ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଜବତ: ୫ ବର୍ଷ ପରେ ବି…

ଯାଜପୁର ଅଫିସ/କୋରେଇ/ ରଗଡ଼ି(ଡି.ଏନ.ଏ.),୨୫ା୭: ଯାଜପୁର ଜିଲା କୋରେଇ ଥାନା ଗୌରପୁର ପଞ୍ଚାୟତ ଯୁଗଳ ଗ୍ରାମରେ ଏକ ଦମ୍ପତିଙ୍କ ଝୁଲନ୍ତା ମୃତଦେହକୁ ଶନିବାର ପୃଥକ୍‌ ଭାବେ ଜବତ କରାଯାଇଛି। ସେମାନେ ହେଲେ ଶାନ୍ତନୁ ଜେନା ଏବଂ ତାଙ୍କ ସ୍ତ୍ରୀ ସବିତା। ଶ୍ରମିକ ଭାବେ କାମ କରୁଥିବା ଶାନ୍ତନୁ ୨୦୧୬ରେ ପତ୍ରକଣା ଗ୍ରାମର ସବିତା ଜେନାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ୫ ବର୍ଷ ପରେ ବି ସେମାନଙ୍କ କୌଣସି ସନ୍ତାନ ଜନ୍ମ ହୋଇ ନ ଥିଲା। ଏହାକୁ ନେଇ ବିଭିନ୍ନ ସମୟରେ ସବିତାଙ୍କୁ ଟାହିଟାପରା ଶୁଣିବାକୁ ପଡୁଥିଲା। ଏହି ଘଟଣାକୁ ନେଇ ସବିତାଙ୍କ ବାପଘର ଲୋକେ ତାଙ୍କ ଝିଅକୁ ହତ୍ୟା କରାଯାଇଛି ଏବଂ ପରେ ଶାନ୍ତନୁ ଘର ବାହାରେ ଆତ୍ମହତ୍ୟା କରିଛନ୍ତି ବୋଲି କୋରେଇ ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ପାରିବାରିକ କଳହ ଏବଂ ଆର୍ଥିକ ଅନଟନରୁ ଉଭୟେ ଆତ୍ମହତ୍ୟା କରିଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି। ଖବର ପାଇ କୋରେଇ ଥାନା ଅଧିକାରୀ ରଞ୍ଜିତ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଦାନଗଦୀ ଡାକ୍ତରଖାନାକୁ ପଠାଇଥିଲେ। ପୋଲିସ ଏ ନେଇ ୧୪/୨୧ ନମ୍ବରରେ ଅପମୃତ୍ୟୁ ମାମଲା ରୁଜୁୁ କରି ତଦନ୍ତ ଚଳାଇଛି।

ପଡ଼ୋଶୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ବାହାଘରର ୫ ବର୍ଷ ପରେ ବି ସବିତାଙ୍କୁ ସନ୍ତାନ ସୁଖ ମିଳି ନ ଥିବାରୁ ସେ ମାନସିକ ଚାପରେ ରହୁଥିଲେ। ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଏହାକୁ ନେଇ ବିଭିନ୍ନ ସମୟରେ କଳହ ହେଉଥିଲା। ଶୁକ୍ରବାର ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରାତିରେ ସେମାନେ ଖାଇ ଶୋଇଥିଲେ। କିଛି ସମୟ ପରେ ଅନ୍ୟ ଏକ କୋଠରୀରେ ସବିତାଙ୍କ ଝୁଳନ୍ତା ମୃତଦେହକୁ ଶାନ୍ତନୁ ଦେଖିବାକୁ ପାଇ ପରିବାର ଲୋକଙ୍କୁ ଡାକ ପକାଇଥିଲେ। ପାଖରେ ରହୁଥିବା ଶାନ୍ତନୁଙ୍କ ପରିବାର ଲୋକେ ଏବଂ ପଡୋଶୀମାନେ ସେଠାରେ ରୁଣ୍ଡ ହୋଇଥିଲେ। ଏହି ସମୟରେ ହଠାତ୍‌ ଶାନ୍ତନୁ କେଉଁଆଡ଼େ ଚାଲି ଯାଇଥିଲେ। ସେ ଘରକୁ ନ ଫେରିିବାରୁ ପରିବାର ଲୋକେ ଖୋଜାଖୋଜି କରି ପାଇ ନ ଥିଲେ। ଶନିବାର ସକାଳୁ ଶାନ୍ତନୁଙ୍କ ଝୁଲନ୍ତା ଶରୀରକୁ ଘର ବାରିପଟ ଏକ କରଞ୍ଜ ଗଛରେ ଦେଖିବାକୁ ପାଇଥିଲେ। ଏ ସଂକ୍ରାନ୍ତରେ କୋରେଇ ଥାନାଧିକାରୀ ମହାନ୍ତି କହିଛନ୍ତି ଯେ, ସ୍ବାମୀସ୍ତ୍ରୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ଏନେଇ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri