ଶିକ୍ଷକ ଅଭାବ, ଚିନ୍ତାରେ ମାଟ୍ରିକ୍‌ ଛାତ୍ରୀଛାତ୍ର

ଭଣ୍ଡାରିପୋଖରୀ,୭।୨ (ଡି.ଏନ.ଏ)-କରୋନା ଯୋଗୁ ଦୀର୍ଘ ୯ ମାସ ଧରି ବନ୍ଦ ରହିବା ପରେ ଗତ ଜାନୁୟାରୀରେ ସ୍କୁଲ ଖୋଲାଯାଇଛି। ବିଦ୍ୟାଳୟଗୁଡ଼ିକରେ ଶହେ ଦିନ ପାଠ ପଢ଼ାଇ ୧୦ମ ଶ୍ରେଣୀ ପିଲାଙ୍କୁ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲାଗି ସ୍କୁଲ ଖୋଲିଲେ ସରକାର। ମାତ୍ର ଏହି ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ନିମନ୍ତେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଅଛନ୍ତି କି ନାହିଁ ସେଥିପ୍ରତି ଗୁରୁତ୍ୱ ଦିଆଯାଇ ନାହିଁ। ଯେଉଁ ବିଦ୍ୟାଳୟରେ ଜଣେ ଲେଖାଏ ଶିକ୍ଷକ ରହିଛନ୍ତି ସେଠାରେ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶିକ୍ଷକ ଅଭାବ କାରଣରୁ ମାଟ୍ରିକ୍‌ ପରୀକ୍ଷା ଲାଗି ଠିକ୍‌ ଭାବେ ପ୍ରସ୍ତୁତ ହୋଇପାରିବେ କି ନାହିଁ ସେ ନେଇ ଚିନ୍ତାବ୍ୟକ୍ତ କରୁଛନ୍ତି ଛାତ୍ରୀଛାତ୍ର। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ବିଭିନ୍ନ ହାଇସ୍କୁଲରେ ଏଭଳି ଶିକ୍ଷକ ଅଭାବ ସମସ୍ୟା ରହିଥିବା ନେଇ ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ବ୍ଲକର ମାଳଦା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀରେ ୩୦ ପିଲାଙ୍କୁ ପଢ଼ାଇବା ନିମନ୍ତେ ଜଣେ ମାତ୍ର ସ୍ଥାୟୀ ଶିକ୍ଷକ ଅଛନ୍ତି। ବିଜ୍ଞାନ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହିଛନ୍ତି। ସେ ଆସନ୍ତା ଅଗଷ୍ଟରେ ଅବସର ନେବାକୁ ଥିବା ଜଣାପଡ଼ିଛି। ରାମଚନ୍ଦ୍ରପୁର ହାଇସ୍କୁଲରୁ ଜଣେ ଶିକ୍ଷକ ଓ ନପଙ୍ଗ ନୋଡାଲ ସ୍କୁଲରୁ ଜଣେ ଶିକ୍ଷକ ୩ ଦିନ ଡେପୁଟେଶନରେ ଆସୁଛନ୍ତି। ସେହିପରି ଷୋଳମପୁର ପଞ୍ଚାୟତ ମଣିନାଥପୁର ସ୍ଥିତ ନରେନ୍ଦ୍ର କୁମାର ପରିଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ୩୮ ଛାତ୍ରୀଛାତ୍ର ରହିଥିବା ବେଳେ ଦୁଇଜଣ ଚୁକ୍ତିଭିତ୍ତିକ ଶିକ୍ଷକ ପାଠ ପଢ଼ାଉଛନ୍ତି। ସ୍ଥାୟୀ ପ୍ରଧାନ ଶିକ୍ଷକ ନାହାନ୍ତି। ମଞ୍ଜୁରୀ ସ୍ଥିତ ବଳଦେବଜୀଉ ହାଇସ୍କୁଲର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମହାରଣା ୩ ଦିନ ପାଇଁ ଡେପୁଟେଶନରେ ମଣିନାଥପୁର ହାଇସ୍କୁଲକୁ ଆସୁଛନ୍ତି। ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନ ଥିବାରୁ ଅଭିଯୋଗ ପରେ ବିଭାଗ ପକ୍ଷରୁ ନିକଟରେ ଦୁଇଜଣ ଅତିଥି ଶିକ୍ଷକ ଦିଆଯାଇଛି। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ୩୦୦ ଶହରୁ ଊର୍ଦ୍ଧ୍ୱ ପିଲା ଅଧ୍ୟୟନ କରୁଛନ୍ତି। ଭିତ୍ତିଭୂମି ଥିବା ସତ୍ତ୍ୱେ ଏଠାରେ ମାଟ୍ରିକ ପରୀକ୍ଷାକେନ୍ଦ୍ର କରାଯାଉ ନ ଥିବା ଅଭିଯୋଗ ହେଉଛି। ମଣିନାଥପୁର ଅଞ୍ଚଳ ଏକ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏଠାରେ ମାଟ୍ରିକ ପରୀକ୍ଷା କେନ୍ଦ୍ର କରାଯିବା ଲାଗି ଅଭିଭାବକ ଓ ଛାତ୍ରୀଛାତ୍ରଙ୍କ ପକ୍ଷରୁ ଦାବି କରାଯାଉଛି। ଶିକ୍ଷକ ଅଭାବ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀଙ୍କୁ ପଚାରିବାରୁ କହିଛନ୍ତି, ନିକଟରେ ଜିଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କ ଉପସ୍ଥିତିରେ ଭଣ୍ଡାରିପୋଖରୀ ହାଇସ୍କୁଲଠାରେ ପ୍ରଧାନ ଶିକ୍ଷକମାନଙ୍କୁ ଡକାଯାଇ ଏକ ରିଭ୍ୟୁ ମିଟିଂ କରାଯାଇଥିଲା। କେଉଁ ସ୍କୁଲରେ କ’ଣ ଅସୁବିଧା ରହିଛି ସେ ବିଷୟରେ ପ୍ରଧାନ ଶିକ୍ଷକମାନେ ଅବଗତ କରାଇଥିଲେ। ଆଲୋଚନା ପରେ କେତେକ ବିଦ୍ୟାଳୟରେ ଦଶମ ଶ୍ରେଣୀ ପିଲାଙ୍କୁ ପଢ଼ାଇବା ପାଇଁ ଅତିଥି ଶିକ୍ଷକ ପଠାଯାଇଛି। ଅନ୍ୟ ପିଲାମାନଙ୍କୁ ଶିକ୍ଷାଦାନ ଲାଗି ସ୍କୁଲ ଖୋଲିଲେ ଶିକ୍ଷକ ପଠାଇବା ନେଇ ବିଚାର ବିମର୍ଶ ଚାଲିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri