Posted inଖେଳ

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ କୋହଲି ଭାଙ୍ଗିପାରନ୍ତି ଏହି ୬ ବଡ ରେକର୍ଡ

ନୂଆଦିଲ୍ଲୀ,୨।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ ଅଗଷ୍ଟ ୪ରୁ ନଟିଂହାମର ଟ୍ରେଣ୍ଟ ବ୍ରିଜରେ ଆରମ୍ଭ ହେବାକୁ ଯାଉଛି। ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ୧୩ ବର୍ଷ ପରେ ଭାରତକୁ ଇଂରାଜୀ ମାଟିରେ ସିରିଜ ଜିତାଇବାର ସୁଯୋଗ ମିଳିବ। ଏହା ସେ ମଧ୍ୟ ୬ଟି ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି।
ଟେଷ୍ଟ କ୍ରିକେଟରେ ୮,୦୦୦ ରନ ପୂରଣ କରିବା ପାଇଁ ବିରାଟ କୋହଲି ମାତ୍ର ୪୫୩ ରନ ଦୂରରେ ଅଛନ୍ତି। ସେ ଏପର୍ଯ୍ୟନ୍ତ ୯୨ ଟେଷ୍ଟ ମ୍ୟାଚରେ ୧୫୫ ଇନିଂସରେ ୭,୫୪୭ ରନ ସଂଗ୍ରହ କରିଛନ୍ତି, ଏଥିରେ ତାଙ୍କର ହାରାହାରି ୫୨.୦୪ ରହିଛି। ଏହି ଫର୍ମାଟରେ ତାଙ୍କ ନାମରେ ୨୭ ଶତକଏବଂ ୨୫ ଅର୍ଦ୍ଧଶତକ ଅଛି।
ଯଦି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜରେ ବିରାଟ କୋହଲି ୨୫୮ ରନ ସ୍କୋର କରନ୍ତି, ତେବେ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ କ୍ରିକେଟରେ ୨୦୦୦ ରନ ପୂରଣ କରିବେ।

ଯଦି ବିରାଟ କୋହଲି ଏହି ସିରିଜରେ ଆଉ ୨ ଶତକ କରନ୍ତି, ତେବେ ସେ ରାହୁଲ ଦ୍ରାବିଡ ଏବଂ ସଚିନ ତେନ୍ଦୁଲକରଙ୍କ ରେକର୍ଡ ସହ ସମାନ ହେବେ। ଉଭୟ ଇଂଲଣ୍ଡ ବିପକ୍ଷରେ ମୋଟ ୭ ଟେଷ୍ଟ ଶତକ ହାସଲ କରିଛନ୍ତି।

ବିରାଟ କୋହଲିଙ୍କ ନାମରେ ବର୍ତ୍ତମାନ ୨୭ଟି ଟେଷ୍ଟ ଶତକ ଅଛି, ଯଦି କୋହଲି ଭାରତ ଏବଂ ଇଂଲଣ୍ଡ ଟେଷ୍ଟ ସିରିଜରେ ଆଉ ୨ ଶତକ ହାସଲ କରନ୍ତି, ତେବେ ସେ ସାର୍‌ ଡନ ବ୍ରାଡମ୍ୟାନଙ୍କ ୨୯ତମ ଟେଷ୍ଟ ଶତକର ସମକକ୍ଷ ହେବେ।

ଯଦି ବିରାଟ କୋହଲି ଏହି ସିରିଜରେ ଶତକ ହାସଲ କରନ୍ତି, ତେବେ ସେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ କରିଥିବା ଅଧିନାୟକ ହେବେ। ଅଷ୍ଟ୍ରେଲିଆର କୋହଲି ଏବଂ ରିକି ପଣ୍ଟିଂ ଅଧିନାୟକ ଭାବରେ ମୋଟ ୪୧ ଶତକ ରହିଛନ୍ତି।
ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଯଦି ଆଗାମୀ ୩୭ ଇନିଂସରେ ଅତି କମରେ ୧୨୫ ରନ ସ୍କୋର କରନ୍ତି ତେବେ ଅନ୍ତର୍ଜାତୀୟ କ୍ରିକେଟ ରେ ୨୩,୦୦୦ ରନ ପୂରଣ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ ହେବେ। ଏହି କ୍ରମରେ ଏହି ରେକର୍ଡ ଭାଙ୍ଗିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri