Posted inଫୁରସତ

‘ସିଭେଟ୍‌’ ମଳରୁ ଦାମୀ କଫି

ନୂଆଦିଲ୍ଲୀ: କେଉଁ ଆବହମାନ କାଳରୁ କଫିକୁ ନେଇ ମଣିଷ ଭିତରେ ରହିଛି ସ୍ବତନ୍ତ୍ର ଆକର୍ଷଣ। କଫି ମୋହରେ ପଡ଼ିଥିବା ବ୍ୟକ୍ତି ପୃଥିବୀର ବିଭିନ୍ନ ସ୍ଥାନ ପରିକ୍ରମା କରି ଏହାର ସ୍ବାଦର ମଜା ନେଇଥିବା ନଜିର ରହିଛି। ହେଲେ ଆମେରିକାରେ ‘ସିଭେଟ୍‌’ ନାମକ ପ୍ରାଣୀ ମଳରୁ ସଂଗୃହୀତ କଫି ‘କୋପି ଲୁଓ୍ବାକ୍‌’ର ଚାହିଦା ଯେତିକି ଏହାର ଦାମ୍‌ ମଧ୍ୟ ସେତିକି।

ବିରାଡ଼ି ପ୍ରଜାତିର ଏକ ପ୍ରାଣୀ ହେଉଛି ସିଭେଟ୍‌। ଲମ୍ବାଲାଞ୍ଜ ସିଭେଟ୍‌କୁ ବିରାଡ଼ି ପ୍ରଜାତି ମଧ୍ୟରେ ସ୍ବତନ୍ତ୍ର କରିଥାଏ। ଜୈବବିବିଧତା ସନ୍ତୁଳନ ରକ୍ଷାରେ ଏହି ଜଙ୍ଗଲୀ ପ୍ରାଣୀର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରାଣୀ ଅପରିପକ୍ୱ କଫି ଫଳକୁ ଖାଦ୍ୟ ଭାବେ ଗ୍ରହଣ କରିଥାଏ। ହେଲେ ଅନ୍ତଃନଳୀରେ ପାଚକ ଏନ୍‌ଜାଇମ୍‌ ନ ଥିବାରୁ ଏହାକୁ ସିଭେଟ ହଜମ କରିପାରି ନ ଥାଏ। କିଛିଦିନ ପରେ କଫିର ମଞ୍ଜି ମଳରେ ନିର୍ଗତ ହୋଇଥାଏ। ଏହାକୁ ସଂଗ୍ରହ କରି ଆବଶ୍ୟକ ଶୁଦ୍ଧୀକରଣ ପରେ କଫି ପ୍ରସ୍ତୁତ କରାଯାଇଥାଏ। ଅନ୍ତଃନଳୀ ଭିତରେ ରହିବା ଭିତରେ କଫି ମଞ୍ଜିରେ ଏନ୍‌ଜାଇମ୍‌ ମିଶିଥାଏ। ଫଳରେ ଏହାର ପୌଷ୍ଟିକତା ଏବଂ ସ୍ବାଦ ଆହୁରି ବଢ଼ିଯାଏ। ସିଭେଟ୍‌ ମଳରୁ ସଂଗୃହୀତ ହେଉଥିବାରୁ ଏହା ‘ସିଭେଟ୍‌ କଫି’ ନାମରେ ଜଣାଶୁଣା।
ନ୍ୟାଶନାଲ ଜିଓଗ୍ରାଫିକ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି, ସିଭେଟ୍‌ର ଅନ୍ତଃନଳୀ ଦେଇ ମଳରେ ବାହାରିବା ଭିତରେ କଫି ମଞ୍ଜିର ପ୍ରୋଟିନ ସଂରଚନା ବଦଳିଯାଏ। ଏଥିରୁ କଫିରୁ ଅମ୍ଳ ବାହାରି ଯାଏ। ତେଣୁ ଏହାର ସ୍ବାଦ ବହୁଗୁଣରେ ବଢ଼ିଯାଏ। ଆମେରିକା, ୟୁରୋପ ସମେତ ମଧ୍ୟପ୍ରାଚ୍ୟ ଦେଶରେ ସିଭେଟ୍‌ କଫିର ଚାହିଦା ଖୁବ୍‌ ବେଶି। ଏହାକୁ ଧନୀକଙ୍କ ସଉକ୍‌ ବୋଲି ମଧ୍ୟ କୁହାଯାଏ।

ଦକ୍ଷିଣ ଭାରତୀୟ ରାଜ୍ୟ କର୍ନାଟକର କୁର୍ଗ ଜିଲାରେ ଏହି କଫି ବହୁଳ ପରିମାଣରେ ଚାଷ କରାଯାଏ। ସେହିପରି ପର୍ଯ୍ୟଟକୁ ଆକୃଷ୍ଟ କରୁଥିବା ଇଣ୍ଡୋନେସିଆରେ ସିଭେଟ୍‌ ସହାୟତାରେ କଫି ପ୍ରୋସେସିଂ କରାଯାଉଛି। ତେବେ ପ୍ରାଣୀ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା କେତେକ ସଂସ୍ଥା ଏହାକୁ ବିରୋଧ କରୁଛନ୍ତି। ସେମାନେ ଯୁକ୍ତି ଦର୍ଶାଇଛନ୍ତି ଯେ, ନିଜର ସ୍ବାର୍ଥ ପାଇଁ ଅନେକ ଦେଶ ଏବେ ସିଭେଟ୍‌କୁ ବନ୍ଦୀ କରି ଏଭଳି କଫି ପ୍ରସ୍ତୁତ କରୁଛନ୍ତି। ଜିହ୍ବା ଲାଳସା ମେଣ୍ଟାଇବା ପାଇଁ ବନ୍ୟପ୍ରାଣୀଙ୍କୁ ଏଭଳି କାର୍ଯ୍ୟରେ ବ୍ୟବହାରକୁ ସେମାନେ ତୀବ୍ର ନିନ୍ଦା କରି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri