି ପୋଲିସ ଅଭିଯୋଗ ଗ୍ରହଣ କରିଥିଲା। ସକାଳ ପ୍ରାୟ ୮ଟାରେ ଲିଙ୍ଗିପୁର ବନ୍ଧ ନିକଟରେ ପୋଲିସ ଓ ପତିତପାବନଙ୍କ ପରିବାର ଲୋକେ ଖୋଜାଖୋଜିବେଳେ ଛୁରି ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା।

ସ୍ତ୍ରୀଙ୍କୁ ହ୍ବାଟ୍ସଆପ୍‌ରେ ପଠାଇଥିଲେ ଭଏସ୍‌ ମେସେଜ୍‌

ପତିତପାବନଙ୍କ କଲ୍‌ କଟିଯିବାର ଠିକ୍‌ ୩୦ ମିନିଟ ପରେ ଅର୍ଥାତ ରାତି ୧୦ଟା ୧୫ରେ ତାଙ୍କ ସ୍ତ୍ରୀ ଅହଲ୍ୟାଙ୍କୁ ହ୍ବାଟ୍ସଆପ୍‌ରେ ଏକ ଭଏସ୍‌ ମେସେଜ୍‌ ପଠାଇବା ସହ ସେ ଥିବା ସ୍ଥାନର ଲାଇଭ୍‌ ଲୋକେଶନ ଶେୟାର କରିଥିଲେ। ଭଏସ୍‌ ମେସେଜ୍‌ରେ ପତିତପାବନ ବାଷ୍ପରୁଦ୍ଧ କଣ୍ଠରେ କହୁଥିବା ଶୁଣିବାକୁ ମିଳିଛି। ସେ କହିଥିଲେ, ଧନ ଭାଇକି କହ ଏଇଠିକି ଆସିବ। ମୋତେ କିଛି ଲୋକ ଛୁରି ଭୁସି ଦେଇଛନ୍ତି ଉତ୍ତରାଠି। ଟେକି ନେଇଯାଇଛନ୍ତି ଡାଲା ଅଟୋରେ। ମୁଁ ଉତ୍ତରା ନୂଆଗାଁ ବ୍ରିଜ୍‌ ପଟେ ଅଛି। ମରିବି କି ବଞ୍ଚିବି ଜାଣିନି, ଭାଇକୁ କହ ଏଇ ଲୋକେଶନକୁ ଆସିବ। ମୁଁ ଅଟୋରେ ଶୋଇଛି। ମୋ ଗାଡ଼ି, ଫୋନ୍‌, ପଇସା ସବୁ ନେଇଗଲେ। ପ୍ୟାଣ୍ଟ୍‌ ଶାର୍ଟ ଚିରିକି ରାସ୍ତାରେ ପକାଇ ଦେଇଛନ୍ତି ବୋଲି ଉକ୍ତ ଭଏସ୍‌ ମେସେଜ୍‌ରେ ପତିତପାବନ ଅତି ଭୟଭୀତ ଅବସ୍ଥାରେ କହିଛନ୍ତି।

ମିଛ ବୋଲି ଭାବି ସହଯୋଗ କଲେନି ୨ ଥାନାର ପୋଲିସ

ରାତି ପ୍ରାୟ ୧୦ଟା ପରେ ପତିତପାବନଙ୍କୁ ଖୋଜିବା ପାଇଁ ବଡ଼ଭାଇ ପୁରୁଷୋତ୍ତମ ପୃଷ୍ଟି ଓ ତାଙ୍କ ସମ୍ପର୍କୀୟ ବାହାରିଥିଲେ। ମାଉସୀମା ଛକ ପାଖରେ ଲିଙ୍ଗରାଜ ଥାନାର ଏକ ପିସିଆର୍‌ ଭ୍ୟାନ୍‌ ରହିଥିଲା। ପୁରୁଷୋତ୍ତମ ସେଠାରେ ପହଞ୍ଚତ୍ ପିସିଆର୍‌ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ହେଲେ ସେମାନେ ମିଛ ବୋଲି କହିବା ସହ ମୁହଁ ମୋଡି ଦେଇଥିଲେ। ସେହିଭଳି ଉତ୍ତରା ଛକରେ ଧଉଳି ଥାନାର ଏକ ପିସିଆର୍‌କୁ ଭେଟିବା ସହ ଖୋଜିବାକୁ ସାହାଯ୍ୟ ମାଗିଥିଲେ। ହେଲେ ସେମାନେ ବି ଏହି ଘଟଣାକୁ ଅତି ହାଲୁକାରେ ନେବା ସହ ସେଠାରୁ ପଳାଇଯାଇଥିଲେ ବୋଲି ପୁରୁଷୋତ୍ତମ କହିଛନ୍ତି।

‘ପୋଲିସ ଗୁରୁତ୍ୱର ସହ ନେଇଥିଲେ ସ୍ବାମୀ ମିଳିପାରିଥାନ୍ତେ’

ପତିତପାବନଙ୍କ ସ୍ତ୍ରୀ ଅହଲ୍ୟା ପୃଷ୍ଟି କହିଛନ୍ତି, ରାଜଧାନୀ ସାରା ଖୋଜାଖୋଜି କରି ପତିତପାବନଙ୍କୁ ନ ପାଇବାରୁ ରାତି ପ୍ରାୟ ୨ଟାରେ ଧଉଳି ଥାନାରେ ଅଭିଯୋଗ କରିଥିଲୁ। ହେଲେ ପୋଲିସ କେବଳ ଉତ୍ତରା ଅଞ୍ଚଳରେ ମାତ୍ର କିଛିସମୟ ଖୋଜାଖୋଜି କରି ଫେରି ଆସିଥିଲା। ଯଦି ସେହି ସମୟରେ ଏହି ଘଟଣାକୁ ପୋଲିସ ଅତି ଗୁରୁତ୍ୱର ସହ ନେଇ ଖୋଜାଖୋଜି କରିଥାନ୍ତା, ହୁଏତ ତାଙ୍କ ସ୍ବାମୀ ଦୁର୍ବୃତ୍ତଙ୍କ କବଳରୁ ଉଦ୍ଧାର ହୋଇ ପାରିଥାନ୍ତେ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri