Posted inଖେଳ

ଆଇସିସି ନିୟମରେ ପରିବର୍ତ୍ତନ ଚାହାନ୍ତି କିମ୍ବଦନ୍ତୀ ଖେଳାଳି

କରାଚି,୨୦।୭: ସ୍ପିନରଙ୍କ ପାଇଁ ଉଦ୍ଦିଷ୍ଟ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିୟମରେ ପରିବର୍ତ୍ତନ ଚାହାନ୍ତି ପାକିସ୍ତାନର କିମ୍ବଦନ୍ତୀ ଖେଳାଳି ସାକଲିନ ମୁସ୍ତାକ। ଧାର୍ଯ୍ୟ ୧୫ ଡିଗ୍ରୀ ମଧ୍ୟରେ ହାତ ବୁଲାଇ ବୋଲିଂ କରିବା ନିୟମ ଉପରେ ଆଇସିସି ପୁନଃ ବିଚାର କରିବା ଦରକାର। ବର୍ତ୍ତମାନ ପ୍ରଚଳିତ ନିୟମ ଯୋଗୁ ଯୁବ ଖେଳାଳି ଅଫ୍‌ ସ୍ପିନ ବୋଲିଂ ଠାରୁ ଦୂରେଇ ରହୁଛନ୍ତି ବୋଲି ଅନ୍ତର୍ଜାତୀୟ କ୍ରିକେଟରେ ୪୯୬ ଉଇକେଟ ନେଇଥିବା ପୂର୍ବତନ ସ୍ପିନର କହିଛନ୍ତି।

ସ୍ପିନରଙ୍କୁ ୧୫ ଡିଗ୍ରୀ ବାହାରେ ହାତ ବୁଲାଇ ବୋଲିଂ କରିବାକୁ ଦିଆଯିବ ନାହିଁ। ଆଇସିସିର ବିଶେଷଜ୍ଞମାନେ କେଉଁ ଭଳି ଏହି ପରିଣାମରେ ପହଞ୍ଚିଲେ, ତାହା ମୋତେ ଜାଣିବାର ଅଛି। ସେମାନେ କେଉଁ ସ୍ପିନରଙ୍କ ଉପରେ ରିସର୍ଚ୍ଚ କରିଥିଲେ। କାରଣ ପ୍ରତ୍ୟେକଙ୍କ ଶରୀର ଓ ବୋଲିଂ ଷ୍ଟାଇଲ ଭିନ୍ନ। ଏସିଆର ଖେଳାଳିଙ୍କ ଶରୀରର ଅଧିକ ଫ୍ଲେକ୍ସିବଲ। କିଛି ଖେଳାଳିଙ୍କ କହୁଣୀ ଉପରକୁ ଉଠିଥାଏ। ଏମାନଙ୍କ ଠାରୁ ଇଂଲିଶ ଓ କାରିବିଆନ ଖେଳାଳିଙ୍କ ଶରୀର ଭିନ୍ନ। ଏଣୁ ମୋ ମତରେ ଆଇସିସି ୧୫ ଡିଗ୍ରୀ ନିୟମ ଉପରେ ପୁନଃ ବିଚାର କରୁ ବୋଲି କହିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡର ହାଇ ପରଫମାନ୍ସ କେନ୍ଦ୍ରର ମୁଖ୍ୟ କୋଚ୍‌ ସାକଲିନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି

ନୂଆଦିଲ୍ଲୀ,୫।୫: ଜଣେ ମହାନ ବ୍ୟାଟ୍ସମ୍ୟାନ ହେବା ବ୍ୟତୀତ ବିରାଟ କୋହଲି ମଧ୍ୟ ଜଣେ ବଡ଼ ହୃଦୟର ବ୍ୟକ୍ତି ଅଟନ୍ତି। କୋହଲି ତାଙ୍କ ଜର୍ସି ନୁର ଅହମ୍ମଦଙ୍କୁ...

ଟି -୨୦ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଜାରି: ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୫।୫: ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ଟୁର୍ନାମେଣ୍ଟ ବାଂଲାଦେଶରେ ଆୟୋଜିତ ହେବ। ଭାରତୀୟ ମହିଳା ଦଳକୁ ଗ୍ରୁପ...

ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା; ନିଲମ୍ବନ କଲା NADA

ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍‌ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ...

‘ଦଳ ଚୟନରେ ଏଆଇ ବ୍ୟବହାର କରୁଛି ଇଂଲଣ୍ଡ’

ଲଣ୍ଡନ,୫୫: ମହିଳା କ୍ରିକେଟ ଦଳ ଚୟନରେ ଇଂଲଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରୁଛି ବୋଲି କହିଛନ୍ତି କୋଚ୍‌ ଜନ୍‌ ଲୁଇସ୍‌। ଚୂଡାନ୍ତ ଏକାଦଶ ଚୟନ...

ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ ଖେଳିବେନି ମୟଙ୍କ ଯାଦବ,ଜାଣନ୍ତୁ କାରଣ…

ଲକ୍ଷ୍ନୌ, ୫ା୫: ପେସ୍‌ ସେନ୍‌ସେଶନ ମୟଙ୍କ ଯାଦବ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର କୋଚ୍‌ ଜଷ୍ଟିନ ଲାଙ୍ଗର...

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ...

‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’

ନୂଆଦିଲ୍ଲୀ,୪।୫: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳୁଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଭାରତ କେତେ ପସନ୍ଦ, ସମସ୍ତେ ତାହା ଜାଣନ୍ତି।...

‘ହତାଶ ହୋଇପଡ଼ିଛନ୍ତି ପାଣ୍ଡ୍ୟା,ଅଛନ୍ତି ଚାପରେ’

ନୂଆଦିଲ୍ଲୀ,୪।୫: ହାର୍ଦ୍ଦିକ ପାଣ୍ଡ୍ୟା ଥକି ଯାଇଥିବା, ହତାଶ ଏବଂ ଚାପରେ ଥିବା ଭଳି ଦୃଶ୍ୟମାନ ହେଉଛନ୍ତି। କିଛି ଏଭଳି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଆରୋନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri