Posted inଫୁରସତ

ଆଜି ବିଶ୍ୱ ମାତୃ ଦିବସ

”ବୋଉ…।“ କେତେ ଛୋଟିଆ ଏଇ ପଦଟି? ତେବେ, ସେଥିରେ କିଛି କିମିଆ ଅଛି ବୋଧେ। ଥରେ ଡାକିଦେଲେ ମନ ବଦଳିଯାଏ-ଦୁଃଖ ହଜିଯାଏ, କଷ୍ଟ କମିଯାଏ ଓ ଭୟ ଥମିଯାଏ। ଏ ଅନୁଭୂତି ସଭିଙ୍କର। ହେଲେ, କେହି କ’ଣ କେବେ ଭାବିଛି ଯେ ଏମିତି ହୁଏ କାହିଁକି? ଭାବିବାଟା ଏତେ ସହଜ କାମ ନୁହେଁ। ଏଣୁ ଖୁବ୍‌ କମ୍‌ ଲୋକ ଏହା ଠିକ୍‌ଭାବେ କରିପାରନ୍ତି। ସେହିମାନେ ହିଁ ନୂଆ କଥା ଜଣାନ୍ତି ଦୁନିଆକୁ।
ଗଛରୁ କାହିଁକି ତଳକୁ ଖସୁଛି, ସେ କତା ଭାବିବସିଲେ ଗାଲିଲିଓ। ତେଣୁ ସେ ମାଧ୍ୟାକର୍ଷଣ ଶକ୍ତିର ସନ୍ଧାନ ପାଇଲେ। ସେଇଠୁ ଆରମ୍ଭ ହେଲା ପଦାର୍ଥ ବିଜ୍ଞାନରେ ନୂଆ ଯୁଗଟିଏ। ସେହିପରି ମାର୍କୋନିଙ୍କ କଥା ମନେ ପକାନ୍ତୁ। ପୋଖରୀର ପାଣିରେ ଢ଼େଲାଟିଏ ପଡ଼ିଲେ କାହିଁକି ଢ଼େଉ ଉଠୁଛି, ସେ ତାହା ଭାବିବାକୁ ଲାଗିଲେ। ସେଇଥିରୁ ତିଆରି ହେଲା ରେଡ଼ିଓ।
ହେଲେ, ବୋଉ କଥା ନିଆରା। ସେ ଆମର ଅତି ଆପଣାର। ସେଥିପାଇଁ ତାକୁ ନେଇ ଆମ ମନରେ କେବେ ପ୍ରଶ୍ନ ଉଠେନି। ଏହାକୁ ଆଉ ଗୋଟିଏ ବାଟରେ କହିହେବ-
ଆମ ମନକୁ ସଦାବେଳେ ପୁରାପୁରି ଭାବେ ଆବୋରି ବସିଥାଏ। ତେଣୁ ତା’ ବିଷୟ ଆମେ ଭାବିବା କିପରି? ଏଇ ପବନ କଥା ବିଚାର କରୁନା- ଆମ ଚାରିପାଖକୁ ଏହା ଘେରି ରହିଛି। ତା’ ବିନା ଆମେ ଘଡ଼ିଏ ଜୀଇଁ ପାରିବା ନାହିଁ। ହେଲେ, ଆମେ କ’ଣ କଥା ଏତେ ଭାବୁ? ତାହା ଏତେ ଦରକାରୀ ବୋଲି ଖାତିର କରୁ? ତା’ ହୋଇଥିଲେ ଆମେ ତାକୁ ଦୂଷିତ କରନ୍ତୁ କାହିଁକି?
ଏ ତ’ ଗଲା ତମ ଆମର ସାଧାରଣ ବିଚାର। ହେଲେ, ବୈଜ୍ଞାନିକମାନେ ଏହାକୁ ନେଇ ଆଉ ଗୋଟିଏ କଥା କହିଲେ ଯେ, ବୋଉ ସହିତ ଆମର ସମ୍ପର୍କ ମନଠାରୁ ବଳି ପୁରୁଣା। କହିବାକୁ ଗଲେ ସେ ହିଁ ଆମ ମନକୁ ତିଆରି କରେ। ଏମିତି କହିବାର କିଛି କାରଣ ରହିଛି-
ପ୍ରଥମରେ ଆମ ଜୀବନ ଆରମ୍ଭ ହୁଏ ତାହାରି ଦେହ ଭିତରେ। ସେତେବେଳେ ଆମେ ଗୋଟିଏ ମାତ୍ର ଜୀବକୋଷରେ ଗଢ଼ା ହୋଇଥାଉ। ତା’ପରେ ଆମ ଦେହ ଧୀରେ ଧୀରେ ବଢ଼େ। ସେଥିପାଇଁ ଆବଶ୍ୟକ ସବୁ ଜିନିଷ ସେ ଯୋଗାଇ ଦେଇଥାଏ। ଏଣୁ କହିବାକୁ ଗଲେ ଆମେ ରୀତିମତ ତା’ ଦେହର ଅଂଶଟିଏ ହୋଇ ବଢ଼ୁ।
ଆମ ଜୀବକୋଷ ମଧ୍ୟରେ ରହିଛି ପ୍ରାୟ ୩୦ ହଜାର ଜିନ୍‌। ସେଗୁଡ଼ିକର ଗୁଣ ଅନୁସାରେ ଆମ ଦେହ ଓ ମନ ଗଢ଼ା ହୁଏ। ଆମେ ଏଥିରୁ ଅଧେ ପାଇଥାଉ ବାପାଙ୍କଠାରୁ ଏବଂ ଆଉ ଅଧେ ବୋଉଠାରୁ। ଅତଏବ ବୋଉ ଆମ ମନର ମୂଳଦୁଆ ପକାଇଥାଏ।
ପୁଣି କହୁଛନ୍ତି ଯେ, ମନର ଘର ହେଉଛି ମସ୍ତିଷ୍କ। ସୁଖ, ଦୁଃଖ, ରାଗ, ଭୟ, ଭଲ ପାଇବା, ଈର୍ଷା କରିବା ଆଦି ସବୁପାଇଁ ଏଥିରେ ସ୍ଥାନ ଅଛି। ଏସବୁକୁ ନେଇତ ଆମ ମନଗଢ଼ା। ହେଲେ, ଆମ ଦେହରେ ମସ୍ତିଷ୍କ ତିଆରି କାମ ସମ୍ପୂର୍ଣ୍ଣ ନ ହେଉଣୁ ଭୃଣ ଅବସ୍ଥାରେ ମଧ୍ୟ ଆମର କୁଆଡ଼େ ବୋଉ ପାଇଁ ଗୋଟାଏ କିଛି ଭାବନା ଆସିଯାଇଥାଏ। ଏପରି କି ସେ ଗୁଣୁ ଗୁଣୁ ହୋଇ ଗାଉଥିବା ଗୀତ ବି ଆମକୁ ଭଲ ଲାଗେ। ସେତେବେଳକୁ ଆମେ ମୋଟେ ୨୦ ସପ୍ତାହର ଭୃଣ ହୋଇଥାଉ। ଆମ ମସ୍ତିଷ୍କ ତିଆରି କାମ ଆରମ୍ଭ ହୋଇଥାଏ।
ତା’ପରେ ଧୀରେ ଧୀରେ ତାହା ବିକଶିତ ହୁଏ। ସେଥିରେ ମନର ମାନଚିତ୍ରଟିଏ ଆଙ୍କି ହୋଇଯାଏ। କେଉଁପରି ଲୋକେ ଆମକୁ ଭଲ ଲାଗିବେ ତାହା ସେଥିରେ ଥାଏ।
ଏହି ଆଙ୍କିବା କାମ ଅତି ପିଲାଦିନୁ ଆରମ୍ଭ ହୁଏ। ଆମେ ବଢ଼ୁଥିବା ପରିବେଶର ପ୍ରଭାବ ଏହା ଉପରେ ଅନେକ। ସେଇଥିପାଇଁ ପିଲାଦିନେ ନିକଟତର ହୋଇଥିବା ଲୋକେ ଆମକୁ ବେଶି ଭଲ ଲାଗନ୍ତି। ବୋଉ ତ ଆମର ସବୁଠାରୁ ନିକଟତର। ଜନ୍ମ ହେଉ ହେଉ ଆମେ ତା’ର ବାସ୍ନା ବାରିପାରୁ। ତା’ ସ୍ବର ଠଉରାଇପାରୁ। ଏଣୁ ଆମର ଏହି ମନର ମାନଚିତ୍ର ଉପରେ ତା’ର ପ୍ରଭାବ ସବୁଠାରୁ ବେଶି। ସେହି କାରଣରୁ ପ୍ରତ୍ୟେକ ସ୍ତ୍ରୀ-ଲୋକଠାରେ ଆମେ ମନେ ମନେ ତାହାରି ଗୁଣ ଖୋଜି ବସୁ। ଅତଏବ ସେ ହେଲା ଆମ ମନର କାରିଗର।
ନ ଥିବା ପିଲା ଏ ସୁବିଧା ପାଏ ନାହିଁ। ଯଦି ଆଉ ଜଣେ କେହି ତାକୁ ତା’ଭଳି ଆପଣାର କରିନିଏ ତେବେ ସେ କିଛିଟା ସୁଧୁରିଯାଏ। ନ ହେଲେ ତା’ଠାରେ ଭଲ ପାଇବା ଗୁଣ ଭଲ ଭାବେ ବିକଶିତ ହୁଏନାହିଁ। ତା’ ମନ କଠୋର ହୋଇଯାଏ। କାହା ପ୍ରତି ତା’ର ସହଜରେ ଶ୍ରଦ୍ଧା ବା ବିଶ୍ୱାସ ଆସେ ନାହିଁ। ଏଣୁ ବଡ଼ ଦିନକୁ ସେ ଭଲ ମଣିଷଟିଏ ହେବାର ସମ୍ଭାବନା କମ୍‌।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
ଉଷା ନିବାସ
୧୨୪/୨୪୪୫ ଖଣ୍ଡଗିରି ବିହାର
ଭୁବନେଶ୍ୱର-୭୫୧୦୩୦
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri