ଡୋଜ୍‌ ନେଲା ପରେ ବି ହେଉଛି କରୋନା: ବଢୁଛି ଚିନ୍ତା…

ଓ୍ବାଶିଂଟନ/ଲଣ୍ଡନ/ନୂଆଦିଲ୍ଲୀ,୧୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଭାକ୍ସିନ୍‌ର ଦୁଇ ଡୋଜ୍‌ ନେବା ପରେ ବି ଲୋକେ କରୋନାରେ ପୁଣି ଆକ୍ରାନ୍ତ ହେଉଛନ୍ତି। ତେଣୁ ସୁରକ୍ଷା ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ୨୦୨୦ ଡିସେମ୍ବରରେ ବ୍ରିଟେନ୍‌ରେ ପ୍ରଥମ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ୭ ମାସ ବିତିଛି। ପୃଥିବୀର ବିଭିନ୍ନ ଦେଶର ବୈଜ୍ଞାନିକ ୧୦୦ରୁ ଅଧିକ ଭାକ୍ସିନ୍‌ ତିଆରି କରିବାରେ ବ୍ୟସ୍ତ ଅଛନ୍ତି। ଇତିମଧ୍ୟରେ ୨୩୦ କୋଟି ଲୋକଙ୍କୁ ଭାକ୍ସିନ୍‌ର ଡୋଜ୍‌ ପ୍ରଦାନ କରାଯାଇଛି। ଭାରତରେ ଜୁନ୍‌ ୧୫ ସୁଦ୍ଧା ୨୬ କୋଟି ୧୯ ଲକ୍ଷ ୭୨ ହଜାର ୧୪ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ମୋଟ ଜନସଂଖ୍ୟାର ୩.୫ ପ୍ରତିଶତ ଅର୍ଥାତ୍‌ ୪.୭୨ କୋଟି ଲୋକଙ୍କୁ ଭାକ୍ସିନ୍‌ର ଉଭୟ ଡୋଜ୍‌ ଦିଆଯାଇଛି। କରୋନା ମହାମାରୀର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାରେ ଇତିମଧ୍ୟରେ ୯୦ କୋଟି ଡୋଜ୍‌ ପ୍ରଦାନ କରାଯାଇଛି। ଟିକାଦାନରେ ଏହାପଛକୁ ଆମେରିକା ରହିଛି। ଆମେରିକାରେ ୩୧ କୋଟିରୁ ଅଧିକ ଡୋଜ୍‌ ପ୍ରଦାନ କରାଯାଇ ସାରିଛି। ଏଠାରେ ଦେଶର ୪୪ ପ୍ରତିଶତ ଜନସଂଖ୍ୟାଙ୍କୁ ଭାକ୍ସିନ୍‌ର ଦୁଇ ଡୋଜ୍‌ ଦିଆଯାଇଛି। ସେହିପରି ଇସ୍ରାଏଲ୍‌ରେ ୫୭ ପ୍ରତିଶତଙ୍କୁ ଭାକ୍ସିନ୍‌ର ଦୁଇ ଡୋଜ୍‌ ଦିଆଯାଇଛି। ଏଠାରେ ୭.୧୭ କୋଟି ଟିକା ଦିଆଯାଇଛି। ବ୍ରିଟେନ୍‌ରେ ୪୫ ପ୍ରତିଶତ ଜନସଂଖ୍ୟା ଅର୍ଥାତ୍‌ ୩ କୋଟିରୁ ଅଧିକଙ୍କୁ ଟିକାଦାନ କରାଯାଇଛି। ଫ୍ରାନ୍ସ୍‌ରେ ୪.୪୩ କୋଟିଙ୍କୁ ଭାକ୍ସିନ୍‌ ଦିଆଯାଇଛି। ଏଠାରେ ୨୧.୪ ପ୍ରତିଶତ ଜନସଂଖ୍ୟା ଅର୍ଥାତ୍‌ ୧.୪୪ କୋଟିଙ୍କଠାରେ ଦୁଇ ଡୋଜ୍‌ ଟିକାକରଣ ସମ୍ପନ୍ନ ହୋଇଛି। ରୁଷିଆରେ ୩.୨୯ କୋଟିଙ୍କୁ ଭାକ୍ସିନ୍‌ ଦିଆଯାଇଥିବାବେଳେ ୯.୯ ପ୍ରତିଶତ ଅର୍ଥାତ୍‌ ୧.୪୩ କୋଟିଙ୍କୁ ଉଭୟ ଡୋଜ୍‌ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri