Posted inଖେଳ

୩୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଏହି ଦୁଇ ଭାରତୀୟ କ୍ରିକେଟର: ଡେବ୍ୟୁ ମ୍ୟାଚ୍‌ରେ…

ବ୍ରିସବେନ୍‌,୧୭।୧: ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ଚାଲୁଥିବା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମ ପାଳିରେ ଘରୋଇ ଟିମ୍‌ ୩୬୯ରନ୍‌ କରିଥିବା ବେଳେ ଭାରତ ୩୩୬ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି। ହେଲେ ଖେଳକୁ ଦେଖିଲେ ୧୮୬ ରନ୍‌ରେ ଭାରତୀୟ ଦଳ ୬ ଉଇକେଟ୍‌ ହରାଇଥିଲା। ଏଣୁ ଘରୋଇ ଟିମ୍‌ ଅଧିକ ରନ୍‌ରେ ଆଗୁଆ ରହିବ ବୋଲି କୁହାଯାଉଥିଲା। ମାତ୍ର ଏହି ଆଶଙ୍କାକୁ ଭୁଲ ପ୍ରମାଣିତ କରିଛନ୍ତି ଭାରତୀୟ ଦଳର ଦୁଇ ଯୁବ ଖେଳାଳି। ନିଜର ପ୍ରଥମ ଟେଷ୍ଟ ଖେଳୁଥିବା ଓ୍ବାଶିଂଟନ ସୁନ୍ଦର ଏବଂ ଶାର୍ଦ୍ଦୁଳ ଠାକୁରଙ୍କ ସହ ମିଶି ଶତକୀୟ ପାଳି ଖେଳିଛନ୍ତି। ଫଳରେ ବାଜି ପାଲଟିଯାଇଛି। ଉଭୟ ୧୨୩ରନ୍‌ର ଭାଗିଦାରୀ ଯୋଗୁ ୩୦ ବର୍ଷ ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିଛି।

ଓ୍ବାଶିଂଟନ-ଶାର୍ଦ୍ଦୁଳ ସପ୍ତମ ଉଇକେଟ ପାଇଁ ସବୁଠାରୁ ବଡ଼ ଭାଗିଦାରୀ କରିବାର ଭାରତୀୟ ରେକର୍ଡ କରିଛନ୍ତି। ଉଭୟଙ୍କ ପୂର୍ବରୁ କପିଲ ଦେବ ଏବଂ ମନୋଜ ପ୍ରଭାକର ସପ୍ତମ ଉଇକେଟ ପାଇଁ ୫୮ ରନ୍‌ କରିପାରିଥିଲେ।

ଦଳୀୟ ସ୍କୋର ୧୮୬/୬ ଥିବା ବେଳେ ଶାର୍ଦ୍ଦୁଳଙ୍କ ସହ ପଡ଼ିଆରେ ଥିଲେ ଓ୍ବାଶିଂଟନ। ଉଭୟଙ୍କ ଚମତ୍କାର ବ୍ୟାଟିଂ ଯୋଗୁ ଦଳର ସ୍କୋର ୩୦୯ରେ ପହଞ୍ଚିଥିଲା। ପରେ ପ୍ୟାଟ୍‌ କମିନ୍ସ ଶାର୍ଦ୍ଦୁଳଙ୍କୁ ବୋଲ୍ଡ କରିବା ପରେ ଯୋଡ଼ି ଭାଙ୍ଗିଥିଲା। ତେବେ ସେତେବେଳକୁ ସେ ବ୍ୟକ୍ତିଗତ ଭାବେ ୧୧୫ ବଲ୍‌ ଖେଳି ୯ ଚଉକା ଏବଂ ୨ ଛକା ସହ ୬୭ ରନ୍‌ କରିସାରିଥିଲେ।

ଅପରପକ୍ଷେ ଓ୍ବାଶିଂଟନ୍‌ ୧୪୪ ବଲ୍‌ ଖେଳି ୬୨ ରନ୍‌ କରି ଆଉଟ୍‌ ହୋଇଥିଲେ। ଡେବ୍ୟୁ ଟେଷ୍ଟରେ ପ୍ରଥମ ପାଳିରେ ୩ ଉଇକେଟ ସହ ଅର୍ଦ୍ଧଶତକ କରିଥିବା ଦ୍ୱିତୀୟ ବୋଲର୍‌ ପାଲଟିଛନ୍ତି ସେ। ୧୯୪୭ରେ ଦତ୍ତୁ ଫାଡକରଙ୍କ ଏଭଳି କାରନାମା କରିଦେଖାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri