Odisha Elections 2024

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୨୮।୭: ଦଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର ୪ ଦିନ ଧରି ଦୈନିକ ସଂକ୍ରମଣ ୪୦ ହଜାର ତଳେ ରହିବା ପରେ ପୁଣି ବଢ଼ିଛି। ସେହିପରି ମୃତ୍ୟୁ ସଂଖ୍ୟା ଲଗାତାର ୨ ଦିନ ଧରି ୫ ଶହରୁ କମ୍‌ ରହିବା ପରେ ପୁଣି ଏଥିରେ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୩ ହଜାର ୬୫୪ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୬୪୦ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୪୧ ହଜାର ୬୭୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ବଢ଼ିବାରେ ଲାଗିଛି। ଏହା ୯୭.୩୬ ପ୍ରତିଶତ ଛୁଇଁଛି। ଅପରପକ୍ଷରେ ୩ ଲକ୍ଷ ୯୯ ହଜାର ୪୩୬ ଜଣ ଚିକିତ୍ସିତ ହେଉଛନ୍ତି। ଦୈନିକ ପଜିଟିଭ୍‌ ହାର ୧.୩୦ ପ୍ରତିଶତ ରହିଛି। ସକ୍ରିୟ ମାମଲା ୧. ୩୦ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୨୨ ହଜାର ୨୨ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୪ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୪୪ କୋଟି ୬୧ ଲକ୍ଷ ୫୬ ହଜାର ୬୫୯ ଜଣ ଲୋକଙ୍କୁ ଟିକାଦାନ ସରିଛି। ଅପରପକ୍ଷରେ ଇତିମଧ୍ୟରେ ୪୬ କୋଟି ୯ ଲକ୍ଷ ୯୭୮ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୬ ଲକ୍ଷ ୬୩ ହଜାର ୧୪୭ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୁଗୁଳି ଆସନରୁ ମମତାଙ୍କ ବଡ଼ କାର୍ଡ; ଭାଜପାକୁ ଟକ୍କର ଦେବେ ରଚନା ବାନାର୍ଜୀ 

କୋଲକାତା,୧୮।୫: ପଶ୍ଚିମବଙ୍ଗର ହୁଗୁଳି ଆସନରେ ହେବ ଜୋରଦାର ଲଢ଼େଇ। ଲୋକ ସଭା ନିର୍ବାଚନର ୫ମ ପର୍ଯ୍ୟାୟରେ ବଙ୍ଗାଳୀ ଫିଲ୍ମଜଗତର ଦୁଇ ଲୋକପ୍ରିୟ ଅଭିନେତ୍ରୀ ମୁହାଁମୁହିଁ ହେବେ।...

ଆସିଲା ସ୍ବାତୀ ମାଲିଓ୍ବାଲଙ୍କ ମେଡିକାଲ ରିପୋର୍ଟ, ଶରୀରର ୪ ସ୍ଥାନରେ ରହିଛି କ୍ଷତଚିହ୍ନ

ନୂଆଦିଲ୍ଲୀ,୧୮।୫: ଆମ୍‌ ଆଦମୀ ପାର୍ଟୀ ଏମ୍‌ପି ସ୍ବାତୀ ମାଲିଓ୍ବାଲଙ୍କ ମେଡିକାଲ ରିପୋର୍ଟ ସାମ୍ନାକୁ ଆସିଛି। ମେ’ ୧୩ରେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ଆବାସରେ ତାଙ୍କ ଉପରେ ହୋଇଥିବା...

ବାଲେଶ୍ୱରରେ ବର୍ଷିଲେ ସଚ୍ଚିନ ପାଇଲଟ, ଭାଜପା-ବିଜେଡିର ଚାଲିଛି ମଧୁଚନ୍ଦ୍ରିକା

ବାଲେଶ୍ୱର,୧୮।୫: ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ଦିଲ୍ଲୀରେ ମତଦାନ ପୂର୍ବରୁ ଭୋଟ ଦେଲେ ହମିଦ ଅଂସାରୀ, ମୁରଲି ମନୋହର ଯୋଶୀ, ମନମୋହନ ସିଂ

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀର ୭ଟି ଲୋକ ସଭା ଆସନ ପାଇଁ ଭୋଟ ଆସନ୍ତା ୨୫ରେ ଅନୁଷ୍ଠିତ ହେବ। ଏଥିରେ ସାଧାରଣ ଲୋକଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ନିର୍ବାଚନ...

ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟ କେତେ ଆସନରେ ଜିତିବ ଭବିଷ୍ୟବାଣୀ କଲେ ଖାର୍ଗେ

ମୁମ୍ବାଇ,୧୮।୫: ଲୋକ ସଭା ନିର୍ବାଚନ ୨୦୨୪ପାଇଁ ପଞ୍ଚମ ପର୍ଯ୍ୟାୟ ଭୋଟ ପୂର୍ବରୁ I.N.D.I.A ସହଯୋଗୀ ଦଳର ନେତାମାନେ ଶନିବାର (୧୮ ମେ ୨୦୨୪) ମୁମ୍ବାଇରେ ମିଳିତ...

ଭୋଟ ଗଣତି ପୂର୍ବରୁ ଉପ ନିର୍ବାଚନକୁ ନେଇ ହେଲାଣି ଚର୍ଚ୍ଚା

ଭୋପାଳ,୧୮।୫: ମଧ୍ୟପ୍ରଦେଶର ୨୯ ଟି ଲୋକ ସଭା ଆସନ ପାଇଁ ଶେଷ ପର୍ଯ୍ୟାୟ ଭୋଟ ମେ ୧୩ ରେ ଅନୁଷ୍ଠିତ ହୋଇଥିଲା। ୪ ଟି ପର୍ଯ୍ୟାୟରେ...

ଲୋକ ସଭା ନିର୍ବାଚନରେ ମୋଦିଙ୍କୁ କିଏ ଦେଉଛନ୍ତି ଚ୍ୟାଲେଞ୍ଜ, ପ୍ରଶାନ୍ତ କିଶୋର କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ସରକାରଙ୍କ ବିରୋଧରେ ହୋଇଥିବା ବିରୋଧକୁ ଦୃଢ ବୋଲି ବର୍ଣ୍ଣନା କରିଛନ୍ତି। ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri