Posted inଫୁରସତ

କିଛି ବି ଅର୍ଡର କରି ନ ଥିଲେ; ହେଲେ ଆମାଜନ୍‌ରୁ ମହିଳାଙ୍କ ଘରେ ପହଞ୍ଚିଲା ୧୫୦ ପ୍ୟାକେଟ; ଖୋଲି ଦେଖିବା ପରେ…

ଅନ୍‌ଲାଇନ୍‌ରେ ଅର୍ଡର ନ କରିବି କିଛି ପହଞ୍ଚିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। ସେଭଳି କିଛି ଘଟିଛି ଆମେରିକାର ଜିଲିୟାନ୍‌ କନ୍ନନ୍‌ଙ୍କ କ୍ଷେତ୍ରରେ। ସେ କିଛି ମଗାଇ ନ ଥିଲେ ହେଁ ଆମାଜନ୍‌ରୁ ଗୋଟିଏ ପରେ ଗୋଟିଏ ହୋଇ ୧୫୦ ପ୍ୟାକେଟ ଆସି ତାଙ୍କ ଘରେ ପହଞ୍ଚିଥିଲା। ଷ୍ଟୁଡିଓ ପାଇଁ ତାଙ୍କ ବ୍ୟବସାୟ ସାଥୀ କିଛି ମଗାଇ ଥାଇପାରନ୍ତି ବୋଲି ସେ ପ୍ରଥମେ ଭାବିଥିଲେ। ହେଲେ ପ୍ୟାକେଟ ଖୋଲିବା ପରେ ସେଥିରେ ମାସ୍କ ବ୍ରାକେଟ୍‌ ଥିବା ସେ ଦେଖିଥିଲେ।

ପ୍ୟାକେଟ ଯାଞ୍ଚ ପରେ ଜିଲିୟାନ୍‌ କିମ୍ବା ତାଙ୍କର କୌଣସି ସହଯୋଗୀ ଅନ୍‌ଲାଇନ୍‌ ଅର୍ଡର ଦେଇ ନ ଥିବା ଜାଣିଥିଲେ। ପରେ ସେ ପ୍ୟାକେଟରେ ତାଙ୍କର ଠିକଣା ଥିବା ବେଳେ ନାମ ନ ଥିବା ଦେଖିଥିଲେ। ପ୍ରଥମେ ସେ ଭୁଲ୍‌ରେ ପ୍ୟାକେଟଗୁଡ଼ିକ ତାଙ୍କୁ ମିଳିଥିବା ସେ ଭାବିଥିଲେ। ହେଲେ ପ୍ୟାକେଟ ସଂଖ୍ୟା ଧିରେ ଧିରେ ବଢ଼ିବା ପରେ ସେ ଆମାଜନ ସହ ସମ୍ପର୍କ କରିଥିଲେ। ଭୁଲ ସମାଧାନ ହେବା ପୂର୍ବରୁ ତାଙ୍କୁ ୧୫୦ରୁ ଅଧିକ ପ୍ୟାକେଟ ମିଳି ସାରିଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ମାସ୍କ ବ୍ରାକେଟ ଥିଲା।

ପରେ କମ୍ପାନୀ ପକ୍ଷରୁ ମାସ୍କ ଅର୍ଡର କରିଥିବା ବ୍ୟକ୍ତିଙ୍କୁ ମାସ୍କ ବ୍ରାକେଟ ମିଳିବ। ସେ ମଧ୍ୟ ପାଇଥିବା ପ୍ୟାକେଟଗୁଡ଼ିକ ରଖିପାରିବେ ବୋଲି କହିଥିଲେ। ଏହା ଶୁଣି ଜିଲିୟାନ ସ୍ଥାନୀୟ ଡାକ୍ତରଖାନାଗୁଡ଼ିକରେ ଥିବା ଶିଶୁଙ୍କୁ ତାହା ବଣ୍ଟନ କରିବା ପାଇଁ ଏକ ଡାଇ ମାସ୍କ କିଟ୍‌ ପ୍ରସ୍ତୁତ କରିବାକୁ ଏବଂ ଏଥିରେ ସେ ଶିଶୁ ଆକାରର ବ୍ରାକେଟ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କୁ ହୋଇଥିବା ଅସୁବିଧାକୁ ନେଇ ଆମାଜନ ପକ୍ଷରୁ କିଟ୍‌ ତିଆରି କରିବା ପାଇଁ ଆବଶ୍ୟକ ବାକି ସାମଗ୍ରୀ ଦିଆଯାଇଥିଲା। ଏହାଛଡ଼ା ଜିଲିୟାନ ବୟସ୍କ ଆକାରର ବ୍ରାକେଟ୍‌ ମଧ୍ୟ ଡାକ୍ତରଖାନାକୁ ଦାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri