Posted inଜାତୀୟ

ମୋଦିଙ୍କ ଗୁଣଗାନ କଲେ ବିଚାରପତି

ନୂଆଦିଲ୍ଲୀ,୭ା୨: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ସବୁଠୁ ପ୍ରିୟ, ଲୋକପ୍ରିୟ, ଜୀବନ୍ତ ଓ ଦୂରଦର୍ଶୀ ନେତା ଭାବେ ଅଭିହିତ କରିଛନ୍ତି। ଗୁଜରାଟ ହାଇକୋର୍ଟର ହୀରକ ଜୟନ୍ତୀ ପାଳନ ଅବସରରେ ଏକ ସ୍ମାରକ ଡାକଟିକେଟ ଉନ୍ମୋଚନ ବେଳେ ଭର୍ଚୁଆଲ କାର୍ଯ୍ୟକ୍ରମରେ ଜଷ୍ଟିସ୍‌ ଶାହା ଦେଇଥିବା ଏହି ମନ୍ତବ୍ୟକୁ ଗ୍ରହଣ କରିପାରି ନାହାନ୍ତି ଅନେକେ। ନ୍ୟାୟପାଳିକାର ସର୍ବୋଚ୍ଚ ପଦ ଅଳଙ୍କୃତ କରିଥିବା ଜଣେ ଜଷ୍ଟିସ୍‌ ଉଚ୍ଚ କ୍ଷମତାରେ ଥିବା ନେତାଙ୍କ ଏଭଳି ଗୁଣଗାନ କରିବା ବିଚାର ବ୍ୟବସ୍ଥା ପାଇଁ ଶୁଭଙ୍କର ନୁହେଁ ବୋଲି ମତ ପ୍ରକାଶ ପାଇଛି। ୨୦୧୮ରେ ଜଷ୍ଟିସ୍‌ ଶାହା ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ଶପଥ ନେବାବେଳେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ‘ମଡେଲ ହିରୋ’ ଭାବେ ଅଭିହିତ କରିଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସମାଲୋଚନା କରିଛନ୍ତି।
ଜଷ୍ଟିସ୍‌ ମୁକେଶ କୁମାର ଋଷିଭାଇ ଶାହା କହିଛନ୍ତି, ଗୁଜରାଟ ହାଇକୋର୍ଟର ୬୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ମାରକ ଡାକ ଟିକେଟ ଉନ୍ମୋଚନର ଏହି ଗୁରୁତ୍ୱପୂର୍ଣ୍ଣ ସମାରୋହରେ ଭାଗନେଇ ମୁଁ ଗର୍ବ ଓ ଖୁସି ଅନୁଭବ କରୁଛି। ତାହା ପୁଣି ଆମର ସବୁଠୁ ପ୍ରିୟ, ଲୋକପ୍ରିୟ, ଜୀବନ୍ତ ଓ ଦୂରଦର୍ଶୀ ନେତା ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଉଛି। ଜଷ୍ଟିସ୍‌ ଶାହା ଭାଷଣରେ ଗୁଜରାଟ ହାଇକୋର୍ଟକୁ ନିଜ କର୍ମଭୂମି କହିଥିଲେ। ଏହାସହ କ୍ଷମତା ପୃଥକୀକରଣର ସାମ୍ବିଧାନିକ ଅବଧାରଣାର ଗୁରୁତ୍ୱ ସମ୍ପର୍କରେ ଅବତାରଣା କରିଥିଲେ। ଜଷ୍ଟିସ୍‌ ଶାହା ଆହୁରି କହିଥିଲେ, ଗୁଜରାଟ ହାଇକୋର୍ଟରେ ସେ ଜଣେ ଓକିଲ ଭାବେ ୨୨ ବର୍ଷ ପର୍ଯ୍ୟନ୍ତ ପ୍ରାକ୍ଟିସ୍‌ ଓ ୧୪ ବର୍ଷ ଧରି ବିଚାରପତି ରୂପେ କାର୍ଯ୍ୟ କରିଥିଲେ। ସେ ଏହି କାର୍ଯ୍ୟ ତୁଲାଇବାବେଳେ ମୌଳିକ ଅଧିକାରଗୁଡ଼ିକୁ ଅକ୍ଳାନ୍ତ ଭାବେ ସୁରକ୍ଷା ଦେଇଥିଲେ। କେବଳ ଏତିକି ନୁହେଁ, ନ୍ୟାୟପାଳିକାର ସ୍ବାଧୀନତା ପାଇଁ ସବୁବେଳେ ଏପରି କି ‘ଜରୁରିକାଳୀନ ପରିସ୍ଥିତି ବେଳର କଳାଦିନଗୁଡ଼ିକରେ’ ମଧ୍ୟ ଛିଡ଼ା ହୋଇଥିଲେ। ଗୁଜରାଟ ହାଇକୋର୍ଟରେ ଦେଶର ପ୍ରଥମ ଲୋକ ଅଦାଲତ ଆୟୋଜନ କରାଯାଇଥିଲା ଏବଂ ଏହା ଦେଶର ଏକମାତ୍ର ହାଇକୋର୍ଟ, ଯେଉଁଠୁ ୟୁଟ୍ୟୁବ୍‌ରେ ଭର୍ଚୁଆଲ ଶୁଣାଣିର ଲାଇଭ୍‌-ଷ୍ଟ୍ରିମିଂ କରାଯାଇଥାଏ। ଏହି ହାଇକୋର୍ଟର ଇତିହାସ ବହୁତ ବ୍ୟାପକ। ଏନେଇ ବିସ୍ତାର ଭାବେ ବର୍ଣ୍ଣନା କରିବାକୁ ଗଲେ ଦିନ ସରିଯିବ। ଆମକୁ ଆମର ସବୁଠୁ ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବାକୁ ଥିବାରୁ ବକ୍ତବ୍ୟ ଶେଷ କରୁଛି।
ଗୁଜରାଟ ହାଇକୋର୍ଟ ମୁଖ୍ୟ ବିଚାରପତି ବିକ୍ରମ ନାଥ ଏହି କାର୍ଯ୍ୟକ୍ରମରେ କହିଛନ୍ତି, ପ୍ରଧାନମନ୍ତ୍ରୀ ଦେଶ ପ୍ରତି ନିଜ ପ୍ରତିଶ୍ରୁତିବଦ୍ଧତା କାରଣରୁ ଅତ୍ୟଧିକ ଲୋକପ୍ରିୟ ଅଟନ୍ତି। ଆଜି ଆମକୁ ଏହି ସୁଯୋଗ ମିଳିଛି, ଯେଉଁଠି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ସ୍ମାରକ ଡାକ ଟିକେଟ ଜାରି କରୁଛନ୍ତି। ଉତ୍ତରଦାୟିତ୍ୱଗୁଡ଼ିକୁ ତୁଲାଇବାରେ ତାଙ୍କ ସଚ୍ଚୋଟତା ତାଙ୍କର ଲୋକପ୍ରିୟତାକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଦେଶ ପ୍ରତି କର୍ତ୍ତବ୍ୟ ନିର୍ବାହ କରି ସେ ଏକ ସୁରକ୍ଷିତ ବିଶ୍ୱର ପ୍ରତିଜ୍ଞାକୁ ପୂରଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଭାଷଣରେ କହିଥିଲେ, ଏହା ଗର୍ବର ବିଷୟ ଯେ, ଭାରତରେ ଅଦାଲତଗୁଡ଼ିକ ମହାମାରୀ ସମୟରେ ମଧ୍ୟ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିଛନ୍ତି। ଆମ ସୁପ୍ରିମକୋର୍ଟ ଭିଡିଓ କନ୍‌ଫରେନ୍ସ ଜରିଆରେ ଶୁଣାଣି କ୍ଷେତ୍ରରେ ବିଶ୍ୱର ଏକ ନମ୍ବର ହୋଇଯାଇଛି। ସଲିସିଟର ଜେନୋରାଲ ତୁଷାର ମେହେଟ୍ଟା, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗନେଇ ପ୍ରଧାନମନ୍ତ୍ରୀଙ୍କ ଗୁଣଗାନ କରିଥିଲେ।

ଟେକାଟେକିରୁ ବିବାଦ

୨୦୧୮ରେ ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ଶପଥ ନେବାବେଳେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ‘ମଡେଲ ହିରୋ’ ଭାବେ ଅଭିହିତ କରିଥିଲେ। ସେହିପରି ଗତବର୍ଷ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ର ଏକ ସର୍ବସାଧାରଣ ଉତ୍ସବକୁ ସମ୍ବୋଧିତ କରି କହିଥିଲେ, ପ୍ରଧାନମନ୍ତ୍ରୀ ଜଣେ ବହୁମୁଖୀ ପ୍ରତିଭାର ବ୍ୟକ୍ତି, ଯାହାଙ୍କ ବିଚାର ବିଶ୍ୱସ୍ତରୀୟ ଓ କାମ ସ୍ଥାନୀୟ ସ୍ତରର। ଜଷ୍ଟିସ୍‌ ମିଶ୍ରଙ୍କ ଏହି ମନ୍ତବ୍ୟ ସେତେବେଳେ ବିବାଦୀୟ ହୋଇଥିଲା। ସୁପ୍ରିମକୋର୍ଟ ବାର୍‌ ଆସୋସିଏଶନ ତାଙ୍କ ଟିପ୍ପଣୀ ନ୍ୟାୟିକ ସ୍ବାଧୀନତାର ଖରାପ ଚିତ୍ର ଆଙ୍କିଥିବା ଦର୍ଶାଇ ଏହା ବିରୋଧରେ ଏକ ପ୍ରସ୍ତାବ ଗୃହୀତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri