ସମ୍ମୁଖ ଯୋଦ୍ଧାଙ୍କୁ ସଞ୍ଜୀବନୀ

ଢେଙ୍କାନାଳ ଅଫିସ, ୭।୨:  ବିଦାୟୀ ବର୍ଷ ଥିଲା କରୋନାର। ଭୂତାଣୁ ଜାଲରେ ଛନ୍ଦି ହୋଇପଡ଼ିଥିବା ବିଶ୍ୱବାସୀ ଦେଖିଥିଲେ କୋଭିଡ୍‌-୧୯ର ଭୟାବହତା। ଶଟ୍‌ଡାଉନ୍‌ ଏବଂ ଲକ୍‌ଡାଉନ୍‌ କାରଣରୁ ଗୃହବନ୍ଦୀ ଜୀବନ କଷଣ ଦେଇଥିବାବେଳେ ରସାତଳକୁ ଚାଲିଯାଇଥିଲା ଅର୍ଥନୀତି। ନୂତନ ବର୍ଷରେ ଭାକ୍ସିନ ସାଜିଛି ସଞ୍ଜୀବନୀ। ଆହୁରି ଅଧିକ ଜୋରଦାର ହୋଇଛି କରୋନା ବିରୋଧୀ ଲଢ଼େଇ। ଜାନୁୟାରୀ ୧୬ରୁ ସାରା ଦେଶରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଟିକାକରଣ। ଏହା ୧୦ ତାରିଖ ଯାଏ ଚାଲିବ। ଜୀବନକୁ ବାଜି ଲଗାଇ କୋଭିଡ୍‌-୧୯ ଲଢ଼େଇରେ ସାମିଲ ହୋଇଥିବା ସମ୍ମୁଖ ଯୋଦ୍ଧା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ଭାକ୍ସିନ ଦିଆଯାଉଛି। ଏବେ ଏଥିରେ ସାମିଲ ହୋଇଛନ୍ତି ପୋଲିସ ଏବଂ ପ୍ରଶାସକ। ଏହା ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରାଇବା ଲାଗି ମନୋବଳ ବଢ଼ାଇବାରେ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସରକାର କହିଛନ୍ତି।
ଢେଙ୍କାନାଳ ଜିଲାରେ ଆଗଧାଡ଼ିର ୪୦୫ କର୍ମଚାରୀ ଶନିବାର ଟିକା ନେଇଛନ୍ତି। ପୌରସଂସ୍ଥା କଲ୍ୟାଣ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ପୂର୍ବାହ୍ନ ୧୦ଟାରେ ଟିକା ନେଇ ଏହାର ଶୁଭାରମ୍ଭ କରିଥିଲେ। ଏଠାରେ ମୋଟ ୬୯ଜଣ ଟିକା ନେଇଥିଲେ। ପୋଲିସ ବାରାକ୍‌ ହସ୍ପିଟାଲରେ ଅତିରିକ୍ତ ଏସ୍‌ପି ବିନୟକୃଷ୍ଣ କାମିଲା, ଗଣେଶ୍ୱର ପ୍ରଧାନ, ରିଜର୍ଭ ଇନ୍ସପେକ୍ଟର କବି ରଞ୍ଜନ ସେଠୀଙ୍କ ସମେତ ୧୭୧ ଜଣ କର୍ମଚାରୀ ଭାକ୍ସିନ ନେଇଥିଲେ। ଏହ କ୍ରମରେ କାମାକ୍ଷାନଗରରେ ୮୬ ଏବଂ ହିନ୍ଦୋଳରେ ୭୯ଜଣ ଟିକା ନେଇଥିବା ଜଣାପଡ଼ିଛି।
ଭାରତୀୟ କରୋନା ପ୍ରତିରୋଧୀ ଟିକା ସୁରକ୍ଷିତ ଏବଂ ଫଳପ୍ରଦ। କରୋନା ବିରୋଧୀ ଲଢ଼େଇ ପାଇଁ ଏହା ମହତ୍ତ୍ୱପୂର୍ଣ୍ଣ। ନିଜକୁ ସୁରକ୍ଷିତ ରଖିବା ପାଇଁ ପଞ୍ଜୀକୃତ ଅଧିକାରୀ ଓ କର୍ମଚାରୀମାନେ ଟିକା ନେବା ଜରୁରୀ ବୋଲି ଜିଲାପାଳ ଏବଂ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତାରାଣୀ ମିଶ୍ର କହିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା, ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀତାଂଶୁ ଶେଖର ଦାସ, ଡେପୁଟି କଲେକ୍ଟର ଭଜନାନନ୍ଦ ସାହୁ, ତହସିଲଦାର ଲକ୍ଷ୍ମୀଧର ରାଉତ, ଆପତକାଳୀନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର, ହିନ୍ଦୋଳ ତହସିଲଦାର ସୁଶାନ୍ତ ମିଶ୍ରଙ୍କ ସମେତ ଜିଲା କାର୍ଯ୍ୟାଳୟ, ଉପଜିଲାପାଳଙ୍କ କାର୍ଯ୍ୟାଳୟ, ରାଜସ୍ବ ବିଭାଗର ସମସ୍ତ କର୍ମଚାରୀମାନେ ଟିକା ନେଇଛନ୍ତି। ଏଡିଏମ୍‌ଓ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ବରିଷ୍ଠ ଭେଷଜ ଚିକିତ୍ସକ ଡା. ରାଜକିଶୋର ସେଠୀ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।

ଭୟଭୀତ ହୁଅନାହିଁ
ଟିକା ନେବା ପରେ ଯନ୍ତ୍ରଣା ହେଉନାହିଁ। ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନାହିଁ। ସ୍ବାଭାବିକ ଭାବେ ଅଫିସ କାମ କରି ହେଉଛି। ଭୟଭୀତ ନ ହୋଇ ସମସ୍ତେ ଯେପରି ଟିକାନେବେ ସେଥିଲାଗି ସଚେତନ କରାଯାଉଛି।
-ଭୂମେଶ ଚନ୍ଦ୍ର ବେହେରା, ଜିଲାପାଳ

କୋଭିଡ୍‌ ଭୟ ଦୂର ହୋଇଛି
ଭାକ୍ସିନ ନେବା ପରେ ଭଲ ଲାଗୁଛି। ୩୦ ମିନିଟ୍‌ ବସିବା ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। କୋଭିଡ୍‌ ଭୟ ମନରୁ ଦୂର ହୋଇଛି। ଭୟଭୀତ ନ ହୋଇ ସମସ୍ତେ ଟିକା ନେବା ଉଚିତ ା
-ନରୋତ୍ତମ ବେହେରା, ପିଡି ଡିଆର୍‌ଡିଏ

ସଚେତନ ହେବା ସମୟ ଆସିଛି
ପ୍ରତିଷେଧକ ନେବା ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ସାମାନ୍ୟତମ କଷ୍ଟ ଅନୁଭବ ହେଉନି। ସମସ୍ତେ ସଚେତନ ହୋଇ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହେବା ଆବଶ୍ୟକ।
-ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲାପାଳ

 

୨୮ ଦିନ ପରେ ଦ୍ୱିତୀୟ ଡୋଜ୍‌
ଟିକା ନେବାର ଅଧଘଣ୍ଟା ଧରି ବସିବା ପରେ ବି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଏଥିରେ ଭୟଭୀତ ହେବାରେ କୌଣସି କାରଣ ନାହିଁ। ୨୮ଦିନ ପରେ ଦ୍ୱିତୀୟ ଡୋଜ୍‌ ନେବୁ।
-ଲକ୍ଷ୍ମୀଧର ରାଉତ, ତହସିଲଦାର


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ

ଜି.ଉଦୟଗିରି,୧।୫(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି. ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବର୍ତ୍ତମାନର ବିଧାୟକ ସାଲୁଗା ପ୍ରଧାନ ନାମାଙ୍କନପତ୍ର ଦାଖଲ...

ଭୁବନେଶ୍ୱର ବିମାନବନ୍ଦରରେ ଭିସ୍ତାରା ବିମାନର ଜରୁରୀ ଅବତରଣ, ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ…

ଭୁବନେଶ୍ୱର,୧।୫: ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି ଭିସ୍ତାରାର ଏକ ବିମାନ। କୁଆପଥର ମାଡ଼ ଯୋଗୁ ବିମାନର ଓ୍ବିଣ୍ଡ ସିଲ୍‌ ଭାଙ୍ଗିଯାଇଥିଲା। ଏଣୁ ଟେକ୍‌ଅପ୍‌ କରିବାର...

ଖଲ୍ଲିକୋଟ ଆସନ ଲାଗି ବିଜେଡିରୁ ହଟିଲା ସସ୍‌ପେନ୍ସ: ସୂର୍ଯ୍ୟମଣିଙ୍କୁ ମିଳିଲା ଟିକେଟ

ପୁରୁଷୋତ୍ତମପୁର,୧।୫(ସୀମାଞ୍ଚଳ ମିଶ୍ର): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୨ଦିନ...

ନାମାଙ୍କନ ଭରିଲେ କହ୍ନାଇ, ସରୋଜ

ବୌଦ୍ଧ,୧।୫(ଅଜିତ କୁମାର ବାରିକ): ମେ’ ୨୦ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର...

ଭାଜପା ପାଇଁ ପ୍ରଚାର କରି ଅଙ୍ଗନୱାଡି ସହାୟିକା ବହିଷ୍କୃତ

ନୟାଗଡ଼,୧।୫(ଲୋକନାଥ ମିଶ):ଭାଜପା ପାଇଁ ପ୍ରଚାର କରି ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ୍‌ ରୋହିବାଙ୍କ ପଞ୍ଚାୟତ ଭଗବତୀପ୍ରସାଦ ଅଙ୍ଗନୱାଡ଼ି କେନ୍ଦ୍ରର ସହାୟିକାଙ୍କ ଚାକିରି ଯାଇଛି। ନିର୍ବାଚନ ଆଚରଣ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ମେ’ ୬ରେ ଓଡ଼ିଶା ଆସିବେ ମୋଦି: ଏହି ୨ ଜିଲାକୁ କରିବେ ଗସ୍ତ

ଭୁବନେଶ୍ୱର,୧।୫: ଆସନ୍ତା ନିର୍ବାଚନକୁ ନେଇ ପ୍ରଚାର ଜୋରସୋରରେ ଚାଲିଛି। କେନ୍ଦ୍ରର ଅନେକ ହେଭିଓ୍ବେଟ୍‌ ନେତା ଓଡ଼ିଶା ଗସ୍ତରେ ଆସି ପ୍ରଚାର କରୁଛନ୍ତି। ଏହି କ୍ରମରେ ପୁଣି...

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ମୀନା ମାଝି

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୀନା ମାଝି ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri