କରୋନା ଭାଙ୍ଗିଲା ରେକର୍ଡ: ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ଦିନରେ ଟପିଲା ୩ ଲକ୍ଷ…

ନୂଆଦିଲ୍ଲୀ,୨୨।୪: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ବଢିଛାଲିଛି। କରୋନା ସଂକ୍ରମଣ ପୂର୍ବରୁ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଥିବାରୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଚିନ୍ତା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ୭୨୮ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୨ ହଜାର ୧୦୨ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଇତି ମଧ୍ୟରେ ଦେଶରେ ୨୭ କୋଟି ୨୭ ଲକ୍ଷ ୫ ହଜାର ୧୦୩ ଲୋକଙ୍କ ନମୁନା ପରୀକ୍ଷା ହୋଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ମଙ୍ଗଳବାର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୭୬% କେବଳ ୧୦ ରାଜ୍ୟର। ମହାରାଷ୍ଟ୍ରରେ ଦିନକରେ ସର୍ବାଧିକ ୬୨,୦୯୭ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଉତ୍ତରପ୍ରଦେଶରେ ୨୯,୫୭୬ ଏବଂ ଦିଲ୍ଲୀରେ ୨୮,୩୯୫ ନୂଆ ମାମଲା ସାମ୍‌ନାକୁ ଆସିଛି। ସର୍ବାଧିକ ସଂକ୍ରମିତ ଅନ୍ୟ ରାଜ୍ୟଗୁଡ଼ିକ ହେଲେ କର୍ନାଟକ, ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, କେରଳ ଏବଂ ତାମିଲନାଡୁ। ବୁଧବାର ସୁଦ୍ଧା ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୫୬,୧୬,୧୩୦ରେ ପହଞ୍ଚତ୍ଥିବାବେଳେ ମୋଟ ମୃତ୍ୟୁସଂଖ୍ୟା ୧,୮୨,୫୫୩ ହେଲାଣି। ଗତ ୨୪ ଘଣ୍ଟାରେ କରୋନା ୨,୦୨୩ ଜଣଙ୍କ ଜୀବନ ନେଇଛି। କ୍ରମାଗତ ୪୨ ଦିନ ଧରି ସଂକ୍ରମଣ ଦ୍ରୁତ ବେଗରେ ବଢ଼ିଚାଲିବା ଫଳରେ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୨୧,୫୭,୫୩୮ରେ ପହଞ୍ଚତ୍ଛି, ଯାହା କି ମୋଟ ସଂକ୍ରମଣର ୧୩.୮୨ ପ୍ରତିଶତ।

ଚିନ୍ତା ବଢ଼ାଇଲା ଟ୍ରିପଲ ମ୍ୟୁଟାଣ୍ଟ

ଭାରତରେ ଦୈନିକ ସଂକ୍ରମଣ ୩ ଲକ୍ଷ ମୁହାଁ ହୋଇଥିବାବେଳେ କରୋନା ଭୂତାଣୁର ନୂଆ ରୂପ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଡବଲ ମ୍ୟୁଟେଶନ ପରେ ଏବେ ଦେଶର କେତେକ ଭାଗରେ ଟ୍ରିପଲ ମ୍ୟୁଟେଶନ ଅର୍ଥାତ୍‌ ତିନୋଟି କୋଭିଡ୍‌ ଷ୍ଟ୍ରେନ୍‌ର ଏକ ମିଳିତ ଭାରିଆଣ୍ଟ ଚିହ୍ନଟ ହୋଇଛି। ଏହି ଟ୍ରିପଲ୍‌ ମ୍ୟୁଟାଣ୍ଟ ଯୋଗୁ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ଦ୍ରୁତ ବେଗରେ ବଢ଼ିଚାଲିଥିବା ବେଳେ ଚିନ୍ତାର କାରଣ ପାଲଟିଛି। ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗରେ ଟ୍ରିପଲ୍‌ ମ୍ୟୁଟାଣ୍ଟ ଯୋଗୁ ସଂକ୍ରମଣ ବୃଦ୍ଧି ପାଉଥିବା ବୈଜ୍ଞାନିକମାନେ ବିଶ୍ୱାସ କରୁଛନ୍ତି। ଏହା ଶୀଘ୍ର ବହୁସଂଖ୍ୟାରେ ଲୋକଙ୍କୁ ସଂକ୍ରମିତ କରୁଥିବା ମାକ୍‌ଗିଲ୍‌ ୟୁନିଭର୍ସିଟିର ଏପିଡେମିଓଲୋଜି ପ୍ରଫେସର ମଧୁକର ପାଇ କହିଛନ୍ତି। ଏହାର ମୁକାବିଲା ଲାଗି ଗଣଟିକାକରଣକୁ ଦ୍ରୁତତର କରାଇବା ସହ ଭୂତାଣୁ ଉପରେ ନଜର ରଖିବା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ବି୧୬୧୭ ଭାରିଆଣ୍ଟ ପ୍ରଥମେ ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିଲା। ଏହା ଭୂତାଣୁର ଦୁଇଟି ରୂପ ଇ୪୮୪କ୍ୟୁ ଏବଂ ଏଲ୍‌୪୫୨ଆର୍‌ର ମିଶ୍ରଣ। ଏହି ଡବଲ ମ୍ୟୁଟେଶନରୁ ତୃତୀୟ ମ୍ୟୁଟେଶନ ସୃଷ୍ଟି ହେବା ପରେ ତିନୋଟି ଯାକ ଏକତ୍ର ହୋଇ ଏକ ନୂଆ ଭାରିଆଣ୍ଟ ସୃଷ୍ଟି କରିଥିବା କୁହାଯାଉଛି। ନୂଆ ନୂଆ ରୂପ ନେବା ସହ ଦ୍ରୁତ ବେଗରେ ବ୍ୟାପିବା କ୍ଷମତା ଆର୍‌ଏନ୍‌ଏ ଭୂତାଣୁର ରହିଛି। ବ୍ୟାପିବା ସାଙ୍ଗକୁ ଏହା ନୂଆ ରୂପ ପ୍ରାପ୍ତ ହୋଇଥାଏ। ଭୂତାଣୁ ଜୀବନଚକ୍ରର ଏହା ଏକ ପ୍ରାକୃତିକ ସ୍ବରୂପ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆମେ ଏହି ପରିବର୍ତ୍ତନକୁ ଚିହ୍ନଟ କରିପାରିବା ସହ ଏହା ସହ ଜଡ଼ିତ ଗୁଣକୁ ଜାଣି ପାରିଛୁ ବୋଲି କୋଚି ଅମ୍ରିତ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସେସ୍‌ର କ୍ଲିନିକାଲ ଭାଇରୋଲୋଜି ଲାବରେଟୋରି ମୁଖ୍ୟ ଡ. ବୀଣା ପି. ମେନନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri