ଏଇ ଭାରତରେ

ବୟସ କମ୍‌ ହେଲେ କ’ଣ ହେବ, କାମ କିନ୍ତୁ ପ୍ରଭାବଶାଳୀ। ଏମିତି ଜଣେ ପିଲା ହେଉଛନ୍ତି ତନ୍‌ଭୀ ଅରବିନ୍ଦ। ବୟସ ୧୪। ସେ ୯ମ ଶ୍ରେଣୀରେ ପଢୁଛନ୍ତି। ତନ୍‌ଭୀ ବରିଷ୍ଠ ନାଗରିକମାନଙ୍କୁ ଅନ୍‌ଲାଇନରେ ମେସେଜ ପଠାଇବା, ଆପ୍‌ କିମ୍ବା ଷ୍ଟ୍ରିମ୍‌ ଭିଡିଓ ଡାଉନ୍‌ଲୋଡ ଉପରେ ଶିକ୍ଷା ଦେଉଛନ୍ତି। ତନ୍‌ଭୀ ରହୁଛନ୍ତି ଚେନ୍ନାଇରେ। ସେ ଅନ୍‌ଲାଇନରେ ଟେକ୍‌ଇଡିଇନ୍‌ ମାଧ୍ୟମରେ ଏବେ ସୁଦ୍ଧା ୯୩ ବରିଷ୍ଠ ନାଗରିକଙ୍କୁ ଶିକ୍ଷା ଦେଇସାରିଲେଣି। ୨୦୧୯ରେ ୬୮ ଓ ୨୦୨୦ରେ ୨୫ ଜଣଙ୍କୁ ଟେକ୍‌ନୋଲୋଜିରେ ଦକ୍ଷ କରିପାରିଛନ୍ତି। ତାଙ୍କ ଜେଜେବାପା ଓ ଜେଜେମା ସ୍ମାର୍ଟ ଫୋନ୍‌ରେ ମେସେଜ ପଠାଇବାଠାରୁ ଆରମ୍ଭକରି ବିଭିନ୍ନ କାର୍ଯ୍ୟରେ ସମସ୍ୟାର ସମ୍ମୁଖୀନ ହେବା ଲକ୍ଷ୍ୟ କରିଥିଲେ ତନ୍‌ଭୀ । ପ୍ରଥମେ ସେମାନଙ୍କୁ ଶିକ୍ଷା ଦେବା ପରେ ତାଙ୍କ ଅଭିଯାନ ଆରମ୍ଭ କରିଥିତ୍ଲେ। ବରିଷ୍ଠ ନାଗରିକମାନଙ୍କୁ ଟେକ୍‌ନୋଲୋଜି ସମ୍ପର୍କିତ ଶିକ୍ଷା ପ୍ରଦାନ କରିବାରେ ତନ୍‌ଭୀଙ୍କୁ ତାଙ୍କ ଭଉଣୀ ମଧ୍ୟ ସହଯୋଗ କରୁଛନ୍ତି। ଆବଶ୍ୟକ ହେଲେ ସେ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ଶିକ୍ଷା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri