Posted inଖେଳ

ଗୋଟିଏ ଦିନରେ ୩୦୯ ରନ୍‌ କରି ଚକିତ କରିଥିଲେ ଏହି ବ୍ୟାଟ୍ସମ୍ୟାନ୍‌: ୯୧ ବର୍ଷ ହେଲାଣି ଭାଙ୍ଗିନି ରେକର୍ଡ

ବ୍ରିସ୍‌ବେନ୍‌,୨୫।୬: ଅଷ୍ଟ୍ରେଲିୟ କ୍ରିକେଟ ଟିମ୍‌ ଘରୋଇ ମାଟିରେ ସଂଘର୍ଷ କରିବା ଭଳି ଘଟଣା ବିରଳ। କାରଣ ଅନେକ କ୍ରିକେଟର ଏଠାରେ ବ୍ୟାଟିଂ କରି ଇତିହାସ ସୃଷ୍ଟି କରିଛନ୍ତି। ସେମାନଙ୍କ ମଧ୍ୟରୁ ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ ଜଣେ। ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌ ୧୦୦% ହାରରେ ରନ୍‌ କରି ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। ୧୯୩୦ ଜୁଲାଇ ୧୧ରେ ଇଂଲଣ୍ଡ ବିପକ୍ଷରେ ବ୍ରାଡମ୍ୟାନ୍‌ ଗୋଟିଏ ଦିନରେ ସବୁଠାରୁ ଅଧିକ ରନ୍‌ କରି ରେକର୍ଡ କରିଥିଲେ।

ଲିଡ୍ସରେ ଖେଳାଯାଉଥିବା ସିରିଜର ତୃତୀୟ ଟେଷ୍ଟର ପ୍ରଥମ ଦିନରେ ବ୍ରାଡମ୍ୟାନ ତ୍ରିଶତକ କରିଥିଲେ। ଦିନର ତିନୋଟି ସେସନରେ ସେ ଏହା କରି ଦେଖାଇଥିଲେ। ଦିନର ଖେଳ ଶେଷ ସୁଦ୍ଧା ସେ ୩୦୯ ରନ୍‌ କରି ଅପରାଜିତ ଥିଲେ। ତାଙ୍କର ଏଭଳି ପାଳି ଯୋଗୁ ଦଳୀୟ ସ୍କୋର ୪୫୮/୩ ଥିଲା।

ବ୍ରାଡମ୍ୟାନ୍‌ଙ୍କୁ ସେତେବେଳେ ମାତ୍ର ୨୧ ବଷର ଥିଲେ। ଲିଡ୍ସରେ ସେ ନିଜର ସପ୍ତମ ଟେଷ୍ଟ ମ୍ୟାଚ୍‌ ଖେଳୁଥିଲେ। ମ୍ୟାଚ୍‌ରେ ୧୧ତମ ବଲ୍‌ ପଡ଼ିବା ପରେ ସେ ପଡ଼ିଆକୁ ଆସିଥିଲେ। ଲଞ୍ଚ ପୂର୍ବରୁ ସେ ନିଜର ଶତକ ପୂରଣ କରିଥିଲେ। ଏପରିକି ଟି-ବ୍ରେକ୍‌ ପୂର୍ବରୁ ନିଜର ଦ୍ୱିଶତକ ପୂରଣ କରିଦେଇଥିଲେ। ଦିନର ଖେଳ ଶେଷ ସୁଦ୍ଧା ସେ ୪୪୮ ବଲ୍‌ ଖେଳି ୩୦୯ କରିଥିଲେ। ବ୍ରାଡ୍‌ମ୍ୟାନ୍‌ଙ୍କ ଏହି ରେକର୍ଡକୁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ୍‌ ଭାଙ୍ଗିପାରିନାହାନ୍ତି। ତେବେ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ବ୍ରାଡମ୍ୟାନ୍‌ ୩୩୪ ରନ୍‌ କରି ଆଉଟ୍‌ ହୋଇଥିଲେ, ଯାହାକି ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଲଟିଥିଲା। ୯୦ ବର୍ଷ ଧରି ତାଙ୍କର ରେକର୍ଡ ପୂର୍ବବତ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri