ହାଫିଜ୍‌ଙ୍କୁ ଖୁବ୍‌ଶୀଘ୍ର ଗିରଫ କରିବ ପାକିସ୍ତାନ:ଭୟରେ ଭୁଆଁ

ଲାହୋର/ନୂଆଦିଲ୍ଲୀ,୫।୭(ପି.ଟି.):ଭାରତର କୂଟନୀତି ଓ ଅନ୍ତର୍ଜାତୀୟ ସମୁଦାୟର ଚାପ ଆଗରେ ମୁଣ୍ଡ ନୁଆଁଇ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦ୍‌ଙ୍କ ସମେତ ତାଙ୍କର ୧୨ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରିଛି ପାକିସ୍ତାନ। ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣ ମାମଲାରେ ପଞ୍ଜାବ ପ୍ରଦେଶର ଆତଙ୍କବାଦ ମୁକାବିଲା ବିଭାଗ (ସିଟିଡି) ଜମାତ୍‌-ଉଦ୍‌-ଦାଓ୍ବା (ଜେୟୁଡି) ନେତାମାନଙ୍କ ବିରୋଧରେ ପ୍ରମାଣ ପାଇଥିବା ଦର୍ଶାଇ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଲାହୋର ପୋଲିସ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏହାକୁ ଅନ୍ତର୍ଜାତୀୟ ସମୁଦାୟକୁ ଭୁଆଁ ବୁଲାଇବା ପାଇଁ ଏହା ପାକିସ୍ତାନର କସ୍‌ମେଟିକ୍‌ ଷ୍ଟେପ୍‌ ବୋଲି ଭାରତ ଅଭିହିତ କରିଛି।
ପାଇଁ ପାଣ୍ଠି ଯୋଗାଣକୁ ରୋକିବାରେ ବିଫଳ ହୋଇଥିବା ପାକିସ୍ତାନ ଗତବର୍ଷ ଜୁନ୍‌ରୁ ଫାଇନାନ୍‌ସିଆଲ ଆକ୍ସନ୍‌ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌) ଗ୍ରେ ଲିଷ୍ଟ (ଧୂସର ତାଲିକା)ରେ ରହିଛି। ଏହାସହ ଆସନ୍ତା ଅକ୍ଟୋବର ସୁଦ୍ଧା ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନ ନେଲେ ଏହାର ପରିଣାମ ଭୋଗିବ ବୋଲି ପ୍ୟାରିସ୍‌ସ୍ଥିତ ଏଫ୍‌ଏଟିଏଫ୍‌ ପକ୍ଷରୁ ଇସ୍‌ଲାମାବାଦକୁ ଚେତାବନୀ ଦିଆଯାଇଛି। ସେହିପରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆସନ୍ତା ୨୨ରେ ଓ୍ବାଶିଂଟନ ଗସ୍ତକରି ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ପାକିସ୍ତାନର ଅନୁରୋଧକ୍ରମେ ଆମେରିକା ବୁଧବାର ବେଲୁଚିସ୍ତାନ ଲିବରେଶନ୍‌ ଆର୍ମି (ବିଏଲ୍‌ଏ)କୁ ଏକ ବିଶ୍ୱ ଆତଙ୍କବାଦୀ ସଙ୍ଗଠନ ଭାବେ ଘୋଷଣା କରିଛି। ହାଫିଜ୍‌ ସୟିଦ୍‌ଙ୍କ ଦ୍ୱାରା ପ୍ରତିଷ୍ଠିତ ଲଶ୍କର-ଇ-ତୋଇବା (ଏଲ୍‌ଇଟି)କୁ ଆମେରିକା ୨୦୧୪ ଜୁନ୍‌ରେ ଅନ୍ତର୍ଜାତୀୟ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିଥିବାବେଳେ ପାକିସ୍ତାନ ଏହାକୁ ଅସ୍ବୀକାର କରିଆସୁଛି। ଏହାସହ ହାଫିଜ୍‌ଙ୍କୁ ଗିରଫ କରିବା ନାମରେ ସୁରକ୍ଷା ଦେଇଆସୁଛି। ଏଭଳି ସମୟରେ ଦାତବ୍ୟ ଅନୁଷ୍ଠାନ ନାମରେ ଚାଲିଥିବା ୫ଟି ସଙ୍ଗଠନକୁ ଏବଂ ହାଫିଜ୍‌ ତଥା ତାଙ୍କ ୧୨ ବରିଷ୍ଠ ସହଯୋଗୀଙ୍କ ବିରୋଧରେ ହଠାତ୍‌ ପ୍ରମାଣ ପାଇ ୨୩ଟି ମାମଲା ରୁଜୁ କରିବା ସ୍ବାଭାବିକ ମନେହେଉନାହିଁ। ଏନେଇ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି, ପାକିସ୍ତାନର ଲୋକଦେଖାଣିଆ ପଦକ୍ଷେପକୁ ନେଇ କେହି ବୋକା ହେବାର ନାହିଁ। କାରଣ ପାକିସ୍ତାନ ସବୁବେଳେ କାର୍ଯ୍ୟାନୁଷ୍ଠାନ ନେବା କଥା ଦାବି କରିଥାଏ। କିନ୍ତୁ ପ୍ରକୃତପକ୍ଷେ ସେପରି କରି ନ ଥାଏ। ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ବିଶ୍ୱ ସମୁଦାୟକୁ ଦେଖାଇବା ଲାଗି ପାକିସ୍ତାନ ଏବେ ଏପରି କରୁଛି। ଏହା ଇସ୍‌ଲାମାବାଦର ଦୋମୁହଁା ଚେହେରାକୁ ପଦାରେ ପକାଇଛି। କାରଣ ୧୯୯୩ ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଦାଉଦ୍‌ ଇବ୍ରାହିମ୍‌ ପାକିସ୍ତାନରେ ଆମତ୍ଗୋପନ କରିଥିବାବେଳେ ଏହାକୁ ପଡ଼ୋଶୀ ଦେଶ ଅସ୍ବୀକାର କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri