Odisha Elections 2024
Posted inଖେଳ

ଡବ୍ଲୁଟିସି ଚାମ୍ପିଅନ୍‌ ହେବା ପରେ ବିରାଟ କୋହଲିଙ୍କ କାନ୍ଧରେ କାହିଁକି ମୁଣ୍ଡ ରଖିଥିଲେ ଓ୍ବିଲିୟମସନ୍‌: ଏବେ କଲେ ଖୁଲାସା

ଅକଲାଣ୍ଡ,୨।୭: ଭାରତ ବିପକ୍ଷରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଜିତିବା ପରେ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି। ବିଜୟ ଉତ୍ସବ ପାଳନ କରୁଥିବା ଏହି ଫଟୋଗୁଡ଼ିକ ମଧ୍ୟରୁ ଗୋଟିଏ ଫଟୋ ଏପରି ଥିଲା ଯାହା ଫଳାଫଳ ବାହାରେ ଥିଲା। ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମ୍ସନ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଟାଇଟଲ ଜିତିବା ପରେ ବିରାଟ କୋହଲିଙ୍କ କାନ୍ଧରେ ମୁଣ୍ଡ ରଖିବାର ଏହି ଫଟୋ ଥିଲା। ଏହା କେବଳ ଆଲିଙ୍ଗନର ଫଟୋ ନ ଥିଲା ବରଂ ୱିଲିୟମସନ ବିରାଟଙ୍କ କାନ୍ଧରେ ଏପରି ମୁଣ୍ଡ ରଖିଥିଲେ ସତେ ଯେପରି ସବୁ ସରିଯାଇଛି ଏବଂ ସାଙ୍ଗକୁ ବିଶ୍ରାମ କରିବାର ସମୟ ଆସିଛି। କିୱି ଦଳ ୨୧ ବର୍ଷ ପରେ ଏକ ଆଇସିସି ଟୁର୍ନାମେଣ୍ଟ ଜିତିଥିଲା। ଅନ୍ୟପକ୍ଷରେ ଭାରତ ଦଳ ଫାଇନାଲରେ ଜିତିବାରେ ବିଫଳ ହୋଇଛି।
ଏକ ସପ୍ତାହ ପରେ ସାଉଥମ୍ପଟନରେ ଫାଇନାଲ ଜିତିବା ପରେ ସେ ବିରାଟ କୋହଲିଙ୍କ କାନ୍ଧରେ କାହିଁକି ମୁଣ୍ଡ ରଖିଥିଲେ ବୋଲି ୱିଲିୟମସନ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହା ବହୁତ ଭଲ ମୁହୂର୍ତ୍ତ ଥିଲା। ସେମାନେ ପ୍ରାୟତଃ ସମସ୍ତ ଫର୍ମାଟରେ ଆମର ଖେଳରେ ବେଞ୍ଚମାର୍କ ସେଟ କରନ୍ତି। ଆମେ ଜାଣିଥିଲୁ ଯେତେବେଳେ ତୁମେ ଭାରତ ବିପକ୍ଷରେ ଖେଳିବ, ତୁମେ ଯେଉଁଠାରେ ଥାଅ, ଏହା ଏକ କଷ୍ଟକର ଆହ୍ବାନ ହେବ। ଯେତେବେଳେ ତାଙ୍କୁ ପଚରାଗଲା ସେ କାହିଁକି ରସ ଟେଲରଙ୍କ ସହ ଉତ୍ସବ ପାଳନ କରିବା ପରିବର୍ତ୍ତେ ବିରାଟ କୋହଲିଙ୍କ କାନ୍ଧରେ ମୁଣ୍ଡ ରଖିଛନ୍ତି। ଏହି ପ୍ରଶ୍ନର ଉତ୍ତରରେ ୱିଲିୟମସନ କହିଛନ୍ତି, ବହୁ ବର୍ଷ ଧରି ବିରାଟଙ୍କ ସହ ତାଙ୍କ ବନ୍ଧୁତା ରହିଛି ଏବଂ ଏହା ଭଲ କ୍ଷଣ ଥିଲା। ସେ ଆହୁରି ମଧ୍ୟ କହିଛନ୍ତି, ଏହା ପ୍ରକୃତରେ ଭଲ ମୁହୂର୍ତ୍ତ ଥିଲା, ଆମର ବନ୍ଧୁତା ଏବଂ ସମ୍ପର୍କ କ୍ରିକେଟଠାରୁ ଗଭୀର, ଏହା ଆମେ ଦୁହେଁ ପରସ୍ପରକୁ ଭଲ ଭାବରେ ଜାଣୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ଲେ ଅଫ୍‌ରେ ଆରସିବି

ବେଙ୍ଗାଲୁରୁ,୧୮ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚକୁ ୨୭ ରନ୍‌ରେ ଜିତି ନାଟକୀୟ ଢଙ୍ଗରେ ପ୍ଲେ ଅଫ୍‌ରେ ପ୍ରବେଶ କରିଛି ରୟାଲ...

ପ୍ରଶଂସକଙ୍କୁ ଗୋଟିଏ ଖୁସି କେବେବି ଦେଇ ପାରିବେନି କୋହଲି, ଆଇପିଏଲରେ ଗୋଟିଏ କାମ କରିବାକୁ ଡରୁଛନ୍ତି…

ନୂଆଦିଲ୍ଲୀ,୧୮।୫: ବିରାଟ କୋହଲି ବର୍ତ୍ତମାନ ସମୟର ଜଣେ ମହାନ ବ୍ୟାଟ୍ସମ୍ୟାନ। ଏହି ସମୟରେ ସେ ମଧ୍ୟ ବହୁତ ଭଲ ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟ ଆଇପିଏଲ...

ମନ କଥା ଖୋଲିକି କହିଦେଲେ କୋହଲି: କରିବାକୁ ଚାହୁଁନ୍ତି ଏହି କାମ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ୨୦୨୪ର ୬୮ତମ ମ୍ୟାଚ ଆରସିବି ଏବଂ ସିଏସ୍‌କେ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଚେନ୍ନାଇ ସୁପର...

କ୍ୟାମେରାମ୍ୟାନ୍‌ଙ୍କୁ ହାତଯୋଡି ଏମିତି ଗୁହାରି କଲେ ରୋହିତ ଶର୍ମା

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳ ଅପେକ୍ଷା ଦଳ ପରିଚାଳନା ପାଇଁ ଅଧିକ ଚର୍ଚ୍ଚାରେ ରହିଥିଲା। ବିଶେଷ ଭାବେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ...

୩ ବଲ୍‌ରେ ୩ ଉଇକେଟ୍‌ ଗଲା, କିନ୍ତୁ ଘୋଷଣା ହେଲାନି ହ୍ୟାଟ୍ରିକ୍‌: ଜାଣନ୍ତୁ କାହିଁକି

ମୁମ୍ବାଇ,୧୮।୫: ମୁମ୍ବାଇର ୱାଙ୍ଖେଡେଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଆଇପିଏଲର ୬୭ ତମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚର କୌଣସି ବିଶେଷ...

ଏଥର ଟି-୨୦ ବିଶ୍ୱକପ୍‌ କିଏ ହେବ ଚାମ୍ପିୟନ୍‌: ଜୟ ଶାହା କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ। ଏହି ଟୁର୍ନାମେଣ୍ଟ ଜୁନ ୨ରୁ ଆରମ୍ଭ ହେଉଛି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ...

ଉଇକେଟ୍‌ ନ ମିଳିବାକୁ ରାଗିଗଲେ ଅର୍ଜୁନ ତେନ୍ଦୁଲକର: କଲେ ଏମିତି କାମ…

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ଖେଳିବାର ସୁଯୋଗ ଦେଇଥିଲା। ଫଳରେ ଅର୍ଜୁନ ଆଇପିଏଲ ୨୦୨୪ରେ...

ପାଣ୍ଡ୍ୟାଙ୍କୁ ବଡ଼ ଝଟକା: ଲାଗିଲା ପ୍ରତିବନ୍ଧକ

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଝଟକା ଲାଗିଛି। ଗୋଟିଏ ମ୍ୟାଚ ପାଇଁ ପାଣ୍ଡ୍ୟାଙ୍କୁ ବାସନ୍ଦ କରାଯାଇଛି। ସେ ଆଗାମୀ ସିଜନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri