ଝରାଫୁଲଙ୍କ ମୃତ୍ୟୁ ମିଷ୍ଟ୍ରୀ: ବିରିୟାନି ଦୋକାନରେ କରିଥିଲେ ବାନ୍ତି, ଗେଷ୍ଟ ହାଉସ୍‌ର ରୁମ୍‌ ନଂ.୨୦୧ ସିଲ୍‌

ଭୁବନେଶ୍ୱର(ବ୍ୟୁରୋ)/ଯାଜପୁର ଅଫିସ/ ରସୁଲପୁର(ଡି.ଏନ.ଏ.),୩୧ା୧: ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ରହସ୍ୟଘେରରେ ରହିଛି। ତାଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ତାହା ଜାଣିବା ପାଇଁ ସମସ୍ତଙ୍କ ଉତ୍କଣ୍ଠା ରହିିଛି। ଯାଜପୁର ଜିଲା ପୋଲିସ ଟିମ୍‌ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଥିବାବେଳେ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ଚ୍ୟାଲେଞ୍ଜ ହୋଇଛି। ଏଭଳିସ୍ଥଳେ ଶନିବାର ଆଉ ଏକ ସିସିଟିଭି ଫୁଟେଜ୍‌ ମିଳିଛି। ଏଥିରେ ଝରାଫୁଲ ୨୬ ତାରିଖ ମଧ୍ୟାହ୍ନ ୧୨ଟା ୨୦ରେ ପ୍ରେମିକ ରାକେଶ ସ୍ବାଇଁଙ୍କ ସହ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଭୀମଟାଙ୍ଗୀ ଅଞ୍ଚଳରେ ଥିବା ଏକ ବିରିୟାନି ଦୋକାନ ‘ବ୍ରଦର୍ସ ହୋଟେଲ ଆଣ୍ଡ ଫାଷ୍ଟଫୁଡ୍‌’କୁ ଯାଇଥିବାର ଦୃଶ୍ୟ ରହିଛି। ରାକେଶ ବିରିୟାନି ଅର୍ଡର ଦେଇଥିବାବେଳେ ଝରାଫୁଲ ଅସୁସ୍ଥତା କାରଣରୁ ଖାଇବାକୁ ମନା କରିଥିଲେ। କାନ୍ଦକାନ୍ଦ ମୁହଁରେ ପେଟ କାଟୁଥିବା କହିଥିଲେ। ରାକେଶ ବିରିୟାନି ଖାଉଥିଲେ। ୧୦/୧୫ ମିନିଟ୍‌ ପରେ ଝରାଫୁଲ ପଛ ଟେବୁଲ ପାଖରେ ବାନ୍ତି କରିଥିଲେ। ରାକେଶ ଖାଇବା ସ୍ଥାନରୁ ଉଠିଆସି ତାଙ୍କୁ ପାଣି ଦେଇଥିବା ଫାଷ୍ଟ୍‌ଫୁଡ୍‌ ମାଲିକ ସୌମ୍ୟ ବିଶ୍ୱଜିତ୍‌ ମଲ୍ଲିକ କହିଛନ୍ତି। ଏପରିକି ରାକେଶ ପୂର୍ବରୁ ତାଙ୍କ ଦୋକାନକୁ ଖାଇବାକୁ ଆସନ୍ତି। ସେ ଭଲ ପିଲା ବୋଲି ବିଶ୍ୱଜିତ୍‌ କହିଛନ୍ତି। ଏସବୁ ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭିରେ ମଧ୍ୟ କଏଦ ହୋଇଛି। ଉଭୟ ସେଠାରୁ ଦିନ ୧ଟା ୫ ମିନିଟ୍‌ରେ ବାହାରି ଯାଇଥିବା ଦେଖିବାକୁ ମିଳୁଛି। ସିସିଟିଭି ଫୁଟେଜ ମିଳିବା ପରେ ଉକ୍ତ ହୋଟେଲରେ ଯାଜପୁର ପୋଲିସ ଫରେନସିକ୍‌ ଟିମ୍‌ ସହ ପହଞ୍ଚତ୍ ଯାଞ୍ଚ କରିଛି।

ସୂଚନାଥାଉ କି, ଝରାଫୁଲଙ୍କ ଘର ମୟୂରଭଞ୍ଜ ଜିଲା ଯଶିପୁର ଥାନା ବୁନ୍ଦେଇପୋଷି ଗ୍ରାମରେ। ରାକେଶଙ୍କ ଘର ଭୁବନେଶ୍ୱର ଏୟାରଫିଲ୍ସ ଥାନା ସୁନ୍ଦରପଦା ତଳସାହି ଅଞ୍ଚଳରେ। ସେ ଜଣେ ପାଇପ୍‌ ମିସ୍ତ୍ରି। କୁଆଖିଆ ଥାନାଧିକାରୀ ମନୋଜ କୁମାର ସ୍ବାଇଁଙ୍କ କହିବାନୁଯାୟୀ, ରାକେଶ ବୁନ୍ଦେଇପୋଷିରେ ପାଇପ୍‌ ବିଛା କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ଝରାଫୁଲଙ୍କ ସହ ତାଙ୍କର ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ଗତ ୨୪ ତାରିଖରେ ସମ୍ପର୍କୀୟଙ୍କ ଘରୋଇ ପାର୍ଟିରେ ଯୋଗଦେବା ପାଇଁ ଝରାଫୁଲ ଭୁବନେଶ୍ୱର ଆସିଥିଲେ। ୨୬ ତାରିଖରେ ସେ ଗଁାକୁ ଯିବା ପାଇଁ ଜୟଦେବ ବିହାରରୁ ଝାଡ଼େଶ୍ୱରୀ ନାମକ ବସ୍‌ରେ ବସିଥିଲେ। କିନ୍ତୁ ଦେହ ଅସୁସ୍ଥ ଦର୍ଶାଇ ବାଣୀବିହାର ଛକରେ ଓହ୍ଲାଇ ପଡ଼ିଥିଲେ। ଏହାପରେ ସେ ରୂପାଲି ଛକ ପର୍ଯ୍ୟନ୍ତ ଯାଇ ରାକେଶଙ୍କୁ ଭେଟିଥିଲେ। ଉଭୟେ ଉକ୍ତ ରାତିରେ ଭୁବନେଶ୍ୱର ଖଣ୍ଡଗିରି ଧର୍ମବିହାରସ୍ଥିତ ଶିବସାଇ ଗେଷ୍ଟହାଉସରେ ରାତ୍ରିଯାପନ କରିଥିଲେ। କିନ୍ତୁ ରାକେଶ ସକାଳେ ଉଠିବାବେଳେ ଝରାଫୁଲଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହାପରେ ଝରାଫୁଲଙ୍କ ମୃତଦେହକୁ ଅନ୍ୟତ୍ର ଫୋପାଡ଼ିବାକୁ ଯୋଜନା କରି ପଡ଼ୋଶୀ ସାଙ୍ଗଙ୍କ ସହଯୋଗ ନେଇଥିଲେ ବୋଲି ରାକେଶ ବୟାନ ଦେଇଥିବା ଥାନାଧିକାରୀ ସ୍ବାଇଁ କହିଛନ୍ତି।

ରାକେଶଙ୍କ ସହଯୋଗୀ ଫେରାର
ଝରାଫୁଲଙ୍କ ମୃତଦେହ ଯାଜପୁର ଜିଲା କୁଆଖିଆ ଥାନା ମୂଳାପାଳ ଛକ ନିକଟରୁ ଜବତ ହୋଇଥିଲା। ତାଙ୍କ ମୃତଦେହକୁ ଦୁଇଜଣ ସ୍କୁଟିରେ ଆଣି ଫୋପାଡ଼ିଥିବା ଏକ ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି। ଯାଜପୁର ଜିଲା ପୋଲିସ ଟିମ୍‌ ତଦନ୍ତ କରିବା ପରେ ଉକ୍ତ ଦୁଇଜଣଙ୍କ ମଧ୍ୟରୁ ଜଣେ ରାକେଶ ବୋଲି ଚିହ୍ନଟ କରିବା ସହ ଗତ ଗୁରୁବାର ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୋଲିସ ସହାୟତାରେ ତାଙ୍କୁ ଗିରଫ କରିଥିଲା। କିନ୍ତୁ ରାକେଶଙ୍କ ସହଯୋଗୀ କିଏ ସେନେଇ ପୋଲିସ ମୁହଁ ଖୋଲୁନାହିଁ। ଅନ୍ୟପକ୍ଷରେ ରାକେଶ ତାଙ୍କ ସହଯୋଗୀଙ୍କ ନାମ ଶେଖର ବୋଲି ପୋଲିସକୁ ଜଣାଇଥିବା ଏକ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି। ସେ ପୋଲିସ କବ୍‌ଜାରେ ଥିବା କୁହାଯାଉଛି। ହେଲେ ମାମଲାର ତଦନ୍ତକାରୀ ଅଧିକାରୀ ତଥା ଯାଜପୁର ରୋଡ୍‌ ଏସ୍‌ଡିପିଓ ଚିନ୍ମୟ ନାୟକ କହିଛନ୍ତି ଯେ, ରାକେଶଙ୍କ ସହଯୋଗୀ ଫେରାର ଅଛନ୍ତି। ତାଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି। ସେହିପରି ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିପାରିନାହିଁ। ରିପୋର୍ଟ ମିଳିବା ପରେ ତଦନ୍ତ ଅଧିକ ସହଜ ହେବ ଏବଂ ପୋଲିସ ଚୂଡାନ୍ତ ନିଷ୍ପତ୍ତିରେ ପହଞ୍ଚିବ ବୋଲି ଏସ୍‌ଡିିପିଓ ନାୟକ କହିଛନ୍ତି।

ସିସିଟିଭି ଫୁଟେଜ୍‌ ପୁନଃ ଯାଞ୍ଚ
ମୃତଦେହ ମିଳିବା ସ୍ଥାନ ଅର୍ଥାତ୍‌ କୁଆଖିଆ ଥାନା ମୂଳାପାଳ ଛକ ନିକଟସ୍ଥ ଇଟା ଓ ପ୍ଲାଷ୍ଟିକ କାରଖାନାରେ ଲାଗିଥିବା ସିସିଟିଭି ଫୁଟେଜ୍‌ ପୋଲିସକୁ ସହାୟକ ହୋଇପାରିଛି। ତେବେ ଅଧିକ ସୁରାକ ପାଇବା ଆଶାରେ ତଦନ୍ତ ଅଧିକାରୀଙ୍କ ପକ୍ଷରୁ ଶନିବାର ପୁଣି ସିସିଟିଭି ଫୁଟେଜ୍‌କୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଛି। ଘଟଣାରେ ଅନେକ କଥା ରହିଥିବା ପୋଲିସ ସନ୍ଦେହ କରୁଛି। ହେଲେ ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା କରି କିଛି କହୁନାହିଁ। କୁଆଖିଆ ଥାନା ଓ ଜିଲା ହେଡ୍‌କ୍ବାର୍ଟର୍ସ ପୋଲିସକୁ ନେଇ ଏକ ୮ଜଣିଆ ଟିମ୍‌ ତଦନ୍ତ କରୁଛି।

ଗେଷ୍ଟ ହାଉସ୍‌ରୁ ନମୁନା ସଂଗ୍ରହ
୨୬ ତାରିଖ ରାତିରେ ଝରାଫୁଲ ଓ ପ୍ରେମିକ ରାକେଶ ରହିଥିବା ଖଣ୍ଡଗିରି ଧର୍ମବିହାରସ୍ଥିତ ଶିବସାଇ ଗେଷ୍ଟହାଉସ୍‌ରେ ଛାନ୍‌ଭିନ୍‌ କରିଛି ଫରେନ୍‌ସିକ୍‌ ଟିମ୍‌। ଉଭୟ ରାତ୍ରିଯାପନ କରିଥିବା ରୁମ୍‌ ନଂ.୨୦୧କୁ ସିଲ୍‌ କରିଛି କମିଶନରେଟ୍‌ ପୋଲିସ। ୨ଘଣ୍ଟା ଧରି ଫରେନ୍‌ସିକ୍‌ ଟିମ୍‌ ଉକ୍ତ ରୁମ୍‌ରୁ ଫିଙ୍ଗର ପ୍ରିଣ୍ଟ ଓ ଡଷ୍ଟ୍‌ବିନ୍‌ ସହ ବିଭିନ୍ନ ନମୁନା ସଂଗ୍ରହ କରିଛି। ଏଥିସହିତ ବ୍ୟବହୃତ ବେଡଶିଟ୍‌କୁ ମଧ୍ୟ ଜବତ କରାଯାଇଛି। ଛାନ୍‌ଭିନ୍‌ ସମୟରେ ସାଇଣ୍ଟିଫିକ୍‌ ଟିମ୍‌ ହାତରେ କିଛି ସୁରାକ ଲାଗିଛି, ଯାହା ତଦନ୍ତରେ ସହାୟକ ହୋଇପାରେ ବୋଲି ଟିମ୍‌ର ଜଣେ ଅଧିକାରୀ କହିଛନ୍ତି।

୨ କର୍ମଚାରୀ ଅଟକ
ଭୁବନେଶ୍ୱର ସ୍ପେଶାଲ୍‌ ସ୍କ୍ବାଡ୍‌ ସହାୟତାରେ ଯାଜପୁର ପୋଲିସ ଶିବସାଇ ଗେଷ୍ଟହାଉସ୍‌ର ୨ଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରିଛି। ୨୭ ତାରିଖରେ ଝରାଫୁଲଙ୍କ ମୃତ୍ୟୁ ଘଟଣା ଜଣାପଡ଼ିବା ପରେ ଗେଷ୍ଟହାଉସ୍‌ର ସମସ୍ତ କର୍ମଚାରୀ ଫେରାର ହୋଇଯାଇଥିଲେ। ତେଣୁ ୨୬ ତାରିଖ ରାତିରେ ଗେଷ୍ଟହାଉସ୍‌ରେ କ’ଣ ହୋଇଥିଲା, ୨୭ ତାରିଖ ସକାଳେ ରାକେଶ ଝରାଫୁଲଙ୍କୁ କେମିତି ହୋଟେଲ୍‌ ବାହାରକୁ ନେଲେ ଆଦି ବିଷୟରେ ପୋଲିସ ପଚରାଉଚରା କରିଛି। ସେମାନେ ପୋଲିସକୁ କହିଥିଲେ ଯେ, ୨୭ ତାରିଖ ସକାଳେ ରାକେଶ ଓ ତାଙ୍କ ସହଯୋଗୀ ଝରାଫୁଲଙ୍କୁ ଟେକି ନେଉଥିବାବେଳେ ଦେଖିଥିଲେ। ସେମାନେ କ’ଣ ହୋଇଛି ବୋଲି ରାକେଶଙ୍କୁ ପଚାରିଥିଲେ। ଦେହ ଭଲନାହିଁ, ଡାକ୍ତରଖାନାକୁ ନେବେ କହି ରାକେଶ ସେଠାରୁ ପଳାଇ ଯାଇଥିଲେ ବୋଲି କର୍ମଚାରୀମାନେ ପୋଲିସକୁ କହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri