ଏହି ଫିଲ୍ମର ଶେଟ୍‌ରେ ପ୍ରଥମ ଥର ପାଇଁ ନିଶାଙ୍କୁ ଭେଟିଥିଲେ କରନ୍‌; ଗଣମାଧ୍ୟମ ସମ୍ମୁଖରେ କରିଥିଲେ ପ୍ରପୋଜ୍‌; ଏବେ…

ବମ୍ବେ: ସବୁକିଛି ତ ଠିକ୍‌ ଥିଲା। ହେଲେ ଏପରି କ’ଣ ହେଲା ଯେ କଥା ଥାନାରେ ପହଞ୍ଚିଲା। ସୋମବାର ଟେଲି ଅଭିନେତା କରନ୍‌ ମେହେରା ଗିରଫ ହେବା ପରେ ପ୍ରଶଂସକଙ୍କ ମନରେ ଚାଲିଛି ଏଭଳି ଅନେକ କଥା। ଘରୋଇ ହିସାଂ କରିଥିବା ନେଇ ଗିରଫ ହେବା ପରେ ମଙ୍ଗଳବାର ଜାମିନରେ ମୁକୁଳିଛନ୍ତି ସେ। ଏହାପରେ ସେ ସ୍ତ୍ରୀ ନିଶାଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି।

ବିଗତ କିଛି ଦିନ ଧରି ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଚାଲିଥିବା ନେଇ ଶୁଣିବାକୁ ମିଳୁଥିଲା। ହେଲେ ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରିବା ବେଳେ ଉଭୟ ସବୁକିଛି ଠିକ୍‌ ଚାଲିଥିବା କହିଥିଲେ। ଉଭୟଙ୍କୁ ଦେଖିଲେ ବି କେହି କିଛି ଠଉରାଇପାରୁ ନ ଥିଲେ। ଏବେ କରନ୍‌ ଗିରଫ ହେବା ପରେ କ’ଣ ଏପରି ହେଲା ଯେ କଥା ମାର୍‌ପିଟ ପର୍ଯ୍ୟନ୍ତ ପହଞ୍ଚିଗଲା ତାହା ଜାଣିବାକୁ ସମସ୍ତେ ଇଚ୍ଛୁକ।

କହିରଖୁଛୁ, କରନ୍‌ ୨୦୦୮ରେ ନିଶାଙ୍କୁ ଫିଲ୍ମ ‘ହସତେ ହସତେ’ ସେଟ୍‌ରେ ନିଶାଙ୍କୁ ଭେଟିଥିଲେ। ଏହି ଫିଲ୍ମରେ କରନ୍‌ ଷ୍ଟାଇଲିଷ୍ଟ ଭାବେ କାମ କରୁଥିଲେ। ସେ ନିଶାଙ୍କୁ ପ୍ରଥମ ଦେଖାରୁ ଭଲପାଇ ବସିଥିଲେ। କିଛି ବର୍ଷ ଧରି ଉଭୟ ଉଭୟଙ୍କୁ ଡେଟ୍‌ କରିବା ପରେ ୨୦୧୨ରେ ବିବାହ କରିନେଇଥିଲେ। ସେମାନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବିଶେଷକରି ଗଣମାଧ୍ୟମ ଏବଂ ସର୍ବସମ୍ମୁଖରେ କରନ୍‌ ନିଶାଙ୍କୁ ପ୍ରପୋଜ କରିବା ଚର୍ଚ୍ଚାର ବିଷୟ ପାଲଟିଥିଲା।
ଟେଲି ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହୈ’ରୁ ସଫଳତା ହାସଲ କରିଥିଲେ କରନ୍‌। ଏହାଛଡ଼ା ସେ ବିଗ୍‌ ବସ୍‌-୧୦, ନଚ ବଲିୟେ ୫ ଏବଂ କିଚେନ୍‌ ଚାମ୍ପିୟନ୍‌ ୫ରେ ଭାଗ ନେଇଛନ୍ତି। ସେହିଭଳି ନିଶା ମଧ୍ୟ ଅନେକ ଟେଲିଭିଜନ ଧାରାବାହିକରେ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri