Posted inଖେଳ

ମା’ ଚାକରାଣୀ, ବାପା ମାଳି; ପୁଅ ସବୁଠୁ ଧନୀ ଫୁଟବଲ ଖେଳାଳି

ଯେତେବେଳେ ବି ଫୁଟବଲ ଖେଳାଳିଙ୍କ କଥା ଆସେ ସର୍ବପ୍ରଥମେ ୩ଟି ନାମ ସାମ୍ନାକୁ ଆସିଥାଏ। ତାହା ହେଲା କ୍ରିଷ୍ଟିଆନୋ ରୋନାଲ୍‌ଡୋ, ମେସି ଏବଂ ନେମାର ଜୁନିୟର। ଫୁଟବଲକୁ ଦୁନିଆର ଏକ ଭିନ୍ନ ସ୍ଥାନକୁ ନେଇପାରିଥିବା କ୍ରିଷ୍ଟିଆନୋ ରୋନାଲଡୋ ଏବଂ ନେମାର ଜୁନିୟରଙ୍କ ଜନ୍ମଦିନ ଗୋଟିଏ ଦିନରେ ପଡ଼ିଥାଏ। ୫ ଫେବୃୟାରୀରେ ଉଭୟ ନିଜର ଜନ୍ମଦିନ ପାଳନ କରିଥାନ୍ତି। ଏହି ୨ ଫୁଟବଲ ଖେଳାଳିଙ୍କ ନାମ ଏବେ ସବୁଠାରୁ ଧନୀ ଖେଳାଳି ତାଲିକାରେ ରହିଛି। କିନ୍ତୁ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ଉଭୟଙ୍କ ପିଲାଦିନ ଦାରିଦ୍ର ମଧ୍ୟରେ କଟିଥିଲା।
ଦୁନିଆର ସବୁଠୁ ପ୍ରସିଦ୍ଧ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ତାଙ୍କ ଖେଳ ସହିତ ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ବେଶ୍‌ ପରିଚିତ। କିନ୍ତୁ ଏକ ସମୟ ଥିଲା ସ୍କୁଲରେ ଆଡ୍‌ମିଶନ ପାଇଁ ତାଙ୍କ ପାଖରେ ଅର୍ଥ ନ ଥିଲା। ତାଙ୍କ ବାପା ଜଣେ ମାଳି ଏବଂ ମା’ ଅନ୍ୟ ଘରେ ରେଷେଇ କାମ କରୁଥିଲେ। ୪ ଭଉଣୀ-ଭାଇଙ୍କ ମଧ୍ୟରେ ରୋନାଲ୍‌ଡୋ ସବୁଠାରୁ ସାନ। ତାଙ୍କ ପରିବାର ଟିଣ ଛାତ ଥିବା ଘରେ ରହୁଥିଲେ। ମାତ୍ର ୮ ବର୍ଷ ବୟସରେ ଲୋକାଲ ଟିମ୍‌ ପାଇଁ ଫୁଟବଲ ଖେଳିବା ଆରମ୍ଭ କରିଥିଲେ। ୩୫ ବର୍ଷୀୟ ଏହି ଖେଳାଳି ସମସ୍ତଙ୍କୁ ପଛରେ ପକାଇ ଦୁନିଆର ସବୁଠାରୁ ଧନୀ ଫୁଟବଲ ଖେଳାଳି ହୋଇପାରିଛନ୍ତି। ରୋନାଲ୍‌ଡୋଙ୍କ ପ୍ରଶଂସକଙ୍କ ତାଲିକା ମଧ୍ୟ ବହୁତ ଅଧିକ। ତାଙ୍କର କାର ପ୍ରେମ କାହାକୁ ଅଛପା ନାହିଁ। ସବୁବେଳେ ସେ ଟପ୍‌ କ୍ଲାସ ଗାଡି ଚଲାଇଥାନ୍ତି। ତାଙ୍କ ପାଖରେ ୭୫ କୋଟି ଟଙ୍କାର ବୁଗାଟି କମ୍ପାନୀର ‘ଲ ଭାଉଚର ନୋଏର’ କାର ଅଛି।
୧୯୯୨ରେ ବ୍ରାଜିଲରେ ଜନ୍ମଗ୍ରହଣ କରିଥିବା ନେମାର ଖୁବ୍‌ କମ୍‌ ସମୟ ମଧ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଖାଲି ସେତିକି ନୁହେଁ, ଫୋର୍ବସ ତାଲିକାରେ ନେମାର ୭୨୨ କୋଟି ଟଙ୍କା ରୋଜଗାର କରି ଧନୀ ତାଲିକାର ୪ର୍ଥ ସ୍ଥାନରେ ରହିଛନ୍ତି। ନେମାରଙ୍କ ଘରର ଆର୍ଥିକ ଅବସ୍ଥା ଖରାପ ଥିବାରୁ ଅନେକ ଥର ତାଙ୍କ ବାପା ବିଦ୍ୟୁତ୍‌ ବିଲ୍‌ ଦେଇପାରୁ ନ ଥିଲେ। ତେଣୁ ସେମାନଙ୍କୁ ଅଧିକ ଦିନ ଅନ୍ଧାରରେ ରହିବାକୁ ପଡ଼ୁଥିଲା। ନେମାରଙ୍କ ବାପା ମଧ୍ୟ ଜଣେ ଭଲ ଫୁଟବଲ ଖେଳାଳି ଥିଲେ। ତେଣୁ ସେ ପୁଅକୁ ସମର୍ଥନ କରିଥିଲେ। ଏବଂ ନେମାର ଫୁଟବଲର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବଡ଼ ଧରଣର ଟ୍ରେନ ଦୁର୍ଘଟଣା: ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ, ୫ କୋଚ୍..

ନୂଆଦିଲ୍ଲୀ, ୨୦।୧୨:  ଆସାମରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଟ୍ରେନ୍ ନମ୍ବର ୨୦୫୦୭ DN ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲକୁ ଧକ୍କା...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri