ଭାକ୍ସିନ ବନାମ ଭାଇରସ୍‌

ନୂଆଦିଲ୍ଲୀ,୧୮ା୪: କୋଭିଡ୍‌କୁ ବାଡ଼ ଦେବାକୁ ଟିକାକରଣ ଛଡ଼ା ଅନ୍ୟ ବିକଳ୍ପ ଥିବା ପରି ମନେହେଉନି। ଲୋକଙ୍କୁ ଯେତେଶୀଘ୍ର ଭାକ୍ସିନ ଦେବା ଦୌଡ଼ରେ ସାମିଲ ହୋଇଛନ୍ତି ପ୍ରାୟ ସବୁଦେଶ। ଛୋଟ ତଥା ଗରିବ ଦେଶ ବି ଯେପରି ଭାକ୍ସିନେଶନରୁ ବାଦ୍‌ ନ ପଡ଼େ ସେ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ବାରମ୍ବାର ପ୍ରାଥମିକତା ଦେଇଆସୁଛି। ସମଗ୍ର ବିଶ୍ୱରେ ଶନିବାର ସୁଦ୍ଧା ପ୍ରାୟ ୮୮ କୋଟି ଲୋକଙ୍କର ଟିକାକରଣ ସରିଛି। ବ୍ରିଟେନରେ ସର୍ବାଧିକ ୪୦ କୋଟି ଟିକାକରଣ କରାଯାଇଥିବା ରିପୋର୍ଟ କହୁଛି। ସର୍ବାଧିକ ସଂକ୍ରମିତ ଦେଶ ଆମେରିକାରେ ଟିକାକରଣ ଶନିବାର ସୁଦ୍ଧା ୨୦ କୋଟି ଟପିଛି। ଏହା ସତ୍ତ୍ୱେ ଥମିପାରୁନି ମୃତ୍ୟୁସଂଖ୍ୟା। ଗତ ବର୍ଷ ସେପ୍ଟେମ୍ବରରୁ ଚଳିତ ଫେବୃୟାରୀ ସୁଦ୍ଧା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ହଠାତ୍‌ ବୃଦ୍ଧି ପାଇ ୨୦ ଲକ୍ଷ ଅତିକ୍ରମ କରିଥିଲା। ଏଥିପାଇଁ ସମୟ ଲାଗିଥିଲା ମାତ୍ର ୫ ମାସ। ବର୍ତ୍ତମାନର ସ୍ଥିତି ଆହୁରି ଗମ୍ଭୀର ହୋଇଛି। ମାତ୍ର ୨ ମାସରେ କୋଭିଡ୍‌ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଟପିବା ଚିନ୍ତା ବଢ଼ାଇଛି।
ଦ୍ରୁତଗତିରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ବଢ଼ୁଛି। ହେଲେ ଏହା ତାଳ ଦେଇଛି କୋଭିଡ୍‌ ମୃତ୍ୟୁ ହାର। ସାରା ବିଶ୍ୱରେ କୋଭିଡ୍‌ରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୩୦ ଲକ୍ଷ ୧୫ ହଜାର ଟପିଛି। ସଂକ୍ରମଣ ରୋକିବାକୁ ଦେଶଗୁଡ଼ିକ ସଂଘର୍ଷ କରୁଥିବାବେଳେ ସମସ୍ୟା ବଢ଼ାଇଛି ନୂଆ ମ୍ୟୁଟେଶନ। କରୋନାର ନୂଆ ଷ୍ଟ୍ରେନ ଭାରିଆଣ୍ଟ ବ୍ୟାପକ ସଂକ୍ରମଣର ପ୍ରମୁଖ କାରଣ ପାଲଟିଛି, ଯାହାସହ ଲଢ଼େଇ କରିବା ଚ୍ୟାଲେଞ୍ଜ ପାଲଟିଛି। ୨୦୨୦ ସେପ୍ଟେମ୍ବର ୨୧ ସୁଦ୍ଧା ମୃତ୍ୟୁସଂଖ୍ୟା ୧୦ ଲକ୍ଷ ତଳେ ରହିଥିଲା। ହେଲେ ୫ ମାସ ପରେ ତାହା ହଠାତ୍‌ ବୃଦ୍ଧି ପାଇ ଗତ ଫେବୃୟାରୀରେ ୨୦ ଲକ୍ଷ ଅତିକ୍ରମ କଲା। ଏବେ ମାତ୍ର ୨ ମାସରେ ମୃତକଙ୍କ ସଂଖ୍ୟା ୧୦ ଲକ୍ଷ ଟପିଛି। ସଂକ୍ରମଣ ସମେତ ମୃତ୍ୟୁହାରରେ ଆମେରିକା ସବୁଠାରୁ ଆଗରେ ରହିଥିବାବେଳେ ଏହାତଳକୁ ବ୍ରାଜିଲ, ମେକ୍ସିକୋ ରହିଛି। ଏହି ରେସ୍‌ରେ ଭାରତ ମଧ୍ୟ ଧୀରେ ଧୀରେ ସାମିଲ ହେଉଛି। ଏ ସବୁକୁ ଦେଖିଲେ ମନେ ହେଉଛି ଯେମିତି ଭାକ୍ସିନକୁ ଟକ୍କର ଦେଉଛି କୋଭିଡ୍‌-୧୯ ଭାଇରସ୍‌। ଟିକାକରଣ ସତ୍ତ୍ୱେ ମୃତ୍ୟୁ ସଂଖ୍ୟା ବୃଦ୍ଧିକୁ ଅଟକାଯାଇ ନ ପାରିବା ମେଡିକାଲ ସାଇନ୍ସ ଆଗରେ ଆହ୍ବାନ ହୋଇ ଛିଡ଼ା ହୋଇଛି।

ଆମେରିକାରେ ୫୭୦ରେ ଜଣେ
କରୋନା ଭୂତାଣୁ ବିଶ୍ୱକୁ ବ୍ୟାପିବା ସମୟରେ ଏକ ସର୍ଭେରେ କୁହାଯାଇଥିଲା ଯେ, ଆମେରିକା ସଂକ୍ରମଣ ରୋକିବାରେ ସଫଳ ଦେଶ ହୋଇ ଉଭାହେବ। ହେଲେ ତାହା ଭୁଲ୍‌ ପ୍ରମାଣିତ ହେଲା। କେବଳ ଆମେରିକାରେ ୫୭୯,୯୫୧ ଜଣ ଭୂତାଣୁ କବଳରେ ପ୍ରାଣ ହରାଇସାରିଲେଣି। ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨,୩୦୮,୫୫୭ରେ ପହଞ୍ଚିଛି। ଦେଶରେ ଟିକାକରଣ ୨୦ କୋଟି ଟପିଛି। ଦିନକୁ ୩୦ ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରାଯାଉଥିବା ସତ୍ତ୍ୱେ ପ୍ରାୟ ୫୭୦ ଜଣରେ ଜଣଙ୍କ ମୃତ୍ୟୁ ଘଟୁଛି, ଯାହା କି ଅନ୍ୟ କୌଣସି ଦେଶ ତୁଳନାରେ ସର୍ବାଧିକ। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରୋଗ ବ୍ୟାପିବାକୁ ବ୍ୟାପକ ପଦକ୍ଷେପ ନ ନେବା, କଟକଣା ଜାରି ନ କରିବା, ଟେଷ୍ଟିଂକୁ ଗୁରୁତ୍ୱ ନ ଦେବା ଏପରିକି ଗତ ଜୁଲାଇ ମାସ ପର୍ଯ୍ୟନ୍ତ ନିଜେ ଟ୍ରମ୍ପ୍‌ ମାସ୍କ ନ ପିନ୍ଧିବା ଆଦି କାରକ ସଂକ୍ରମଣ ବଢ଼ାଇବାରେ ଲାଗିଥିଲା ବୋଲି ବିଶେଷଜ୍ଞ ମତ ଦିଅନ୍ତି।

ବୋଲସୋନାରୋଙ୍କ ବେଖାତିର୍‌
ସଂକ୍ରମଣଜନିତ ମୃତ୍ୟୁସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ରହିଛି ବ୍ରାଜିଲ। ଶନିବାର ସୁଦ୍ଧା ଦେଶରେ ୩୬୯,୦୨୪ ଜଣ ଭୂତାଣୁ କବଳରେ ପ୍ରାଣ ହାରିସାରିଲେଣି। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୮୩୪,୩୪୨ରେ ପହଞ୍ଚିଛି। କିଛି ସପ୍ତାହ ହେଲା ବ୍ରାଜିଲରେ ପ୍ରତି ୪ ଜଣରେ ଜଣଙ୍କ ମୃତ୍ୟୁ ଘଟୁଥିବା ରିପୋର୍ଟ କହୁଛି। ସେହିପରି ୮୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଏଠାରେ ଟିକା ଦିଆଯାଇଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ପରି ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ବେଖାତିର ନୀତିକୁ ଏଥିପାଇଁ ଦାୟୀ କରାଯାଉଛି। କରୋନାକୁ ସାଧାରଣ ଥଣ୍ଡା ଅଭିହିତ କରିବା, ଟିକାର ପରିହାସ କରିବା, କଟକଣା ଲାଗୁ ନ କରିବା ଆଦି ପାଇଁ ଦେଶରେ ଭୂତାଣୁ କୋପ ବଢ଼ିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇପାରେ ଲାଗିଛି। ଆସନ୍ତା ଜୁଲାଇ ସୁଦ୍ଧା ବ୍ରାଜିଲରେ କରୋନା ମୃତ୍ୟୁ ୫ ଲକ୍ଷ ଟପିଯିବ ବୋଲି ଓ୍ବାଶିଂଟନ ୟୁନଭର୍ସିଟି ଆକଳନ କରିଛି।

୮୬% କୋଭିଡ୍‌ ମୃତ୍ୟୁ ୧୦ ରାଜ୍ୟରେ

ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭୂତାଣୁ ୧,୩୪୧ ଜଣଙ୍କ ଜୀବନ ନେଇଛି। ମୃତ୍ୟୁସଂଖ୍ୟାର ୮୫.୮୩ ପ୍ରତିଶତ କେବଳ ୧୦ଟି ରାଜ୍ୟରୁ ଆସିଥିବାବେଳେ ୫୦ ପ୍ରତିଶତରୁ ଅଧିକ ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ଼ରୁ ବୋଲି ଜଣାପଡ଼ିଛି। ଗୋଟିଏ ଦିନରେ ମହାରାଷ୍ଟ୍ରରେ ସର୍ବାଧିକ ୩୯୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ ୧୪୧, ଛତିଶଗଡ଼ରେ ୧୩୮, ଉତ୍ତରପ୍ରଦେଶରେ ୧୦୩, ଗୁଜରାଟରେ ୯୪, କର୍ନାଟକରେ ୭୮, ମଧ୍ୟପ୍ରଦେଶରେ ୬୦, ଝାଡ଼ଖଣ୍ଡରେ ୫୬, ପଞ୍ଜାବରେ ୫୦ ଏବଂ ତାମିଲନାଡୁରେ ୩୩ ଜଣଙ୍କ ଜୀବନ ନେଇଛି ଭୂତାଣୁ। ଗତ ୨୪ ଘଣ୍ଟା ମଧ୍ୟରେ ୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ୍‌ରେ କାହାର ମୃତ୍ୟୁ ଘଟିନାହିଁ।
ଶନିବାର ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୩୪,୬୯୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିସହିତ ମୋଟ ସକ୍ରିୟ ମାମଲା ସଂଖ୍ୟା ୧୬,୭୯,୭୪୦କୁ ବୃଦ୍ଧି ପାଇଛି, ଯାହା କି ମୋଟ ସଂକ୍ରମଣର ୧୧.୫୬ ପ୍ରତିଶତ। ମୋଟ ସକ୍ରିୟ ମାମଲାର ୬୫.୦୨ ପ୍ରତିଶତ ୫ଟି ରାଜ୍ୟରେ ଦେଖାଦେଇଛି। ସେଗୁଡ଼ିକ ହେଲା ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରପ୍ରଦେଶ, କର୍ନାଟକ ଏବଂ କେରଳ। ମୋଟ ସକ୍ରିୟ ମାମଲାର ୩୮.୦୯ ପ୍ରତିଶତ ମହାରାଷ୍ଟ୍ରରେ ରହିଛି।

ଭାରତରେ ଅଣାୟତ୍ତ ସ୍ଥିତି
ଦୈନିକ ସଂକ୍ରମଣରେ ଭାରତର ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିଲେ ହେଁ ଆକ୍ରାନ୍ତଙ୍କ ତୁଳନାରେ ମୃତ୍ୟୁ ସଂଖ୍ୟା କମ୍‌ ରହିଛି। ହେଲେ ଟିକା ଅଭାବ, ଚିକିତ୍ସା ପାଇଁ କେତେକ ରାଜ୍ୟରେ ହସ୍ପିଟାଲରେ ବେଡ୍‌ ନ ମିଳିବା, ଲୋକେ କରୋନା ଗାଇଡ୍‌ଲାଇନ ନ ମାନିବା ଆଦି ଏହି ସଂଖ୍ୟା ବୃଦ୍ଧି କରିବାରେ ବଡ଼ କାରକ ସାଜିବ ଏବଂ ବିଶ୍ୱରେ କୋଭିଡ୍‌ ମୃତ୍ୟୁ ବ୍ୟାପକ ବଢ଼ାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଦେଶରେ ଶନିବାର ସୁଦ୍ଧା ଟିକାକରଣ ୧୨ କୋଟିର ନିକଟତର ହୋଇଛି। ସଂକ୍ରମଣଜନିତ ମୃତ୍ୟୁ ହାର ଭାରତରେ ୦.୦୮ ପ୍ରତିଶତ ଥିବାବେଳେ ଆମେରିକାରେ ଏହା ୦.୬ ପ୍ରତିଶତ ରହିଛି, ଯାହା କି ଭାରତଠାରୁ ପ୍ରାୟ ୮ ଗୁଣ ଅଧିକ। ଭାରତରେ ଯୁବଗୋଷ୍ଠୀଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁହାର ଅପେକ୍ଷାକୃତ କମ୍‌ ରହିଥିବା କୁହାଯାଇଛି।

ଛୋଟ ଦେଶରେ ବଡ଼ ସଂଖ୍ୟା
ମାତ୍ର ୧୩ କୋଟି ଲୋକସଂଖ୍ୟାକୁ ନେଇ ଗଠିତ ମେକ୍ସିକୋ କିନ୍ତୁ କରୋନା ସଂକ୍ରମଣଜନିତ ମୃତ୍ୟୁରେ ବେଶ୍‌ ଆଗରେ ରହିଛି। ଶନିବାର ସୁଦ୍ଧା ଏହି ଉତ୍ତର ଆମେରିକୀୟ ଦେଶରେ ଭୂତାଣୁ କବଳରେ ୨୩ ଲକ୍ଷ ସଂକ୍ରମିତ ହୋଇଥିବାବେଳେ ୨,୧୧,୬୯୩ ଜଣ ପ୍ରାଣ ହାରିଲେଣି, ଯାହା କି ସାରା ବିଶ୍ୱରେ ତୃତୀୟ ସର୍ବାଧିକ। ତେବେ ଟେଷ୍ଟିଂ ଅଭାବ ଯୋଗୁ ପ୍ରକୃତରେ ଏହି ସଂଖ୍ୟା ୩୩୦,୦୦୦ ଟପିଥିବା ଆକଳନ କରାଯାଉଛି। ପ୍ରାୟ ୩୩ ଲକ୍ଷଙ୍କୁ ଟିକା ପ୍ରଦାନ କରାଯାଇଛି। ତେବେ ଲୋକମାନଙ୍କୁ ଆବଶ୍ୟକ ମୁତାବକ ମାସ୍କ ନ ମିଳିବା, ଭ୍ରମଣ ଉପରେ ରୋକ ନ ଲାଗିବା, ସୁରକ୍ଷା ଉପକରଣର ଅଭାବ, ସାମାଜିକ ଦୂରତା ପାଳନ କରା ନ ଯିବା ଆଦି ଏହି ଛୋଟ ଦେଶରେ ବଡ଼ ଧରଣର ସଂକ୍ରମଣ ପଛର କାରଣ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri