ଭୋଟର ଲିଷ୍ଟରୁ ଚିହ୍ନଟ କରାଯିବ

ନୂଆଦିଲ୍ଲୀ,୧୬ା୧(ପି.ଟି.): ଭାରତରେ ଶନିବାରଠାରୁ କରୋନା ଟିକାକରଣ ଆରମ୍ଭ ହେଉଥିବାବେଳେ ଏଥିଲାଗି ପୂର୍ଣ୍ଣ ସହଯୋଗ ଦେବାକୁ ଶୁକ୍ରବାର ନିର୍ବାଚନ କମିଶନ (ଇସି) ରାଜି ହୋଇଛନ୍ତି। ପୋଲିଂ ଷ୍ଟେଶନ ସ୍ତରରେ ହିତାଧିକାରୀମାନଙ୍କୁ ଚିହ୍ନଟ କରି କୋଭିଡ୍‌-୧୯ ଭାକ୍ସିନ ଅଭିଯାନ ଚଳାଇବା ପାଇଁ କେନ୍ଦ୍ର ସରକାର ଇସିଙ୍କୁ ଅନୁରୋଧ କରିଥିଲେ। ଇସି ସରକାରଙ୍କୁ ନିର୍ବାଚନ ତଥ୍ୟ ପ୍ରଦାନ ଲାଗି ରାଜି ହୋଇଛନ୍ତି। କିନ୍ତୁ ଟିକାକରଣ ଅଭିଯାନ ଶେଷ ହେବା ପରେ ବ୍ୟବହୃତ ଡାଟା ଡିଲିଟ୍‌ କରିବାକୁ ପଡ଼ିବ ବୋଲି ସର୍ତ୍ତ ବାଢ଼ିଛନ୍ତି।
ଗତ ଡିସେମ୍ବର ୩୧ରେ ସ୍ବାସ୍ଥ୍ୟ ସଚିବ ଅଜୟ ଭାଲା ମୁଖ୍ୟ ନିର୍ବାଚନ କମିଶନର (ସିଇସି) ସୁନୀଲ ଆରୋରାଙ୍କୁ ଏକ ପତ୍ର ଲେଖିଥିଲେ। ମତଦାନ କେନ୍ଦ୍ର ସ୍ତରରେ ୫୦ରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ଲାଗି ନିର୍ବାଚନୀ ତଥ୍ୟ ବ୍ୟବହାର ପାଇଁ ସେ ଏଥିରେ ସହଯୋଗ ଲୋଡ଼ିଥିଲେ। ଉକ୍ତ ଡାଟା କେବଳ ଟିକାକରଣ ପାଇଁ ବ୍ୟବହାର କରାଯିବ ଓ ତାହା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିବ ବୋଲି ସ୍ବାସ୍ଥ୍ୟ ସଚିବ ସିଇସିଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ନୀତି ଆୟୋଗର ଅଧିକାରୀମାନେ ମଧ୍ୟ ଗତମାସରେ ନିର୍ବାଚନ କମିଶନଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ବୁଥ୍‌ ସ୍ତରରେ ଇସିଙ୍କ ନେଟ୍‌ଓ୍ବର୍କ ବ୍ୟବହାର ପାଇଁ ସହଯୋଗ ଲୋଡ଼ିଥିଲେ। ଇସି ବିସ୍ତୃତ ଭାବେ ଅନୁଧ୍ୟାନ କରିବା ପରେ ତଥ୍ୟ ବ୍ୟବହାର ପାଇଁ ଅନୁମତି ପ୍ରଦାନ ସକାଶେ ଜାନୁୟାରୀ ୪ରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି। ସ୍ବାସ୍ଥ୍ୟ ଅଧିକାରୀମାନେ ଟିକାକରଣ ପ୍ରକ୍ରିୟା ଶେଷ ହେବା ପରେ ଏହି ତଥ୍ୟକୁ ଡିଲିଟ୍‌ କରିଦେବା ଆବଶ୍ୟକ ବୋଲି ଇସି କହିଛନ୍ତି।
ସୂଚନାନୁଯାୟୀ, ନିର୍ବାଚନ କମିଶନଙ୍କ କେତେଜଣ ବରିଷ୍ଠ ଅଧିକାରୀ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନୋଡାଲ ଅଫିସରମାନଙ୍କ ସହ ଯୋଗସୂତ୍ରରେ ରହିବେ। କୋଭିଡ୍‌-୧୯ ଭାକ୍ସିନେଶନ ଡ୍ରାଇଭ୍‌ ଅନୁସାରେ ସଦ୍ୟତମ ଲୋକ ସଭା ଓ ବିଧାନସଭା ନିର୍ବାଚନର ଭୋଟର ତାଲିକା ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ପ୍ରଦାନ କରାଯିବ। ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ଦୈନନ୍ଦିନ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବ। ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ଭୋଟର ଆଇଡି, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସ୍‌ପୋର୍ଟ, ପେନ୍‌ସନ ଦସ୍ତାବିଜ ଭଳି ୧୨ ପରିଚୟପତ୍ର ମଧ୍ୟରୁ ଗୋଟିଏକୁ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୧ କୋଟି ସ୍ବାସ୍ଥ୍ୟ କର୍ମୀ ଓ ୨ କୋଟି ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ନେଇ ଟିକାକରଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାରତୀୟ ଯୁବକ: ମୋଦିଙ୍କୁ କଲେ ଏମିତି ନିବେଦନ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ଏବଂ ୟୁକ୍ରେନ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା ପାଇଁ ପ୍ରୟାସ ଜାରି ରହିଛି।...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି…

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ...

ପାର୍କରେ ବସିଥିଲେ ପ୍ରେମୀଯୁଗଳ, ହଠାତ୍‌ ଆସିଲେ ୨ ଯୁବକ: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ଆଇଜି ପାର୍କରେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗୌରୀନଗରର ଆଶିଷ...

ସ୍ଥାନୀୟ ପ୍ରଶାସନକୁ କଥା ଦେଇ କଥା ରଖିଲାନି ଠିକାସଂସ୍ଥା: ମରାମତି ନୋହିଲା ଷ୍ଟ୍ରିଟ୍‌ ଲାଇଟ୍‌, ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଆଉ କିଛି ଦିନ ପରେ ପାଳିବ ଶୀତ ମହୋତ୍ସବ। ଏଥିପାଇଁ ପ୍ରଶାସନ ପକ୍ଷରୁ...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ଚଢ଼ିଗଲା ପିତ୍ତ: ରାସ୍ତା ମଝିରେ କଲେ…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ରାସ୍ତା ମଝିରେ ପ୍ରେମିକାଙ୍କୁ ଗୋଡ଼ାଇ ପିଟିଲେ। ଏଭଳି ଘଟଣା ଇନ୍‌ଫୋଭ୍ୟାଲି ଥାନା ପିତାପଲ୍ଲୀ...

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri