Posted inଜାତୀୟ

କାହିଁକି ହେଉନି ପେଗାସସ୍‌ ତଦନ୍ତ

ନୂଆଦିଲ୍ଲୀ,୨୮ା୭ :ଇସ୍ରାଏଲ କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ପକ୍ଷରୁ ବିକଶିତ ସ୍ପାଏଓ୍ବେରକୁ ନେଇ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ନେତା, ଖବରଦାତା, ମାନବାଧିକାର କର୍ମୀ ଓ ବିଜ୍‌ନେସମ୍ୟାନଙ୍କ ଭିତିରି କଥା ଜାଣିବା ପାଇଁ ଏହାକୁ ଗୁପ୍ତଚର ଭାବେ ବ୍ୟବହାର କରାଯାଇଛି। ବିଶେଷକରି ଶାସକ ଗୋଷ୍ଠୀ ବିରୋଧରେ ଭିନ୍ନ ମତ ପୋଷଣ କରୁଥିବା ହାଇପ୍ରୋଫାଇଲ ବ୍ୟକ୍ତିମାନଙ୍କୁ ଏହି ଅସ୍ତ୍ରରେ ଟାର୍ଗେଟ କରାଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ବିବାଦ ବଢ଼ିବାରେ ଲାଗିଛି। ଫ୍ରାନ୍ସ, ଆଲଜେରିଆ ସମେତ ଅନ୍ୟ କେତେକ ରାଷ୍ଟ୍ର ଏନେଇ ତନାଘନା ଆରମ୍ଭ କଲେଣି। ହେଲେ ଭାରତରେ ପେଗାସସ୍‌ ପ୍ରସଙ୍ଗରେ ପାର୍ଲାମେଣ୍ଟରେ ଅଚଳାବସ୍ଥା ଜାରିରହିବା ସତ୍ତ୍ୱେ ତଦନ୍ତ ପାଇଁ କେନ୍ଦ୍ର ନିର୍ଦ୍ଦେଶ ଦେଉନାହିଁ। ଏଥିଯୋଗୁ ମୋଦି ସରକାରଙ୍କ ଭୂମିକା ଓ ଅଭିସନ୍ଧିକୁ ନେଇ ଦେଶବାସୀଙ୍କ ମନକୁ ଅନେକ ପ୍ରଶ୍ନ ଆନ୍ଦୋଳିତ କରିଛି।

ନ୍ୟାୟିକ ତଦନ୍ତ ଜରୁରୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ସାକ୍ଷାତ ପରେ ମମତା ଗଣମାଧ୍ୟମକୁ କହିଛନ୍ତି, ପେଗାସସ୍‌ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଯିବା ଜରୁରୀ। ଏହି ତଦନ୍ତ ଉପରେ ନିଷ୍ପତ୍ତି ନେବା ଲାଗି ପ୍ରଧାନମନ୍ତ୍ରୀ ଏକ ସର୍ବଦଳୀୟ ବୈଠକ ଡାକନ୍ତୁ ବୋଲି ସେ ଦାବି କରିଛନ୍ତି। ପ୍ରକାଶ ଯେ, ଇସ୍ରାଏଲର ପେଗାସସ୍‌ ସ୍ପାଏଓ୍ବେର କେବଳ ସରକାରମାନଙ୍କୁ ବିକ୍ରି କରାଯାଇଥାଏ। ଏହି ସଫ୍ଟଓ୍ବେରକୁ ୨ କେନ୍ଦ୍ରମନ୍ତ୍ରୀ, ଅନେକ ବିରୋଧୀ ଦଳ ନେତା ଓ ୪୦ ଖବରଦାତାଙ୍କ ବିରୋଧରେ ଲଗାଯାଇଛି। ବିରୋଧୀ ଦଳଗୁଡ଼ିକ ଏଭଳି ଅଭିଯୋଗ ଆଣି ପ୍ରଧାନମନ୍ତ୍ରୀ ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିବୃତି ଦାବିରେ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନକୁ ଚଳାଇ ଦେଉନାହାନ୍ତି। ମମତାଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ଅଭିଷେକ ବାନାର୍ଜୀଙ୍କ ଫୋନ୍‌କୁ ମଧ୍ୟ ଏହି ସ୍ପାଏଓ୍ବେର ଜରିଆରେ ଟ୍ୟାପ୍‌ କରାଯାଇଥିବା ନେଇ କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ମମତା ସୋମବାର ଏକ ନ୍ୟାୟିକ ତଦନ୍ତ କମିଟି ଗଠନ କରିଛନ୍ତି।
ବିଧାନସଭା ନିର୍ବାଚନରେ ହ୍ୟାଟ୍ରିକ ବିଜୟ ପରେ ମୋଦିଙ୍କ ସହ ଏହା ହେଉଛି ତାଙ୍କର ପ୍ରଥମ ସାକ୍ଷାତ। ମମତା ଏହାକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀଙ୍କ ସହ ପଶ୍ଚିମବଙ୍ଗର କୋଭିଡ୍‌ ସ୍ଥିତି ଓ ରାଜ୍ୟକୁ ଭାକ୍ସିନ ପଠାଇବା ସମ୍ପର୍କରେ ଆଲୋଚନା ହୋଇଥିବା କହିଛନ୍ତି।

ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ବିରୋଧୀ

ପେଗାସସ୍‌ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ବିରୋଧୀ। ପାର୍ଲାମେଣ୍ଟରେ ପେଗାସସ୍‌ ଫୋନ୍‌ ଟ୍ୟାପିଂ ଓ ଚାଷୀଙ୍କ ପ୍ରସଙ୍ଗରେ ବିତର୍କ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ୭ ବିରୋଧୀ ଦଳ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପତ୍ର ଲେଖିଛନ୍ତି। ଜାତୀୟତାବାଦୀ କଂଗ୍ରେସ ପାର୍ଟି ଏନ୍‌ସିପି ନେତ୍ରୀ ସୁପ୍ରିୟା ସୁଲେ ଏନେଇ ସୂଚନା ଦେଇଛନ୍ତି। ଏନ୍‌ସିପି ସମେତ ବହୁଜନ ସମାଜ ପାର୍ଟି (ବିଏସ୍‌ପି), ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆର୍‌ଏଲ୍‌ପି), ଶିରୋମଣି ଅକାଳୀ ଦଳ (ଏସ୍‌ଏଡି), ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି), ଭାରତର କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଏବଂ ଭାରତର ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇଏମ୍‌) ନେତାମାନେ ଉକ୍ତ ଚିଠିରେ ସ୍ବାକ୍ଷର କରିଛନ୍ତି।

ସୁପ୍ରିମକୋର୍ଟ ଗଲେ ବରିଷ୍ଠ ସାମ୍ବାଦିକ

ପେଗାସସ୍‌ ପ୍ରସଙ୍ଗରେ ନିରପେକ୍ଷ ତଦନ୍ତ କରାଇବା ଦାବିରେ ବରିଷ୍ଠ ସାମ୍ବାଦିକ ଏନ୍‌. ରାମ ଏବଂ ଶଶୀ କୁମାର ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଇସ୍ରାଏଲର ଏନ୍‌ଏସ୍‌ଓ କମ୍ପାନୀ ଦ୍ୱାରା ବିକଶିତ ଏହି ସ୍ପାଏଓ୍ବେର ଜରିଆରେ ଭାରତରେ ଅଭିବ୍ୟକ୍ତି ସ୍ବାଧୀନତା ଓ ଭିନ୍ନ ସ୍ବର ପରିପ୍ରକାଶକୁ ବନ୍ଦ କରିବା ପାଇଁ ଉଦ୍ୟମ ହୋଇଥିବା ଦୁହେଁ ଦର୍ଶାଇଛନ୍ତି। ସରକାରୀ ସଂସ୍ଥାଗୁଡ଼ିକ ଏହି ସ୍ପାଏଓ୍ବେର ବଳରେ ବିଶିଷ୍ଟ ନାଗରିକ, ରାଜନେତା ଓ ଖବରଦାତାମାନଙ୍କ ଗୁପ୍ତଚରଗିରି କରିଛନ୍ତି। ତେଣୁ ସୁପ୍ରିମକୋର୍ଟରେ ଅବସ୍ଥାପିତ ଜଣେ ବିଚାରପତି କିମ୍ବା ଅବସରପ୍ରାପ୍ତ ଜଷ୍ଟିସ୍‌ଙ୍କ ଦ୍ୱାରା ଏହାର ତଦନ୍ତ କରାଯାଉ ବୋଲି ଆବେଦନକାରୀ ସାମ୍ବାଦିକ ଦ୍ୱୟ ନିଜ ପିଟିଶନରେ ଉଲ୍ଲେଖ କରିଛନ୍ତି। ସରକାର କିମ୍ବା ଅନ୍ୟ କୌଣସି ସଂସ୍ଥା ପେଗାସସ୍‌ ସ୍ପାଏଓ୍ବେର ଲାଇସେନ୍ସ ପାଇଛନ୍ତି କି ଏବଂ ସର୍ଭିଲାନ୍ସ ପାଇଁ ଏହାକୁ ପ୍ରତ୍ୟକ୍ଷ ଅଥବା ପରୋକ୍ଷରେ ବ୍ୟବହାର କରିଛନ୍ତି କି? ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଉଭୟେ ଦାବି କରିଛନ୍ତି। ଆବେଦନକାରୀଙ୍କ ମତରେ ୧୪୨ ଭାରତୀୟଙ୍କୁ ସ୍ପାଏଓ୍ବେର ଜରିଆରେ ଟାର୍ଗେଟ କରାଯାଇଛି। ଏହା ସମ୍ବିଧାନର ଅନୁଚ୍ଛେଦ ୧୪ (ଆଇନ ଆଗରେ ସମସ୍ତେ ସମାନ), ୧୯ (ଅଭିବ୍ୟକ୍ତି ସ୍ବାଧୀନତା) ଏବଂ ୨୧ (ଜୀବନ ଓ ବ୍ୟକ୍ତିଗତ ସ୍ବାଧୀନତାର ସୁରକ୍ଷା) ଭଳି ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ଉଭୟେ କହିଛନ୍ତି। ଆସନ୍ତା କିଛିଦିନ ମଧ୍ୟରେ ଏହି ପିଟିଶନର ଶୁଣାଣି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri