କିଭଳି ଖୋଲା ଯିବ ସ୍କୁଲ, ସୂଚନା ଦେଲେ ଏମ୍ସ୍‌ ନିର୍ଦ୍ଦେଶକ…

ନୂଆଦିଲ୍ଲୀ,୫।୯: କରୋନା ମହାମାରୀର ଦ୍ୱିତୀୟ ଲହର ଥମିବା ପରେ ପ୍ରାୟ ବହୁ ରାଜ୍ୟରେ ପିଲାମାନଙ୍କ ପାଇଁ ସ୍କୁଲ ଖୋଲା ଯାଇଛି। ତେବେ ଦେଶରେ ଦୈନିକ ସଂକ୍ରମଣ ୪୦ ହଜାରରୁ ଅଧିକ ରହିଛି। ସରକାରଙ୍କ ସ୍କୁଲ ଖୋଲା ନିଷ୍ପତ୍ତିକୁ ନେଇ ଏକ ନୂଆ ବିତର୍କ ଆରମ୍ଭ କରିଛି। କେତେକ ଏହାକୁ ସମର୍ଥନ କରୁଥିବାବେଳେ ଅନ୍ୟ କିଛି ଏହାକୁ ବିରୋଧ କରୁଛି। ଏପରିସ୍ଥଳେ ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ୍‌) ର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆଙ୍କ ଅନୁଯାୟୀ, ଯେଉଁଠାରେ କରୋନା ସଂକ୍ରମଣ କମିଛି ଏବଂ ଯେଉଁଠାରେ କମ ସଂକ୍ରମଣ ହାର ରହିଛି ସେହି ଅଞ୍ଚଳରେ କଡା ମନିଟରିଂ ଏବଂ କୋଭିଡ ପ୍ରୋଟୋକଲ ସହିତ ସ୍କୁଲ ଖୋଲିବାକୁ ଅନୁମତି ଦିଆଯିବା ଉଚିତ।  ସ୍କୁଲଗୁଡିକ ୫୦ ପ୍ରତିଶତ ଉପସ୍ଥାନ କିମ୍ବା ବିଭିନ୍ନ ସିଫ୍ଟରେ ଆରମ୍ଭ ହୋଇପାରିବ। ପିଲାମାନଙ୍କୁ କରୋନାରୁ ରକ୍ଷା କରିବା ପାଇଁ ହ୍ୟାଣ୍ଡ ସାନିଟାଇଜର ଏବଂ ଅନ୍ୟାନ୍ୟ ଜିନିଷ ଦିଆଯିବା ଉଚିତ। ଯଦି ସଂକ୍ରମଣ ହାର ବୃଦ୍ଧି ପାଉଛି ତେବେ ସ୍କୁଲଗୁଡ଼ିକୁ ବନ୍ଦ କରାଯିବା ଆବଶ୍ୟକ। ସ୍କୁଲ ଖୋଲିବାର ଅର୍ଥ ନୁହେଁ ଯେ ସ୍ଥାୟୀ ଭାବରେ ଖୋଲିବା। ଆବଶ୍ୟକ ସ୍ଥଳେ ବନ୍ଦ ମଧ୍ୟ ରଖିବା ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି।

ଗୁଲେରିଆ କହିଛନ୍ତି ଯେ ପିଲାମାନଙ୍କୁ ତୃତୀୟ ଲହରର ଆଗମନ ବିଷୟରେ କୁହାଯାଉଛି। ତେବେ ଏପର୍ଯ୍ୟନ୍ତ ପିଲାମାନଙ୍କୁ ଟିକାକରଣ କରାଯାଇ ନାହିଁ। ଯଦି  ଭାରତ, ୟୁରୋପ ଏବଂ ବ୍ରିଟେନର ଦ୍ୱିତୀୟ ଲହର ତଥ୍ୟକୁ ଦେଖିବା, ତେବେ ଆମେ ଜାଣିବା ଯେ ଏହି ଭାଇରସ ଦ୍ୱାରା ବହୁତ କମ ପିଲା ପ୍ରଭାବିତ ହୋଇଛନ୍ତି। ଏହା ବ୍ୟତୀତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍‌) ସେରୋ ସର୍ଭେରୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ ପ୍ରାୟ ୫୫ ପ୍ରତିଶତ ପିଲା ଏହି କରୋନା ମହାମରୀି ଭୁତାଣୁ ବିରୋଧରେ ଆଣ୍ଟିବଡି ପ୍ରସ୍ତୁତ କରିସାରିଛନ୍ତି। ଏଭଳି ପରିସ୍ଥିତିରେ କୋଭିଡ ପ୍ରୋଟୋକଲ ଏବଂ ମନିଟରିଂ ସହିତ ବିଦ୍ୟାଳୟଗୁଡ଼ିକ ଖୋଲାଯାଇପାରିବ ବୋଲି ସେ କହିଛନ୍ତି।

ସମସ୍ତ ପିଲାଙ୍କୁ ଟିକାକରଣ ପାଇଁ ବହୁତ ସମୟ ଲାଗିବ ଏବଂ ଏଭଳି ପରିସ୍ଥିତିରେ ଆସନ୍ତା ବର୍ଷ ପରେ ସ୍କୁଲ ଖୋଲାଯାଇପାରିବ। ନୂଆ ଭାରିଆଣ୍ଟ୍‌ ଆସିଲେ ବାଧ୍ୟ ହୋଇ ସ୍କୁଲକୁ ବନ୍ଦ ମଧ୍ୟ କରାଯିବ। ପିଲାମାନଙ୍କର ସାମଗ୍ରିକ ବିକାଶରେ ସ୍କୁଲ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ। ବିଦ୍ୟାଳୟଗୁଡ଼ିକ କରୋନା ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ କୁଣ୍ଠାବୋଧ କରିବା ଉଚିତ ନୁହେଁ। ବିଦ୍ୟାଳୟ ପ୍ରଶାସନ ଯତ୍ନବାନ ହେବା ଉଚିତ ଯେ ପ୍ରାର୍ଥନା, ମଧ୍ୟାହ୍ନ ଭୋଜନ ଇତ୍ୟାଦି ପାଇଁ ଗୋଟିଏ ସ୍ଥାନରେ ପିଲାମାନଙ୍କର ଅଧିକ ଭିଡ଼ ଯେ ଭଳି ନ ହୁଏ। ଶିକ୍ଷକ ଏବଂ ସମସ୍ତ ସ୍କୁଲର କର୍ମଚାରୀଙ୍କୁ ଟିକାକରଣ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ପିତାମାତାଙ୍କୁ ନିଶ୍ଚିତ ହେବାକୁ ପଡିବ ଯେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରୁଛୁ। ପ୍ରଥମେ ପିଲାମାନେ କିଛି ଦିନ ପାଇଁ ସ୍କୁଲକୁ ଅଳ୍ପ ସଂଖ୍ୟାରେ ଆସିବେ, କିନ୍ତୁ ଧୀରେ ଧୀରେ ପିତାମାତାଙ୍କ ଆତ୍ମବିଶ୍ୱାସ ବଢ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢ଼ିଗଲା ଟ୍ରକ: ଆଉ ତା’ପରେ…

ବଲାଙ୍ଗିର,୧୬/୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ୨୬ନମ୍ବର ଜାତୀୟ ରାଜପଥ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ଟ୍ରାଫିକ ଛକ ଡିଭାଡିଅରରେ ଭାରସାମ୍ୟ ହରାଇ ଏକ ଟ୍ରକ ଚଢ଼ି ଯାଇଛି...

ଏହି ଦିନଠୁ ଆରମ୍ଭ ହେବ IPL 2026: ଆସିଗଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୬।୧୨: ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସିଜିନ ୨୬ ମାର୍ଚ୍ଚରୁ ମେ ୩୧ (ଟୁର୍ନାମେଣ୍ଟ ପାଇଁ ନିର୍ଦ୍ଧାରିତ ସମୟ) ମଧ୍ୟରେ ଅନୁଷ୍ଠିତ ହେବ। ରୟାଲ ଚ୍ୟାଲେଞ୍ଜର୍ସ...

ଭୋଟର ଲିଷ୍ଟରୁ କଟିଲା ୫୮ଲକ୍ଷରୁ ଅଧିକଙ୍କ ନାମ ନିର୍ବାଚନ କମିଶନ ଜାରି କଲେ SIRର ଡ୍ରାପ୍ଟ ଲିଷ୍ଟ

କୋଲକାତା,୧୬।୧୨: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ, ନିର୍ବାଚନ କମିଶନ ମଙ୍ଗଳବାର ସକାଳେ ତାଙ୍କ ୱେବସାଇଟରେ ୨୦୨୬ ଡ୍ରାଫ୍ଟ ଭୋଟର ତାଲିକାରୁ...

ଗୁଗଲ ମ୍ୟାପ୍‌ ଦେଖି ଟ୍ରକ୍‌ ଚଳାଉଥିଲେ ଡ୍ରାଇଭର୍‌: ହଠାତ୍‌ ଘଟିଗଲା…

ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ):ଗୁଗଲ ମ୍ୟାପ୍‌ ଦେଖାଇଲା ଭୁଲ ରାସ୍ତା। ଆଉ ଭୁଲ ରାସ୍ତାରେ ଆସି ଟ୍ରକ ଦୁର୍ଘଟଣାଗ୍ରସ୍ତ। ଏଭଳି ଘଟଣା ନୂଆ ହୋଇ ନ...

IPL ନିଲାମ ତାଲିକାରେ ୨ ଓଡ଼ିଆ: ବେସ ପ୍ରାଇସ ରହିଛି…

ନୂଆଦିଲ୍ଲୀ,୧୬।୧୨: ଆଜି ଆବୁଧାବିରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ପାଇଁ ମିନି-ନିଲାମ ଉପରେ ସମସ୍ତଙ୍କ ନଜର ରହିଛି। କୋଲକାତା ନାଇଟ ରାଇଡର୍ସ ଏବଂ...

ଟୋକନ ସମସ୍ୟାକୁ ନେଇ ଚାଷୀଙ୍କ ଅଭିନବ ପ୍ରତିବାଦ: ଖୁଚୁରା ଧାନ ବିକିଲେ ଚାଷୀ

ସମ୍ବଲପୁର,୧୬।୧୨(ପ୍ରମୋଦ ବହିଦାର): ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ମିଳିବା ସମସ୍ୟାକୁ ନେଇ ମଙ୍ଗଳବାର ସମ୍ବଲପୁରଠାରେ ଚାଷୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଚାଷୀମାନେ ପ୍ରଥମେ...

ଜିଲାପାଳଙ୍କ ଅଭିଯୋଗ ଶୁଣାଣି: କମୁଛି ଅଭିଯୋଗ ପତ୍ର ସଂଖ୍ୟା

ରାଇକିଆ,୧୬।୧୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ଜିଲାପାଳ ବେଦ ଭୂଷଣଙ୍କ ଦ୍ବାରା ଜନସାଧାରଣଙ୍କ ଦାରା ଅଭିଯୋଗ ଗୁଡ଼ିକର ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri