Posted inଫୁରସତ

ରହସ୍ୟମୟ ଭାବେ ବେଡ୍‌ ତଳକୁ ଚାଲିଗଲା ଝିଅ, ସିସିଟିଭି ଫୁଟେଜ ଦେଖି ବାପା ବେହୋସ

କୁନି ଝିଅଟିଏ ବେଡ୍‌ରେ ଶୋଇଥିଲା। ହଠାତ୍‌ ରହସ୍ୟମୟ ଭାବେ ସେ ବେଡ୍‌ ତଳକୁ ଚାଲିଗଲା। ଯାହା ରୁମ୍‌ରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଏହା ଦେଖି ଝିଅଟିର ବାପା ବେହୋସ ହୋଇଗଲେ। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲୋକେ କହୁଛନ୍ତି ଏହା ଅଦୃଶ ଶକ୍ତିର କାମ।

ଟିକ୍‌ଟକ୍‌ ୟୁଜର @joshdean0222 ଭିଡିଓଟିକୁ ଶେୟାର କରି କ୍ୟାପ୍‌ଶନ ଲେଖିଛନ୍ତି, ମୋ’ ଝିଅ ବିଛଣା ତଳକୁ ଚାଲିଗଲା। ସ୍ତ୍ରୀଙ୍କୁ ଲାଗିଲା ଝିଅ ବେଡ୍‌ ତଳକୁ ଚାଲିଯାଉଛି। ଏହି ଘଟଣା ରାତି ୧୧ଟା ୩୭ ମିନିଟ୍‌ରେ ହୋଇଥିଲା। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଭିଡିଓରେ ଦେଖିବାକୁ ମିଳିଛି, ଝିଅଟି ବେଡ୍‌ ତଳକୁ ଚାଲିଯାଉଛି ଆଉ ତା’ ପରେ ଖୁବ୍‌ ଜୋର୍‌ରେ କାନ୍ଦୁଛି। କିନ୍ତୁ ତାଙ୍କ କାନ୍ଦ ମା’ ଶୁଣିପାରୁନାହାନ୍ତି। ଭିଡିଓ ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ଏହାକୁ ୮୦ ଲକ୍ଷ ଲୋକ ଦେଖିସାରିଲେଣି। ୭.୨୫ ଲକ୍ଷ ଲୋକ ଲାଇକ୍‌ କରିଥିବା ବେଳେ ୨୬ ହଜାର ଲୋକ କମେଣ୍ଟ କରିଛନ୍ତି।

ସୋସିିଆଲ ମିଡିଆରେ ଲୋକ ପ୍ରତିକ୍ରିୟା ବି ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ପିଲାଟି ଡରି ଯାଇଛି। ସେଥିପାଇଁ ସେ ବିଛଣାର ଏକ କୋଣକୁ ଚାଲିଯାଇଛି। ଆଉ ଜଣେ ୟୁଜର ଲେଖିଛନ୍ତି ଏମିତି କେବେ ହୋଇପାରିବ ନାହିଁ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ଝିଅର ପାଟି କ’ଣ ତାଙ୍କ ମାଙ୍କୁ ଶୁଭିଲାନି। ମୁଁ ତ ଏ ଭିଡିଓ ଦେଖି ନିଜେ ଡରିଯାଉଛି। ଆଉ କିଛି ୟୁଜର ଲେଖିଛନ୍ତି, ଭୂତପ୍ରେତ କିଛି ନାହାନ୍ତି। ଝିଅଟିର ଖେଳନା ତଳେ ପଡ଼ିଯାଇଥିବାରୁ ସେ ନିଜେ ଚେଷ୍ଟା କରିଛି ଆଣିବା ପାଇଁ । ଆଣି ନ ପାରି ଜୋର୍‌ରେ କାନ୍ଦିଛି। ଏହା ଏକ ସାଧାରଣ ଘଟଣା।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri