Posted inଫୁରସତ

ବିନା ଛାତର ହୋଟେଲ

ବର୍ନ: ଦୁନିଆରେ ବୁଲିବା ପାଇଁ ଅନେକ ସ୍ଥାନ ରହିଛି। ଯେଉଁଠି କିଛି ସମୟ ଶାନ୍ତିରେ ବିତାଇବାକୁ ଲୋକେ ଯାଇଥାନ୍ତି। ସବୁଠୁ ପସନ୍ଦର ସ୍ଥାନ ହେଲା ସବୁଜ ବନାନୀ ମଧ୍ୟରେ ଥିବା ନିରୋଳା ଜାଗା। ଏହାକୁ ଦମ୍ପତିମାନେ ସବୁଠୁ ଅଧିକ ପସନ୍ଦ କରନ୍ତି। ବିଶେଷ କରି ସୁନ୍ଦର ହୋଟେଲ ଦମ୍ପତିଙ୍କ ପ୍ରଥମ ପସନ୍ଦ ହୋଇଥାଏ। ତେବେ ଏମିତି ଏକ ହୋଟେଲ ରହିଛି ଯେଉଁଠି ଛାତ ନାହିଁ କି ପାଚେରି ନ ଥିଲେ ବି ତାହା ଲୋକଙ୍କ ପ୍ରିୟ ସ୍ଥାନ ପାଲଟିଛି। ଏହି ହୋଟେଲର ନାମ ହେଉଛି ‘ନଲ ଷ୍ଟର୍ନ’। ଏହା ସୁଇଜରଲାଣ୍ଡରେ ଅଛି। ଏହା ଏକ ଓପନ ଏୟାର ହୋଟେଲ। ଯେଉଁଥିରେ କେବଳ କୋଠରି ଅଛି। ଏଠାରେ
ରହୁଥିବା ଲୋକଙ୍କୁ ଖୋଲାରେ ଶୋଇବାକୁ ପଡ଼େ।
୨୦୧୬ରେ ଏଠାରେ ଗୋଟିଏ ବେଡ୍‌ ସହ ହୋଟେଲଟି ଆରମ୍ଭ ହୋଇଥିଲା। ସମୁଦ୍ର କୂଳରୁ ୬,୪୬୩ ଫୁଟ ଉଚ୍ଚରେ ଥିବା ଏହି ହୋଟେଲରେ ଗୋଟିଏ ରାତି ରହିବାକୁ ୧୭,୦୦୦ ଟଙ୍କା ଦେବାକୁ ପଡ଼ିଥାଏ। ମାତ୍ର ଏଠାରେ ରହିବାକୁ ହେଲେ ଉତ୍ତମ ଋତୁ ଦରକାର। ଭଲ ଋତୁ ହେଲେ ବହୁ ସଂଖ୍ୟାରେ ବୁକିଂ ହୋଇଥାଏ। ଆର୍ଟିଷ୍ଟ ଫ୍ରେକ ଏବଂ ରିକଲିନ ଏହି ହୋଟେଲ ନିର୍ମାଣ କରିଛନ୍ତି। ଏହି ହୋଟେଲରେ ଖୋଲା ଆକାଶ ତଳେ ବେଡ ରହିଛି। ଏଠାରେ ଟଏଲେଟ ବି ନାହିଁ। ପର୍ଯ୍ୟଟକମାନେ ଏଠାରୁ କିଛି ଦୂରରେ ଥିବା ସାଧାରଣ ଟଏଲେଟ ବ୍ୟବହାର କରିଥାନ୍ତି। ଚତୁଃପାର୍ଶ୍ୱରେ ପାହାଡ଼ ଘେରା ଏହି ସ୍ଥାନ ବହୁତ ସୁନ୍ଦର। ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ପ୍ରଥମେ ବେଡ୍‌ ବୁକ୍‌ କରିବାକୁ ପଡ଼ିଥାଏ। କରୋନା ମହାମାରୀ ସମୟରେ ଏଠାରେ ବୁକିଂ ବନ୍ଦ କରିଦିଆଯାଇଛି। ଏହାର ସୂଚନା ହେଟେଲର ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ଅପଲୋଡ କରିଦିଆଯାଇଛି। ଏଥିରେ ଲେଖାଅଛି, ୨୦୨୧ରେ ହୋଟେଲ ପାଇଁ ବୁକିଂ ହୋଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri