ବାହାରିଲାନାହିଁ ନିଷ୍କର୍ଷ

କେନ୍ଦ୍ରାପଡ଼ା ଅଫିସ/ପଟ୍ଟାମୁଣ୍ଡାଇ, ୨୮।୮(ସ୍ବ.ପ୍ର.): ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ବିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ପ୍ରତିଦିନ ନୂଆ ନୂଆ ଘଟଣା ସାମ୍‌ନାକୁ ଆସୁଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି। ଏପରିକି ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ବାଧା ଦେଲେ ଅଥବା ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତିର ଦାବି ପୂରଣ ନ ହେଲେ ପରିସ୍ଥିତି ଆହୁରି ସଂଘାତିକ ହେବ। ପ୍ରକଳ୍ପ ନିର୍ମାଣ ସରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ସଂଗ୍ରାମ ସମିତି ପକ୍ଷରୁ ଶୁକ୍ରବାର ଜିଲା ପ୍ରଶାସନକୁ ଶୁଣାଇ ଦିଆଯାଇଛି। ଏଥିସହିତ ଆନ୍ଦୋଳନ ଆହୁରି ବ୍ୟାପକ କରାଯିବ ବୋଲି କର୍ମକର୍ତ୍ତାମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିରୁ ଆଲୋଚନା ବିଫଳ ହୋଇଥିବା ସ୍ପଷ୍ଟ ହୋଇଛି।
କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ନିକଟ ଖରସ୍ରୋତା ନଦୀରୁ ପାଣି ଉଠାଯାଇ ଭଦ୍ରକ ଜିଲାର ୪ ବ୍ଲକ ଓ ୩ ଏନ୍‌ଏସିକୁ ପାନୀୟ ଜଳ ଯୋଗାଣ ହେବ। ଏହି ପ୍ରକଳ୍ପକୁ ସଂଗ୍ରାମ ସମିତି ପକ୍ଷରୁ ଗତ ୨ ବର୍ଷ ହେବ ବିରୋଧ କରାଯାଉଛି। ଏହାପରେ ବି ନିର୍ମାଣ କାମ ଆରମ୍ଭ ହେବାରୁ ଗତ ୧୦ ତାରିଖରେ ପ୍ରକଳ୍ପ ସ୍ଥଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରକଳ୍ପକୁ ବିରୋଧ କରି ଗତ ୧୫ ତାରିଖରୁ ଅଚ୍ୟୁତପୁର ଗ୍ରାମ ମା’ ଅନ୍ଧାରଘରଣୀ ପୀଠରେ ସଂଗ୍ରାମ ସମିତି ପକ୍ଷରୁ ଗଣଧାରଣା ଜାରି ରହିଛି। ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ ସମର୍ଥନ ଦେଇଛନ୍ତି। ଏପରି କି ମାଗାସେସେ ପୁରସ୍କାର ବିଜେତା ଜଳପୁରୁଷ ଡ. ରାଜେନ୍ଦ୍ର ସିଂହ ଉକ୍ତ ଆନ୍ଦୋନଳକୁ ସମର୍ଥନ କରିଛନ୍ତି। ଏପରି ପରିସ୍ଥିତିରେ ଶୁକ୍ରବାର ପୂର୍ବାହ୍ନରେ ଜିଲା ପ୍ରଶାସନ ସହିତ ସଂଗ୍ରାମ ସମିତି କର୍ମକର୍ତ୍ତାଙ୍କ ଆଲୋଚନା ପଟ୍ଟାମୁଣ୍ଡାଇ ବ୍ଲକ ପରିସରରେ ହୋଇଥିଲା। ଏଥିରେ ଜିଲାପାଳ ଅମୃତ ଋତୁରାଜ, ଏସ୍‌ପି ମଡ଼କର ସମ୍ବିତ ସମ୍ପଦ, ଉପଜିଲାପାଳ ନିରଞ୍ଜନ ବେହେରା ପ୍ରମୁଖ ଯୋଗଦେଇଥିଲେ। ସଂଗ୍ରାମ ସମିତି ପକ୍ଷରୁ ଆବାହକ ଦେବେନ୍ଦ୍ର ନାଥ ଶର୍ମା, ଦୋଳଗୋବିନ୍ଦ ନାୟକ, ସଭାପତି ଦୁର୍ଯ୍ୟୋଧନ ମହାନ୍ତି, ସମ୍ପାଦକ ବିଧାନ ଚନ୍ଦ୍ର ଦାସ, ଶରତ ଚନ୍ଦ୍ର ରାଉତ, କାଳୀପ୍ରସାଦ ନାୟକ, ସବିତା ବରଜ, ରମାକାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଆଲୋଚନାରେ ଆଇଆଇଟି ହାଇଦ୍ରାବାଦ ରିପୋର୍ଟର ବୈଧତା, ଖରସ୍ରୋତାର ଜଳ ପରିମାଣ, ବ୍ୟାରେଜ ନିର୍ମାଣ, ସ୍ଥାନୀୟ ଅଞ୍ଚଳ ଓ ଭିତରକନିକା ଉପରେ ତା’ର ପ୍ରଭାବ ଆଦି ନେଇ ପ୍ରଶ୍ନ ଉଠିଥିଲା। ଏଥିସହିତ ଯେଉଁଠି ପ୍ରକଳ୍ପ ନିର୍ମାଣ ହେଉଛି ସେହି ଜମିର ମାଲିକଙ୍କୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ସମ୍ପାଦକ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାଧାରଣ ଭାବେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଯୋଜନାକୁ ରାଜ୍ୟ ଅଥବା କେନ୍ଦ୍ର ସରକାର ରୂପରେଖ ଦେଇଥାନ୍ତି। ହେଲେ ଏହି ପ୍ରକଳ୍ପର ମାର୍ଫତଦାର ଆନ୍ଧ୍ରପ୍ରଦେଶ ରାଜ୍ୟ କୁନୁଲ ଜିଲା ବୁଦ୍ଧସାରା ପେଟା କୁନୁଲ କେନାଲ କ୍ୟାମ୍ପ (ବି)ର ଟି. ହୋସେନ ସାହେବଙ୍କ ପୁଅ ସେକ୍‌ ହୋସେନ ବାଶାହା ଅଛନ୍ତି। ବାଶାହାଙ୍କ ଜମି ଉପରେ ଏହି ପ୍ରକଳ୍ପ ନିର୍ମାଣ ହେଉଛି। ୨୦୧୯ରେ ଏହି ବ୍ୟକ୍ତି ଜମି କିଣିଥିଲେ। ହେଲେ କେଉଁ ପରିସ୍ଥିତିରେ ରାଜ୍ୟ ସରକାରଙ୍କ ଅର୍ଥ ବ୍ୟୟରେ ତାଙ୍କ ଜମି ଉପରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି ବୋଲି ସମିତିର କର୍ମକର୍ତ୍ତା ପ୍ରଶ୍ନ କରିଥିଲେ। ପୂର୍ବରୁ ମଧ୍ୟ ଏହି ପ୍ରକଳ୍ପ ପାଇଁ ମିଛ ପରିବେଶ ପ୍ରଭାବ ରିପୋର୍ଟ ଉପସ୍ଥାପନା କରାଯାଇଛି। ସେହିପରି ଖରସ୍ରୋତା ଜଳର ପରିମାଣ ନେଇ କୌଣସି ସର୍ଭେ ହୋଇ ନ ଥିବା ବେଳେ ପ୍ରକଳ୍ପ ନିର୍ମାଣ କରାଯାଉଛି। ଏଥିସହ ପାନୀୟ ଜଳ ପ୍ରକଳ୍ପର ହିତାଧିକାରୀଙ୍କ ପାଇଁ ଦୈନିକ ମାତ୍ର ୨୫ ମିଲିୟନ ଲିଟର ଜଳ ଆବଶ୍ୟକ। ହେଲେ ସେଠାରେ ୧୧୭ ମିଲିୟନ ଲିଟର ଅଧିକ ଜଳ ଉତ୍ତୋଳନ ହେବ ବୋଲି ଯୋଜନା ହୋଇଛି। ଏବେ ପ୍ରକଳ୍ପ ସ୍ଥାନର ପ୍ରକୃତ ମାଲିକ ହୋସେନ ବାଶାହା ହୋଇଥିବା ବେଳେ ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ କଳ, ବଳ ଓ କୌଶଳ ପ୍ରୟୋଗ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରକଳ୍ପର ନିର୍ମାଣସ୍ଥଳ ୩ଟି ଖାତାରେ ଥିବା ଜମି ଉପରେ ଅଛି। ଏହାର କ୍ଷେତ୍ରଫଳ ୭୦ ଡିସିମିଲ। ତେବେ ନିର୍ମାଣସ୍ଥଳର ପ୍ରାୟ ୭୦ ଏକର ଜମିକୁ ଜିଲା ପ୍ରଶାସନ ଜବରଦଖଲ କରି ରଖିଛନ୍ତି। ଫଳରେ ଚାଷ, ଖେଳ ଓ ଗୋଚାରଣ ସମସ୍ୟା ଦେଖାଦେଇଛି। ଏ ସଂକ୍ରାନ୍ତରେ ପ୍ରଶ୍ନ କରାଯିବାରୁ ଜିଲାପାଳ ଆମକୁ ଆଈମା’ କାହାଣୀ ଶୁଣାଉଛନ୍ତି ବୋଲି ସେ କହିଛନ୍ତି।
ଏ ସମ୍ପର୍କରେ ଜିଲାପାଳ ଅମୃତ ଋତୁରାଜ କହିଛନ୍ତି, ଆଲୋଚନା ବିଫଳ ହେଲା କୁହାଯାଇ ପାରିବ ନାହିଁ। ସଂଗ୍ରାମ ସମିତିଙ୍କ ଦୁଇଟି ଦାବି ଥିଲା। ଚାଷରେ କ୍ଷତିକୁ ନେଇ ଏକ ସର୍ଭେ ହେବ। ବ୍ୟାରେଜ ନିର୍ମାଣ ସମ୍ପର୍କରେ ସଂଗ୍ରାମ ସମିତିର ଦାବିକୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯିବ। ପ୍ରକଳ୍ପ କାର୍ଯ୍ୟ ନିୟମିତ ଚାଲୁଛି ଓ ଖୁବ୍‌ଶୀଘ୍ର ତାହା ସରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

ଝୁଲାଇ ରଖିଲା ବିଜେଡି, ବିରୋଧୀଙ୍କ ପ୍ରଚାର ଜୋରଦାର

ଯାଜପୁର,୨୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ ହୋଇଥିବାବେଳେ ବିଜେଡି ଏଯାଏ ଝୁଲାଇ ରଖିଛି। ତେଣୁ ଶାସକ ଦଳର...

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri