Odisha Elections 2024
Posted inଖେଳ

ବାୟୋ ବବଲ୍‌ ଚ୍ୟାଲେଞ୍ଜ: ବିଦେଶୀଙ୍କ ତୁଳନାରେ ଭାରତୀୟ ଖେଳାଳି ଅଧିକ ସହନଶୀଳ: ଗାଙ୍ଗୁଲି

କୋଲକାତା,୭।୪(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବାୟୋ ବବଲ୍‌ (ଜୈବ ସୁରକ୍ଷିତ ପରିବେଶ)କୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ବାୟୋ ବବଲ୍‌ ଖେଳାଳିଙ୍କ ପାଇଁ ନିଶ୍ଚିତ ଭାବେ କଷ୍ଟକର ସ୍ଥିତି ସୃଷ୍ଟି କରିଛି। ମାନସିକ ଭାବେ ଏହା ଖେଳାଳି ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେବେ ଭାରତୀୟ ଖେଳାଳିମାନେ ଅଧିକ ସହନଶୀଳ ହୋଇଥିବାରୁ ଏହି ଚ୍ୟାଲେଞ୍ଜକୁ ସଫଳତାର ସହ ସାମ୍ନା କରିପାରିବେ। ବିଦେଶୀ ଖେଳାଳିଙ୍କ ତୁଳନାରେ ଦେଖିବାକୁ ଗଲେ ଭାରତୀୟମାନେ ମାନସିକ ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ଅଧିକ ସହନଶୀଳ ଓ ଦୃଢ଼ ବୋଲି ଗାଙ୍ଗୁଲି କହିଛନ୍ତି।
କୋଭିଡ୍‌-୧୯ ମହାମାରୀ ପୁଣିଥରେ ତା’ର ପ୍ରକୋପ ଆରମ୍ଭ କରିଥିବା ବେଳେ ବାୟୋ ବବଲ୍‌ରେ ଅନ୍ତର୍ଜାତୀୟ କ୍ରିକେଟ ଖେଳାଯାଉଛି ଓ ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ମଧ୍ୟ ଆୟୋଜନ ହେବାକୁ ଯାଉଛି। ଖେଳାଳିମାନଙ୍କ ଜୀବନ ଏବେ ହୋଟେଲ ଓ ଷ୍ଟାଡିୟମ ମଧ୍ୟରେ ସୀମିତ ରହିବ। ଏହା କୌଣସି ଖେଳାଳିଙ୍କ ପାଇଁ ଆଦୌ ସହଜ ନୁହେଁ ବୋଲି କୁହାଯାଇପାରେ। ବାୟୋ ବବଲ୍‌ରେ ଖେଳାଳିମାନଙ୍କ ମାନସିକ ସ୍ଥିତି ନେଇ ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଚିନ୍ତାପ୍ରକଟ କରିଥିଲେ।
ପୂର୍ବରୁ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କ ସହ କ୍ରିକେଟ ଖେଳିଛି। ଏହି ଦେଶର ଖେଳାଳିମାନେ ମାନସିକ ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ଭାରତୀୟଙ୍କ ଭଳି ସେତେଟା ଦୃଢ଼ ନୁହନ୍ତି ବୋଲି ଗାଙ୍ଗୁଲି କହିଛନ୍ତି। ବିଦେଶୀ ଖେଳାଳିମାନେ ଅତିଶୀଘ୍ର ହାର ମାନିଯାଉଥିବା ବେଳେ ଭାରତୀୟ ଖେଳାଳି ଅପେକ୍ଷାକୃତ ଅଧିକ ସହନଶୀଳ ବୋଲି ସେ ମତ ଦେଇଛନ୍ତି। ଗତ ୬-୭ ମାସରେ ବାୟୋ ବବଲ୍‌ରେ ବହୁତ କ୍ରିକେଟ ଖେଳାଯାଉଛି। ଖେଳାଳିମାନେ ହୋଟେଲରୁ ଷ୍ଟାଡିୟମ ଓ ଷ୍ଟାଡିୟମରୁ ହୋଟେଲ ଯିବା ଆସିବା କରୁଛନ୍ତି। ଏହା ନିଶ୍ଚିତ ଭାବେ କଷ୍ଟକର ବୋଲି ସେ କହିଛନ୍ତି। ଏନେଇ ସେ ଅଷ୍ଟ୍ରେଲିଆର ଉଦାହରଣ ଦେଇଛନ୍ତି। ଭାରତଠାରୁ ଘରୋଇ ପରିବେଶରେ ପରାସ୍ତ ହେବା ପରେ ଅଷ୍ଟ୍ରେଲିଆ କୋଭିଡ୍‌-୧୯ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରୁ ଓହରିଯାଇଥିଲା। ଏହି ଗସ୍ତରେ ଅଷ୍ଟ୍ରେଲିଆ ମାର୍ଚ୍ଚ ଓ ଏପ୍ରିଲ୍‌ରେ ୩ଟି ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ଥିଲା। ତେବେ ସ୍ବାସ୍ଥ୍ୟଗତ ବିପଦ ଓ ବାୟୋ ବବଲ୍‌ର କଟକଣାକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ଏହି ଗସ୍ତରେ ଯିବାକୁ ମନା କରିଦେଇଥିଲା। ମହାମାରୀ ବେଳେ ସମସ୍ତେ ସକାରାତ୍ମକ ରହିବା ଉଚିତ ଓ ପରିସ୍ଥିତିର ସାମ୍ନା କରିବା ଉଚିତ।
୨୦୦୫ରେ କ୍ୟାରିୟରରେ ସମ୍ମୁଖୀନ ହୋଇଥିବା ଝଟକା କଥା ମନେପକାଇ ଗାଙ୍ଗୁଲି ସଫଳ ପ୍ରତ୍ୟାବର୍ତ୍ତନ କଥା କହିଛନ୍ତି। ନେତୃତ୍ୱରୁ ବିଦା କରିବା ସହ ତାଙ୍କୁ ସେତେବେଳେ ଦଳରୁ ମଧ୍ୟ ବାଦ୍‌ ଦିଆଯାଇଥିଲା। କ୍ୟାରିୟରରେ ଉତ୍ଥାନ ଓ ପତନ ତଥା ଚାପ ରହିଛି। ତେବେ ଏଭଳି ସ୍ଥିତିରେ ସକାରାତ୍ମକ ଭାବେ ମୁକାବିଲା କରାଯିବ ଉଚିତ ଓ ଆଗକୁ ବଢିବାକୁ ପ୍ରୟାସ କରାଯିବା ଉଚିତ ବୋଲି ଗାଙ୍ଗୁଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪୦୦ ମିଟରରେ ଦୀପ୍ତିଙ୍କ ବିଶ୍ୱରେକର୍ଡ

କୋବ୍‌ (ଜାପାନ), ୨୧ା୫ (ପି.ଟି.): ଭାରତର ଦୀପ୍ତି ଜୀବନଜୀ ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ୪୦୦ମିଟର ଟି୨୦ କାଟେଗୋରିରେ ବିଶ୍ୱ ରେକର୍ଡ...

୧୫ତମ ଷ୍ଟେଜ୍‌ରେ ପୋଗାକାର ବିଜୟୀ

ରୋମ୍‌, ୨୧।୫: ଟାଡେଜ ପୋଗାକାର (ସ୍ଲୋଭାକିଆ/ ୟୁଏଇ ଟିମ୍‌ ଏମିରେଟ୍ସ) ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୫ତମ ଷ୍ଟେଜ୍‌ ଜିତିଛନ୍ତି। ସେ ୬ ଘଣ୍ଟା...

ଟିକେଟ୍‌ ବିକ୍ରି ବୃଦ୍ଧି ପାଇଁ କ୍ୟାମ୍ପେନ୍‌

ପ୍ୟାରିସ୍‌,୨୧ା୫(ପି.ଟି): ପ୍ୟାରିସ୍‌ ପାରାଲିମ୍ପିକ୍ସକୁ ଆଉ ୧୦୦ ଦିନ ବାକି ରହିଛି। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ତାରିଖ ଯାଏ ଏହି ମେଗା ଇଭେଣ୍ଟ ଅନୁଷ୍ଠିତ ହେବ।...

ପାରାମାଉଣ୍ଟ ‘ଏ’ ଫାଇନାଲରେ

ଭୁବନେଶ୍ୱର, ୨୧ା୫ (ବିଜୟ ରଣା): ସ୍ଥାନୀୟ ପାରାମାଉଣ୍ଟ ସ୍ପୋର୍ଟିଙ୍ଗ୍ସ ଆନୁକୂଲ୍ୟରେ ଅରବିନ୍ଦମେମୋରିଆଲ ପାରାମାଉଣ୍ଟ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି...

ନର୍ଥଇଷ୍ଟରେ ୬ ଇନ୍‌ଡୋର କ୍ରିକେଟ ଏକାଡେମୀ

ନୂଆଦିଲ୍ଳୀ,୨୧ା୫(ପି.ଟି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ନର୍ଥ ଇଷ୍ଟ ରାଜ୍ୟଗୁଡିକରେ ୬ଟି ଇନ୍‌ଡୋର କ୍ରିକେଟ ଏକାଡେମୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି...

ଆଇପିଏଲ ଫାଇନାଲ ମ୍ୟାଚ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ: ଜାଣନ୍ତୁ ସବୁଠାରୁ ଶସ୍ତା ଟିକେଟ୍‌ର ଦାମ୍‌…

ନୂଆଦିଲ୍ଲୀ,୨୦।୫: ଆଇପିଏଲ ୨୦୨୪ର ପ୍ଲେ ଅଫ ପର୍ଯ୍ୟାୟ ୨୧ ମେ’ରୁ ଆରମ୍ଭ ହେଉଛି। ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍‌ ), କୋଲକାତା ନାଇଟ ରାଇଡର୍ସ (କେକେଆର୍‌), ରାଜସ୍ଥାନ ରୟାଲ୍ସ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସାମିଲ ହୋଇପାରନ୍ତି ଏହି ବିସ୍ଫୋରକ ବ୍ୟାଟର, ଜାଣନ୍ତୁ ଆଇପିଏଲ୍‌ର ଏହି ଦଳରେ ଖେଳନ୍ତି…

ନୂଆଦିଲ୍ଲୀ,୨୦ା୫: ଆସନ୍ତା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ବିସ୍ଫୋରକ ବ୍ୟାଟର ଜେମ୍‌ ଫ୍ରେଜର ମ୍ୟାକ୍‌ଗ୍ରୁପ୍‌ ଓ ମାଥ୍ୟୁ ଶର୍ଟ ଅଷ୍ଟ୍ରେଲିଆର ଟ୍ରାମେଲିଂ ରିଜର୍ଭ ଖେଳାଳି ହୋଇ...

କ୍ୱାଲିଫାୟର ମ୍ୟାଚ ନ ଖେଳି ଏହିଭଳି ଭାବେ ଫାଇନାଲରେ ପ୍ରବେଶ କରିବ କେକେଆର, ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୦।୫: ଆଇପିଏଲ ୨୦୨୪ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଲିଗ ପର୍ଯ୍ୟାୟର ସମସ୍ତ ୭୦ଟି ମ୍ୟାଚ ଖେଳାଯାଇସାରିଛି। ବର୍ତ୍ତମାନ ପ୍ଲେ ଅଫ୍‌ ମଙ୍ଗଳବାର ମେ ୨୧ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri