ଯୌତୁକ ପାଇଁ ବୋହୂଙ୍କୁ ହତ୍ୟା: ନାତିଙ୍କୁ ଧରି ଶାଶୁ ଘର ଲୋକେ ଫେରାର

ରାଉରକେଲା ଅଫିସ,୨୪ା୧: ଉଦିତନଗର ଥାନା ଅନ୍ତର୍ଗତ ବାସନ୍ତୀ କଲୋନୀ ଅଞ୍ଚଳରେ ବୋହୂଙ୍କୁ ଶାଶୁ ଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ସ୍ବାମୀକୁ ଥାନାରେ ଅଟକ ରଖି ଥିବାବେଳେ ପରିବାରର ଅନ୍ୟ ଲୋକେ ନାତିଙ୍କୁ ଧରି ଫେରାର୍‌ ହୋଇଯାଇଛନ୍ତି। ବାସନ୍ତୀ କଲୋନୀ ବିଏଲ୍‌/୧୨୫ ଘରେ ଅକ୍ଷୟ ପ୍ରଧାନ ଓ ତାଙ୍କ ପରିବାର ବାସକରନ୍ତି। ଅକ୍ଷୟ ୨୦୧୫ ମେ ୩୧ରେ ପୁଅ ଜ୍ଞାନ ରଞ୍ଜନ ପ୍ରଧାନଙ୍କୁ ବିବାହ କରାଇଥିଲେ। ଭୁବନେଶ୍ୱର ଡେଲଟା ଛକରେ ବାସ କରୁଥିବା ଧନେଶ୍ୱର ବିଶ୍ୱାଳଙ୍କ ଝିଅ ପ୍ରିୟଦର୍ଶନୀ ବିଶ୍ୱାଳଙ୍କ ସହ ଜ୍ଞାନରଞ୍ଜନଙ୍କ ବୈଦିକ ରିତିରେ ବିହାଘର ହୋଇଥିଲା। ବାହାଘର ସମୟରେ ପୁଅର ବାଟ ଖର୍ଚ୍ଚ ସହ ଝିଅର ଯୌତୁକ ବାବଦକୁ ସାଢ଼େ ୫ ଲକ୍ଷ ଟଙ୍କାର ଏକ କାର ଓ ନଗଦ ସାଢ଼େ ୬ ଲକ୍ଷ ଟଙ୍କା ସମେତ ସମସ୍ତ ଘରୋଇ ଆସବାପତ୍ର ଓ ସୁନା ଗହଣା ଦେଇଥିଲେ। ବାହାଘରର ପ୍ରଥମେ ବର୍ଷେ ପ୍ରିୟଦର୍ଶନୀଙ୍କୁ ଶାଶୁ ଘର ଲୋକେ ଖୁବ ଆଦରଯନତ୍ କରିଥିଲେ। ବିବାହର ଦ୍ୱିତୀୟ ବର୍ଷରେ ପ୍ରିୟଦର୍ଶନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପରେ ଶାଶୁ ଘର ଲୋକେ ବାହାଘର ବେଳେ ବାକିଥିବା ଟଙ୍କାକୁ ନେଇ ପ୍ରିୟଦର୍ଶନୀଙ୍କୁ ବିଭିନ୍ନ ଗାଳିଗୁଲଜ କରିବା ସହ ମାନସିକ, ଶାରିରୀକ ନିର୍ଯାତନା ଦେଇଥିଲେ। ଏନେଇ ପ୍ରିୟଦର୍ଶନୀ ସ୍ବାମୀଙ୍କୁ ଜଣାଇଥିଲେ ମଧ୍ୟ ସେ କୌଣସି କଥାକୁ ଖାତିରି କରୁ ନ ଥିଲେ। ଫଳରେ ପ୍ରିୟଦର୍ଶନୀ ବାପା ଧନେଶ୍ୱରଙ୍କୁ ଫୋନ ଯୋଗେ ସବୁ କଥା ଜଣାଇଥିଲେ। ପରେ ସେ ପ୍ରିୟଦର୍ଶନୀଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କ ସହିତ ଉକ୍ତ ବିଷୟରେ ଆଲୋଚନା କରିବା ସହ ଶ୍ୱଶୁର ଧନେଶ୍ୱର ଓ ସ୍ବାମୀ ଜ୍ଞାନରଞ୍ଜନଙ୍କୁ ବୁଝାଶୁଝା କରି ଫେରିଥିଲେ। ହେଲେ ପରିବାର ଲୋକେ ପୁଣି ପ୍ରିୟଦର୍ଶନୀଙ୍କୁ ଅତ୍ୟାଚାର କରିଥିଲେ। ରବିବାର ସକାଳେ ପ୍ରିୟଦର୍ଶନୀଙ୍କ ମୃତ୍ୟୁ ଖବର ସ୍ବାମୀ ଜ୍ଞାନରଞ୍ଜନ ଝିଅ ଘର ଲୋକଙ୍କୁ ଅବଗତ କରାଇଥିଲେ। ଏନେଇ ଦାଦା ଗୟାଧର ଓ ଭାଇ ଜିତେନ୍ଦ୍ର ଉଦିତନଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଉଦିତନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ପ୍ରିୟଦର୍ଶନୀଙ୍କ ମୃତଦେହ ଉଦ୍ଧାର କରିଥିଲା। ଅନ୍ୟପକ୍ଷେ ପୋଲିସ ଆସିବା ପୂର୍ବରୁ ପରିବାର ଲୋକେ ରାତିରେ ନାତିକୁ ଧରି ଫେରାର ହୋଇଯାଇଥିବା ବେଳେ ସ୍ବାମୀ ଜ୍ଞାନରଞ୍ଜନଙ୍କୁ ପୋଲିସ କାବୁ କରି ନେଇଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ଉକ୍ତ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଉଦିତନଗର ଥାନା ଅଧିକାରୀ ସୁଦର୍ଶନ ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri