Posted inଖେଳ

୨୮ ବର୍ଷ ପରେ ଆର୍ଜେଣ୍ଟିନାକୁ ଟାଇଟଲ

ରିଓ ଡି ଜେନିରୋ,୧୨।୭:  ଦକ୍ଷିଣ ଆମେରିକାର ସର୍ବବୃହତ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ କୋପା ଆମେରିକାରେ ଏଥର ଲିଓନେଲ ମେସିଙ୍କ ନେତୃତ୍ୱାଧୀନ ଆର୍ଜେଣ୍ଟିନା ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଶନିବାର ସ୍ଥାନୀୟ ଐତିହାସିକ ମାରାକାନା ଷ୍ଟାଡିୟମରେ ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୧-୦ ଗୋଲରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ତଥା ଅନ୍ୟତମ ଫୁଟ୍‌ବଲ ପାଓ୍ବାର ହାଉସ ନେମାରଙ୍କ ବ୍ରାଜିଲକୁ ହରାଇ ଟାଇଟଲ ହାସଲ କରିଛି। ୧୯୯୩ ପରେ ଦୀର୍ଘ ୨୮ ବର୍ଷ ପରେ ଆର୍ଜେଣ୍ଟିନା କୌଣସି ପ୍ରଥମ ମେଜର ଟ୍ରଫିରେ ଚାମ୍ପିୟନ ହୋଇଛି। ମେସିଙ୍କୁ ୬ ବର୍ଷ ହୋଇଥିବା ବେଳେ ଆର୍ଜେଣ୍ଟିନା ଶେଷଥର ପାଇଁ ଏହି ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଥିଲା। ଟୁର୍ନାମେଣ୍ଟରେ ଅପରାଜେୟ ରହିବା ସହ ଆର୍ଜେଣ୍ଟିନା ଏଥିସହ ମୋଟ ୧୫ତମ କୋପା ଆମେରିକା ଟାଇଟଲ ଜିତି ଉରୁଗୁଏର ସମକକ୍ଷ ହୋଇଛି। ଅନ୍ୟପଟେ ବ୍ରାଜିଲ ୯ଥର ଏହି ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛି। କେବଳ ଫାଇନାଲ ମ୍ୟାଚ୍‌ରେ କେତେ ହଜାର ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଯିବାର ଅନୁମତି ପ୍ରଦାନ କରାଯାଇଥିଲା।


୨୨ତମ ମିନିଟ୍‌ରେ ମ୍ୟାଚ୍‌ର ଏକମାତ୍ର ଗୋଲ ଆର୍ଜେଣ୍ଟିନା ତରଫରୁ ସ୍କୋର କରାଯାଇଥିଲା। ଦଳ ତରଫରୁ ୩୩ ବର୍ଷୀୟ ଅଭିଜ୍ଞ ଷ୍ଟ୍ରାଇକର ଆଞ୍ଜେଲ ଡି ମାରିଆ ଗୋଲ ଦେଇ ଆର୍ଜେଣ୍ଟିନାକୁ ଅଗ୍ରଣୀ କରାଇଥିଲେ। ରୋଡ୍ରିଗୋ ଡି ପଲ୍‌ ଏକ ଲମ୍ବା ପାସ୍‌ ମାରିଆଙ୍କୁୁ ଦେଇଥିଲେ। ବ୍ରାଜିଲ ଡିଫେନ୍ସର ଦୁର୍ବଳତାରୁ ଫାଇଦା ଉଠାଇ ମାରିଆ ଏହାର ସଦ୍‌ବ୍ୟବହାର କରି ବାମ୍‌ ଗୋଡରେ ହାଲକା ଶଟ୍‌ ମାରି ଗୋଲକିପର ଏଡେରସନଙ୍କ ମୁଣ୍ଡ ଉପରେ ଗୋଲ ଦେବାକୁ ସକ୍ଷମ ହୋଇଥିଲେ। ଏହାପରେ ଉଭୟ ଦଳ ମଧ୍ୟରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲେ ମଧ୍ୟ ଗୋଲ ସମ୍ଭବ ହୋଇ ନ ଥିଲା। ଫଳରେ ଆର୍ଜେଣ୍ଟିନା ବିଜୟୀ ହୋଇଥିଲା। ୬୦ ପ୍ରତିଶତ ବଲ୍‌ ପଜେସନ କରିଥିଲେ ମଧ୍ୟ ବ୍ରାଜିଲ ଗୋଲ ଦେବାକୁ ସକ୍ଷମ ହୋଇ ନ ଥିଲା। ପ୍ରଥମାର୍ଦ୍ଧରେ ପଛରେ ପଡିବା ପରେ ବ୍ରାଜିଲ ଦ୍ୱିତୀୟାଦ୍ଧରେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରିଥିଲା ଓ କାଉଣ୍ଟର ଆଟାକ କରିଥିଲା। ଆର୍ଜେଣ୍ଟିନା ୪୦ ପ୍ରତିଶତ ବଲ୍‌ ପଜେସ କରିଥିଲା। ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ମଧ୍ୟ ଆର୍ଜେଣ୍ଟିନାଠାରୁ ବ୍ରାଜିଲ ଯଥେଷ୍ଟ ଆଗରେ ରହିଥିଲା।
ପୂର୍ବରୁ ଆର୍ଜେଣ୍ଟିନା କ୍ୱାର୍ଟର ଫାଇନାଲରେ ୩-୦ ଗୋଲରେ ଇକ୍ୱେଡର, ସେମିରେ କଲମ୍ବିଆକୁ ପେନାଲ୍ଟିରେ ୩-୨ ଗୋଲରେ ପରାସ୍ତ କରିଥିଲା। ସେହିପରି ବ୍ରାଜିଲ କ୍ୱାର୍ଟରରେ ୧-୦ ଗୋଲରେ ଚିଲିକୁ ଓ ସେମିରେ ପେରୁକୁ ୧-୦ ଗୋଲରେ ପରାସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

‘ସେ ତେନ୍ଦୁଲକର ଥିଲେ…’ Vaibhav Suryavanshiଙ୍କୁ ଭାରତୀୟ ଟିମରେ ସ୍ଥାନ ଦିଆଯାଉ, BCCI ନିକଟରେ ବଡ଼ ଦାବି କଲେ ଥରୁର

ନୂଆଦିଲ୍ଲୀ,୨୫।୧୨: କଂଗ୍ରେସ ଏମପି ଶଶି ଥରୁର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିଭାକୁ କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିଛନ୍ତି। ଥରୁର BCCIକୁ ୧୪ ବର୍ଷୀୟ...

RCB ଖେଳାଳିଙ୍କ ବିରୋଧରେ ବୟସ ଜାଲିଆତି ଅଭିଯୋଗ, ସୂଚନା ପାଇଲା ବିସିସିଆଇ ଦୁର୍ନୀତି ନିବାରଣ ୟୁନିଟ

ନୂଆଦିଲ୍ଲୀ,୨୫।୧୨: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଥର ପାଇଁ IPL ୨୦୨୫ରେ ଚାମ୍ପିଅନ ହୋଇଥିଲା। ଏବେ, ଫ୍ରାଞ୍ଚାଇଜ IPL ୨୦୨୬ପାଇଁ ପ୍ରସ୍ତୁତ ହେଉଛି। ଡିସେମ୍ବର ୧୬ରେ...

IPL 2026 ପ୍ଲେଅଫରେ ପହଞ୍ଚିବ କେଉଁ ୪ଟି ଟିମ୍‌? ବଡ଼ ଭବିଷ୍ୟବାଣୀ କଲେ ପୂର୍ବତନ କ୍ରିକେଟର!

ନୂଆଦିଲ୍ଲୀ,୨୫।୧୨: IPL 2026 ଖେଳାଳିଙ୍କ ମିନି-ନିଲାମ ନିକଟରେ ଶେଷ ହୋଇଛି। ଡିସେମ୍ବର ୧୬ରେ ଆବୁଧାବିରେ IPL ମିନି-ନିଲାମ ହୋଇଥିଲା, ଯେଉଁଥିରେ ୨୯ ବିଦେଶୀ ଖେଳାଳିଙ୍କ ସମେତ...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri