ଜେଲରେ ଗଲା ମ୍ୟାଡ୍‌ଅଫ୍‌ଙ୍କ ଜୀବନ

ଓ୍ବାଶିଂଟନ୍‌, ୧୬ା୪: ହଜାର ହଜାର ନିବେଶକଙ୍କ ପାଇଁ ଭରସାର ଅନ୍ୟନାମ ପାଲଟିଥିଲେ ବର୍ନାଡ ମ୍ୟାଡ୍‌ଅଫ୍‌। ତାଙ୍କ ନିକଟରେ ନୋବେଲ ବିଜେତା ଏଲି ଓ୍ବିସେଲ, ଫିଲ୍ମ ନିର୍ମାତା ଷ୍ଟିଭେନ ସ୍ପାଇଲବର୍ଗ, ଅଭିନେତା କେଭିନ୍‌ ବେକନ, କାଏରା ସେଜଓ୍ବିକ୍‌ଙ୍କ ସମେତ ବହୁ ବ୍ୟାଙ୍କ, କଲେଜ, ୟୁନିଭର୍ସିଟି ଓ ଘରୋଇ ସଂସ୍ଥା ଅର୍ଥ ଜମା କରିଥିଲେ। ହେଲେ ପ୍ରତିଶ୍ରୁତି ଓ ଭରସା ଅନୁସାରେ ନିବେଶକଙ୍କୁ ଲାଭ ମିଳି ନ ଥିଲା। ଶେଷରେ ନିବେଶକଙ୍କୁ ଡୁବାଇଦେବା ଏହି ଆମେରିକୀୟ ଫାଇନାନ୍ସର୍‌ଙ୍କୁ ୧୫୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବାବେଳେ କାରାଗାରରେ ହିଁ ତାଙ୍କ ମୃତ୍ୟୁ ଘଟିଛି।

ବିଶ୍ୱ ଇତିହାସରେ ସବୁଠାରୁ ବଡ଼ ଚିଟ୍‌ଫଣ୍ଡ ଦୁର୍ନୀତିର ମାଷ୍ଟରମାଇଣ୍ଡ ବର୍ନାଡ ମ୍ୟାଡ୍‌ଅଫ୍‌ଙ୍କ ବୁଧବାର ଆମେରିକାର ଏକ ଜେଲ୍‌ରେ ମୃତ୍ୟୁ ଘଟିଛି। ତାଙ୍କୁ ୮୨ ବର୍ଷ ହୋଇଥିଲା। ଷ୍ଟକ୍‌ ମାର୍କେଟ୍‌ରେ ଆମେରିକୀୟ ନିବେଶକଙ୍କୁ ଭଲ ଲାଭର ଗ୍ୟାରେଣ୍ଟି ଦେଇ ସେମାନଙ୍କଠାରୁ ବର୍ନାଡ ପ୍ରାୟ ୬୪.୮ ବିଲିୟନ ଡଲାର (୪୮,୪୮,୯୬, ୧୩,୨୦,୦୦୦ ଟଙ୍କା) ଠକି ନେଇଥିଲେ। ୨୦୦୮ରେ ଗିରଫ ହେବା ପରେ ତାଙ୍କୁ ୧୫୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇଥିଲା।
ନିବେଶକଙ୍କ ପାଇଁ ଭରସାର ଅନ୍ୟନାମ ପାଲଟିଥିବା ବର୍ନାଡଙ୍କ ନିକଟରେ କେବଳ ଆମେରିକା ନୁହେଁ, ବିଶ୍ୱର ବହୁ ପ୍ରମୁଖ ବ୍ୟକ୍ତି ବିଶେଷ ଏପରିକି ନୋବେଲ ବିଜେତା ଏଲି ଓ୍ବିସେଲ, ଫିଲ୍ମ ନିର୍ମାତା ଷ୍ଟିଭେନ ସ୍ପାଇଲବର୍ଗ, ଅଭିନେତା କେଭିନ୍‌ ବେକନ, କାଏରା ସେଜଓ୍ବିକ୍‌ଙ୍କ ସମେତ ବହୁ ବ୍ୟାଙ୍କ, କଲେଜ, ୟୁନିଭର୍ସିଟି, ବେସରକାରୀ ସଂସ୍ଥା ସେମାନଙ୍କ ଅର୍ଥ ଜମା କରିଥିଲେ। ଅନେକ ଲୋକ ଅଧିକ ଲାଭ ଆଶାରେ ସେମାନଙ୍କ ଜୀବନସାରା ଅର୍ଜିତ ପୁଞ୍ଜିକୁ ବର୍ନାଡଙ୍କୁ ଦେବାରେ ପଛେଇ ନ ଥିଲେ। ଦୀର୍ଘ ୧୬ ବର୍ଷ ପର୍ଯ୍ୟନ୍ତ ସେ ଏହି କାରବାର ଜାରି ରଖିଥିଲେ। ଖୁବ କମ୍‌ ଦିନରେ ବର୍ନାଡ ବିପୁଳ ସମ୍ପତ୍ତିର ଅଧିକାରୀ ହୋଇଯାଇଥିଲେ। ହେଲେ ପ୍ରତିଶ୍ରୁତି ଓ ଭରସା ଅନୁସାରେ ନିବେଶକଙ୍କୁ ଲାଭ ମିଳି ନ ଥିଲା। ଏପରିକି ବର୍ନାଡ ନୂଆ ଜମାକାରୀଙ୍କ ଟଙ୍କାକୁ ପୁରୁଣା ନିବେଶକଙ୍କୁ ଦେଉଥିଲେ। ୨୦୦୮ରେ ଆମେରିକା ଅର୍ଥନୀତିରେ ସଙ୍କଟ ଆସିବା ପରେ ବଡ଼ ନିବେଶକମାନେ ସେମାନଙ୍କ ଟଙ୍କା ଫେରସ୍ତ ଚାହିଁଥିଲେ। ପରେ ସେମାନେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri